ଷ୍ଟାଡିୟମ ନାଁରେ ଲକ୍ଷାଧିକ ଟଙ୍କା ପାଣିରେ

Advertisment

ପରିଚାଳନାଗତ ତ୍ରୁଟି, ଉପଯୁକ୍ତ ରକ୍ଷଣାବେକ୍ଷଣ, ଦେଖାରଖା ଅଭାବରୁ ଜିଲ୍ଲାର ବୋରିଗୁମ୍ମା ବ୍ଲକର ଭୈରବ ଷ୍ଟାଡିୟମର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କ୍ରୀଡା ଓ କ୍ରୀଡାବିତ ବିକାଶ ନାଁରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଛି...

ପରିଚାଳନାଗତ ତ୍ରୁଟି, ଉପଯୁକ୍ତ ରକ୍ଷଣାବେକ୍ଷଣ, ଦେଖାରଖା ଅଭାବରୁ ଜିଲ୍ଲାର ବୋରିଗୁମ୍ମା ବ୍ଲକର ଭୈରବ ଷ୍ଟାଡିୟମର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କ୍ରୀଡା ଓ କ୍ରୀଡାବିତ ବିକାଶ ନାଁରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଛି...

kpt-stdioum

kpt-stdioum Photograph: (sambad.in)

କୋରାପୁଟ: ପରିଚାଳନାଗତ ତ୍ରୁଟି, ଉପଯୁକ୍ତ ରକ୍ଷଣାବେକ୍ଷଣ, ଦେଖାରଖା ଅଭାବରୁ ଜିଲ୍ଲାର ବୋରିଗୁମ୍ମା ବ୍ଲକର ଭୈରବ ଷ୍ଟାଡିୟମର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କ୍ରୀଡା ଓ କ୍ରୀଡାବିତ ବିକାଶ ନାଁରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଛି।

ବୋରିଗୁମ୍ମା-ରାଣୀଗଡ ରାସ୍ତାର ଦୁଲ୍ଲାଗୁଡା ଗାଁ ନିକଟରେ ଥିବା ଖୋଲାପଡିଆର  ସମ୍ମୁଖ ଭାଗରେ ପାଚେରୀ, ସୁନ୍ଦର ଗେଟ ସହ ବାସ୍କେଟବଲ ଓ ସ୍କେଟିଂ ଗ୍ରାଉଣ୍ଡ ନିର୍ମାଣ କରାଯାଇଥିଲା। ଫୁଟବଲ ଖେଳିବା ପାଇଁ ଖୋଲାପଡିଆକୁ ସାମାନ୍ୟ ସଜାଡ଼ି ଦିଆଯାଇଥିଲା। ଏବେ ୨୪ଘଣ୍ଟାଗେଟ୍ ଖୋଲା ରହୁଛି।

ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିବା ବାସ୍କେଟବଲ ଗ୍ରାଉଣ୍ଡର ଟର୍ଫ ପିଚ୍‌ରୁ ସବୁ ଟର୍ଫ ବାହାରି ଗଲାଣି। ସ୍କେଟିଂ ଗ୍ରାଉଣ୍ଡକୁ ଯେଭଳି ନିର୍ମାଣ କରାଯିବା କଥା କରାଯାଇନି। 

ଫୁଟବଲ ପଡିଆର ଅବସ୍ଥା ନକହିବା ଭଲ। ଲଟାବୁଦାରେ ଏହ ଭରି ଗଲାଣି। ଅପରପକ୍ଷରେ ସବୁ ବେଳେ ଖୋଲା ମେଳା ରହୁଥିବାରୁ ଏହାରି ମଧ୍ୟକୁ ଅସମାଜିକତତ୍ତ୍ବ ମାନେ ବି ଜମା ହୋଇ ରହୁଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପଡିଆରେ ମଦ ପିଇ ବୋତଲ ଏବଂ ଚାଖଣା ଜରି, ପଲିଥିନ୍ ଆଦି ପକାଉଛନ୍ତି। ସନ୍ଧ୍ୟା ନଇଁବା ମାତ୍ରକେ ବହୁ ଅନୈତିକ କାର୍ଯ୍ୟକଳାପ ବି ଏହି ଷ୍ଟାଡିୟମ ପରିସରରେ ହେଉଛି। 

kpt-stdioum-1
kpt-stdioum-1 Photograph: (sambad.in)

ଏତେ ସୁନ୍ଦର ଭାବେ ନିର୍ମାଣ କରାଯାଇଥିବା ଏହି ଷ୍ଟାଡିୟମର ଉପଯୁକ୍ତ ଦେଖାରଖା, ରକ୍ଷଣାବେକ୍ଷଣ ଅଭାବରୁ ଦିନକୁ ଦିନ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମା‌ଣ କରାଯାଇଥିବା ଷ୍ଟାଡିୟମର ଅବସ୍ଥା ଶୋଚନୀୟ ହେବା ସହ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଗଲା ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। କିଭଳି ଏହାର ପୁନଃଉଦ୍ଧାର ହେବ ଏବଂ ସଠିକ ପରିଚାଳନା ହୋଇ ପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀମାନେ ଦାବି କରିଛନ୍ତି। 

ଅଧିକ ପଢ଼ନ୍ତୁ: ତିରୁପତି ଦଳାଚକଟା: ଟୋକନ ‌କେନ୍ଦ୍ରରେ ଉପଲବ୍ଧ ନଥିଲା ଆମ୍ବୁଲାନ୍ସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe