ରାଇରଙ୍ଗପୁରରେ ପଥ ମହୋତ୍ସବ "ମୁରୁଜରେ ମୋ ଜଗନ୍ନାଥ-୨୦୨୪'

Advertisment

ରାଇରଙ୍ଗପୁରରେ ବାର୍ଷିକ ପଥ ମହୋତ୍ସବ-୨୦୨୪ ଉପଲକ୍ଷେ ମୁରୁଜ ଅଙ୍କନ ପ୍ରତିଯୋଗିତା "ଭକ୍ତବନ୍ଧୁ ଜଗନ୍ନାଥ" ଶୀର୍ଷକ ଆଧାରରେ ଅନୁଷ୍ଠିତ ହୋଇଯାଇଛି । ମାଉସୀ ମା' ମନ୍ଦିର ସମ୍ମୁଖରୁ ଷ୍ଟାଡିୟମ ପର୍ଯ୍ୟନ୍ତ 'ମୁରୁଜ ଦାଣ୍ଡ'ରେ ଆୟୋଜିତ ଏହି ପ୍ରତିଯୋଗିତାରେ ୩୮ ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ...

ରାଇରଙ୍ଗପୁରରେ ବାର୍ଷିକ ପଥ ମହୋତ୍ସବ-୨୦୨୪ ଉପଲକ୍ଷେ ମୁରୁଜ ଅଙ୍କନ ପ୍ରତିଯୋଗିତା "ଭକ୍ତବନ୍ଧୁ ଜଗନ୍ନାଥ" ଶୀର୍ଷକ ଆଧାରରେ ଅନୁଷ୍ଠିତ ହୋଇଯାଇଛି । ମାଉସୀ ମା' ମନ୍ଦିର ସମ୍ମୁଖରୁ ଷ୍ଟାଡିୟମ ପର୍ଯ୍ୟନ୍ତ 'ମୁରୁଜ ଦାଣ୍ଡ'ରେ ଆୟୋଜିତ ଏହି ପ୍ରତିଯୋଗିତାରେ ୩୮ ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ...

IMG-20241117-WA0008

ରାଇରଙ୍ଗପୁର: ରାଇରଙ୍ଗପୁରରେ ବାର୍ଷିକ ପଥ ମହୋତ୍ସବ-୨୦୨୪ ଉପଲକ୍ଷେ ମୁରୁଜ ଅଙ୍କନ ପ୍ରତିଯୋଗିତା "ଭକ୍ତବନ୍ଧୁ ଜଗନ୍ନାଥ" ଶୀର୍ଷକ ଆଧାରରେ ଅନୁଷ୍ଠିତ ହୋଇଯାଇଛି । ସାଂସଦ ନବଚରଣ ମାଝି, ବିଧାୟକ ଜଲେନ ନାଏକ, ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଓ ସମ୍ବାଦ ଗ୍ରୁପ 'ପୌରୁଷ' ସମ୍ପାଦକ ଡ. ଅସିତ ମହାନ୍ତି ପ୍ରମୁଖ ମହୋତ୍ସବର ଶୁଭ ଉଦଘାଟନ କରି ଏପରି ଅଭିନବ ଆୟୋଜନର ଭୂୟସୀ ପ୍ରଶଂସା କରିଥିଲେ ।

ଟ୍ରଷ୍ଟ ମୁଖ୍ଯ ଇଂ ରାଧାଶ୍ଯାମ ପାତ୍ର, ସଭାପତି ତିମିର ରଞ୍ଜନ ପଣ୍ଡା, ଉପସଭାପତି କାଳୀପ୍ରସନ୍ନ ମହାନ୍ତି ଓ ବିଜୟ ରାମ, ସାଧାରଣ ସମ୍ପାଦକ ରଞ୍ଜନ ନନ୍ଦ, ସହସମ୍ପାଦକ ଡ.ଦିଗମ୍ବର ଗିରି ଓ କିଶୋର ରଜକ,କୋଷାଧ୍ଯକ୍ଷ ମାନସ ପରିଡ଼ା, ସଦସ୍ଯ/ସଦସ୍ଯା ପୁଷ୍ପଲତା ମହାନ୍ତି, ପ୍ରମିଳା ସ୍ବାଇଁ, ପୁଷ୍ପମିତ୍ରା ଦତ୍ତ, ସୂର୍ଯ୍ୟକାନ୍ତ ଘଣା, ଲଳିତ ପାତ୍ର, ସିଦ୍ଧାର୍ଥ ପାଲ, ଦୀନେଶ ବେହରା ଓ କୌଶିକ କାଶ୍ଯପ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

ମାଉସୀ ମା' ମନ୍ଦିର (ଦୁର୍ଗା ମଣ୍ଡପ ଛକ)ସମ୍ମୁଖରୁ ଷ୍ଟାଡିୟମ ପର୍ଯ୍ୟନ୍ତ 'ମୁରୁଜ ଦାଣ୍ଡ' ରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଶିକ୍ଷା, କଳା ଓ ସାଂସ୍କୃତିକ ଅନୁଷ୍ଠାନର ୩୮ ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ ।

ରାଇରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳରେ 'ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟ, ଓଡ଼ିଶା, ରାଇରଙ୍ଗପୁର ଆନୁକୂଲ୍ଯରେ ଆୟୋଜିତ ଏହି ଆକର୍ଷଣୀୟ ଓ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଜନସାଧାରଣଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିଲା । 

ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କଳାପ୍ରେମୀଙ୍କ ଦ୍ଵାରା ମୁରୁଜରେ ଅଙ୍କିତ 'ଭକ୍ତବନ୍ଧୁ ଜଗନ୍ନାଥ' କଳାକୃତି ଅଗଣିତ ଦର୍ଶକଙ୍କ ମନ ଜିଣି ନେଇଥିଲା ।

ଅଧିକ ପଢ଼ନ୍ତୁ: ପୁଣି ଖସିଲା ପାରଦ: ଘୁ.ଉଦୟଗିରିରେ ତାପମାତ୍ରା ୭.୮ଡିଗ୍ରୀ ରେକର୍ଡ

ରଙ୍ଗବେରଙ୍ଗ ମୁରୁଜରେ ମୁରୁଜ ଦାଣ୍ଡ ସତେ ଯେମିତି ଶ୍ରୀକ୍ଷେତ୍ର ପୁରୀର ବଡଦାଣ୍ଡ ପରି ଅନୁଭୂତ ହେଉଥିଲା। ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ୫ଟି କଳା ଦଳ ଯଥା  'ପୁରୁଷୋତ୍ତମ' ଆର୍ଟ ଗ୍ରୁପ୍, ସୁଧା କଳା ମନ୍ଦିରର 'ଦେହୀପଦପଲ୍ଲବ' ଗ୍ରୁପ୍ ଓ 'ପତିତପାବନ' ଗ୍ରୁପ୍, 'ସନସାଇନ୍' ସ୍କୁଲ୍ ଗ୍ରୁପ୍ ଏବଂ 'ଭକ୍ତଭାବ' ଆଦି ଗ୍ରୁପଙ୍କୁ  ଡ. ଅସିତ ମହାନ୍ତି, ରାଧାଶ୍ଯାମ ପାତ୍ର ଓ  ପୌରପରିଷଦର ଉପାଧ୍ୟକ୍ଷା ମମିତା ଚୌଧୁରୀ ପ୍ରମୁଖ ପୁରସ୍କାର ରାଶି ପ୍ରଦାନ କରିଥିଲେ ।

ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଚିତ୍ରଶିଳ୍ପୀ ପ୍ରଣବ ମହାନ୍ତ, ଲଳିତ ଦାସ ଓ ସାର୍ଥକ ପଣ୍ଡା ମୁରୁଜ କଳାକୃତି ଗୁଡ଼ିକର ମୂଲ୍ଯାଙ୍କନ କରିଥିଲେ । ଟ୍ରଷ୍ଟର ସଂପାଦକ ଶ୍ରୀ ନନ୍ଦ ଓ ଉପସଭାପତି ଶ୍ରୀରାମ ଓ ସଦସ୍ଯା ଶ୍ରୀମତି ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରାମେଶ୍ବରୀ ପଟ୍ଟନାୟକ, ରେଡି ଭଲେଣ୍ଟିଅର୍ସ, ଲିଟିଲ୍ ଫ୍ଲାୱାର୍ସ ସ୍କୁଲ ପରିବାର,ପଟ୍ଟନାୟକ ଟେଣ୍ଟ ହାଉସ୍ ଓ ଧର୍ମେନ୍ଦ୍ର ସାଉଣ୍ଡ  ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ: ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା: ରାଜ୍ୟ ସରକାର ରାସ୍ତା ନିର୍ମାଣ ପାଇଁ ସ୍ବତନ୍ତ୍ର ନୀତି ଆଣିବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe