Villagers Angry: ଘରୋଇ କଂପାନିର କର୍ମଚାରୀଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଜଙ୍ଗଲର ପ୍ରତିଟି ସ୍ଥାନ ସହିତ ଆଦିବାସୀଙ୍କର ଜୀବନ ଅତି ନିବିଡ଼। ବଣ, ଜଙ୍ଗଲ, ପାହାଡ଼ ଓ ଝରଣାକୁ ନେଇ ତାଙ୍କର ଜୀବନଯାତ୍ରା ଆଗକୁ ବଢ଼ିଥାଏ। କିନ୍ତୁ ସେମାନଙ୍କର ଜୀବନ ପ୍ରତି ଯଦି କେହି ପ୍ରଭାବ ପକାଇବାକୁ ଉଦ୍ୟମ କରନ୍ତି, ତା’ହେଲେ ଅଘଟଣର ଶିକାର ମଧ୍ୟ ହେବାକୁ ପଡ଼ିଥାଏ।

Untitled-20

Two employees of private company halted by villagers in Rairangpur on Monday. Photograph: (sambad.in)

ରାଇରଙ୍ଗପୁର: ଆଦିବାସୀଙ୍କ ଜୀବନ ପ୍ରକୃତି ସହିତ ଜଡ଼ିତ। ଜଙ୍ଗଲର ପ୍ରତିଟି ସ୍ଥାନ ସହିତ ସେମାନଙ୍କର ଜୀବନ ପରିଚିତ। ବଣ, ଜଙ୍ଗଲ, ପାହାଡ଼ ଓ ଝରଣାକୁ ନେଇ ତାଙ୍କର ଜୀବନଯାତ୍ରା ଆଗକୁ ବଢ଼ିଥାଏ। କିନ୍ତୁ ସେମାନଙ୍କର ଜୀବନ ପ୍ରତି ଯଦି କେହି ପ୍ରଭାବ ପକାଇବାକୁ ଉଦ୍ୟମ କରନ୍ତି, ତା’ହେଲେ ଅଘଟଣର ଶିକାର ମଧ୍ୟ ହେବାକୁ ପଡ଼ିଥାଏ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଆଜି ଏହିଭଳି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଏକ ଘରୋଇ କମ୍ପାନିର କର୍ମଚାରୀଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଇଛନ୍ତି। 

ଶିଳ୍ପ ପ୍ରତିଷ୍ଠା ନେଇ ଜମି ଚିହ୍ନଟ

ସୂଚନା ଅନୁସାରେ ରାଇରଂଗପୁର ଥାନା ଅଧୀନ ପୁରୁଣାପାଣି ଗ୍ରାମପଞ୍ଚାୟତର କଣ୍ଟାବଣୀ, ଦାଣ୍ଡବୋଷ ଓ ଆନନ୍ଦପୁର ଗ୍ରାମରେ ଆର୍‌ସି ରୁଙ୍ଗଟା ପକ୍ଷରୁ ଏକ ଶିଳ୍ପ ପ୍ରତିଷ୍ଠା ନେଇ ଜମି ଚିହ୍ନଟ ହୋଇଥିଲା। ଏହି ଶିଳ୍ପ ପ୍ରତିଷ୍ଠା ନେଇ ଉକ୍ତ ଗ୍ରାମର କିଛି ଗ୍ରାମବାସୀ ସପକ୍ଷରେ ଥିବା ବେଳେ କିଛି ଗ୍ରାମବାସୀ ତାହାକୁ ବିରୋଧ କରୁଥିଲେ। ଏନେଇ ପୂର୍ବରୁ କଣ୍ଟାବଣୀରେ ଏକ ଗ୍ରାମସଭା ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିଲା। ପରବର୍ତ୍ତୀ ସମୟରେ ରାଇରଙ୍ଗପୁର ବ୍ଳକ୍ ପରିସରରେ ବହୁ ଗଣ୍ଡଗୋଳ ମଧ୍ୟ ହୋଇଥିଲା, ଯେଉଁଥିରେ ଆଦିବାସୀମାନେ କ୍ଷୋଭ ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: Vijay Varma Sold Sim Card: ଘର ଚଳାଇବା ପାଇଁ ସିମ୍ କାର୍ଡ ବିକିବା ସହ କଲ୍ ସେଣ୍ଟରରେ କାମ କରିଥିଲେ ବିଜୟ

କର୍ମଚାରୀଙ୍କୁ ପିନ୍ଧାଇଲେ ଜୋତାମାଳ

ଆଜି ସକାଳୁ ଆନନ୍ଦପୁର ଗ୍ରାମରେ ଆରସି ରୁଙ୍ଗଟାର କର୍ମଚାରୀ ସୁରଜ୍ ତାମୁଡିଆଙ୍କ ସମେତ ତିନିଜଣ କିଛି ଗ୍ରାମବାସୀଙ୍କ ପାଖକୁ ଯାଇ ଅର୍ଥ ପ୍ରଲୋଭନ ଦେଖାଇ ସାଦା କାଗଜରେ ଦସ୍ତଖତ କରାଉଥିବା ସମୟରେ କିଛି ବିପକ୍ଷବାଦୀମାନେ ପହଞ୍ଚି ରୁଙ୍ଗଟା କର୍ମଚାରୀମାନଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ଦୀର୍ଘ ସମୟ ଧରି ବାନ୍ଧିବା ସହିତ ଜୋତା ମାଳ ପିନ୍ଧାଇଥିଲେ। ସେ ସମ୍ବନ୍ଧରେ ରାଇରଙ୍ଗପୁର ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କୁ ଉଦ୍ଧାର କରିଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ଏନେଇ ରାଇରଙ୍ଗପୁର ଟାଉନ୍ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି। ତେବେ ଉକ୍ତ ଘଟଣାର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: Pension Life Certificate: ପେନସନ ପ୍ରକ୍ରିୟା ସହଜ ହେଲା, ଜୀବନ ପ୍ରମାଣପତ୍ର ପାଇଁ ଅଫିସ ଯିବାକୁ ପଡିବ ନାହିଁ

ରିପୋର୍ଟ: ତୁଷାରକାନ୍ତ ମହାନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe