ନାବାଳିକା ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ ମାମଲା : ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ

Advertisment

ବେତନଟୀ ବ୍ଳକ ବୈଶିଙ୍ଗା ଥାନା ଅଞ୍ଚଳର ୧୫ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ବଳପୂର୍ବକ ହାତମୁହଁରେ କପଡା ବାନ୍ଧି ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତ ପଡୋଶୀ ଘର ଯୁବକକୁ ଗତକାଲି ଗିରଫ କରିଥିବାବେଳେ ବୈଶିଙ୍ଗା ପୁଲିସ ବୁଧବାର କୋର୍ଟ ଚାଲାଣ କରିଛି...

ବେତନଟୀ ବ୍ଳକ ବୈଶିଙ୍ଗା ଥାନା ଅଞ୍ଚଳର ୧୫ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ବଳପୂର୍ବକ ହାତମୁହଁରେ କପଡା ବାନ୍ଧି ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତ ପଡୋଶୀ ଘର ଯୁବକକୁ ଗତକାଲି ଗିରଫ କରିଥିବାବେଳେ ବୈଶିଙ୍ଗା ପୁଲିସ ବୁଧବାର କୋର୍ଟ ଚାଲାଣ କରିଛି...

11MMZXAPAQ

ବୈଶିଙ୍ଗା: ବେତନଟୀ ବ୍ଳକ ବୈଶିଙ୍ଗା ଥାନା ଅଞ୍ଚଳର ୧୫ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ବଳପୂର୍ବକ ହାତମୁହଁରେ କପଡା ବାନ୍ଧି ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତ ପଡୋଶୀ ଘର ଯୁବକକୁ ଗତକାଲି ଗିରଫ କରିଥିବାବେଳେ ବୈଶିଙ୍ଗା ପୁଲିସ ବୁଧବାର କୋର୍ଟ ଚାଲାଣ କରିଛି ।

ପ୍ରାପ୍ତ ସୂଚନା ମୁତାବକ ଘରେ କେହି ନ ଥିବାର ସୁଯୋଗ ନେଇ ସୋମବାର ପଡୋଶୀ ଅଭିଯୁକ୍ତ ଅସିତ ବେହେରା (୨୨) ଦିବ୍ୟାଙ୍ଗ ଯୁବତୀଙ୍କୁ ରାସ୍ତାରୁ ଟେକିନେଇ ମୁହଁ ହାତ ବାନ୍ଧି ବଳପୂର୍ବକ ନିଜ ବାସଗୃହରେ କବାଟ କିଳି  ଦୁଷ୍କର୍ମ କରିଥିଲା । ଗ୍ରାମବାସୀଙ୍କ ଦ୍ଵାରା କବାଟ ଭାଙ୍ଗି ପୀଡିତାକୁ ଉଦ୍ଧାର କରାଯାଇଥିବାବେଳେ ଅଭିଯୁକ୍ତ ଚମ୍ପଟ ମାରିଥିଲା।

ପରେ ଘଟଣାର ୧୨ଘଣ୍ଟା ନପୂରୁଣୁ ସ୍ଥାନୀୟ ଯୁବକ ଓ ଥାନା ଅଧିକାରୀ ତପନ ପ୍ରଧାନ ମିଶି କୌଶଳକ୍ରମେ ଅଭିଯୁକ୍ତକୁ ସ୍ଥାନୀୟ ଗୋରୁ ହାଟ ନିକଟରୁ ଗିରଫ କରିଥିଲେ ।

ଅଧିକ ପଢ଼ନ୍ତୁ: ନଦୀପାଣି ଦେଖି ଡରିଗଲେ ହାତୀ ଛୁଆ: ଜଙ୍ଗଲକୁ ଫେରିଲେ ୫୩ଟିକିଆ ହାତୀପଲ

ଏନେଇ ପୀଡିତାଙ୍କ ମା ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ବୁଧବାର ଦିନ ଏନେଇ ୩୯୫ /୨୪ରେ ହୋଇଥିବା ମାମଲା ରୁଜୁ କରିବା ସହିତ ଉଭୟ ପୀଡିତା ଓ ଅଭିଯୁକ୍ତ ଅସିତର ଡାକ୍ତରୀ ମାଇନା କରାଯାଇ ବାରିପଦା ସ୍ଥିତ ପୋକ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରେ ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି।

ଅଧିକ ପଢ଼ନ୍ତୁ: ରାଇରଙ୍ଗପୁରରେ ବିଜେପିର ଜିଲ୍ଲାସ୍ତରୀୟ ସଙ୍ଗଠନ ପର୍ବ କର୍ମଶାଳା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe