AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍‌ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦

ନବରଂଗପୁର ଜିଲ୍ଲାରେ ଥିବା ସମସ୍ତ ଡାକ୍ତରଖାନା ଜରିଆରେ  ଗତ ୨୨ ବର୍ଷରେ ୪ଲକ୍ଷ ୩୨ହଜାର ୧୩୭ଜଣଙ୍କର ରକ୍ତ ପରୀକ୍ଷା କରିବା ପରେ ୪ଟି ଆଇସିଟିସି ଏଡ୍‌ସ ରୋଗ କବଳରେ ଜିଲ୍ଲାର ୧୨୫୧ଜଣ ଓ ପଡୋଶୀ ଜିଲ୍ଲା ଗୁଡ଼ିକର ୬୪୫ଜଣ ଏଭଳି ୧୮୯୬ଜଣ ଥିବା ଚିହ୍ନଟ କରିଛି।

aids

Representational image

ନବରଙ୍ଗପୁର (ସୁରେଶ ନାଇଡୁ): ଜିଲ୍ଲାରେ ଥିବା ସମସ୍ତ ଡାକ୍ତରଖାନା ଜରିଆରେ  ଗତ ୨୨ ବର୍ଷରେ ୪ଲକ୍ଷ ୩୨ହଜାର ୧୩୭ଜଣଙ୍କର ରକ୍ତ ପରୀକ୍ଷା କରିବା ପରେ ୪ଟି ଆଇସିଟିସି ଏଡ୍‌ସ ରୋଗ କବଳରେ ଜିଲ୍ଲାର ୧୨୫୧ଜଣ ଓ ପଡ଼ୋଶୀ ଜିଲ୍ଲା ଗୁଡିକର ୬୪୫ଜଣ ଏଭଳି ୧୮୯୬ଜଣ ଥିବା ଚିହ୍ନଟ କରିଛି। ଏହି ୧୮୯୬ଜଣଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ୩୯୦ଜଣ ଓ ବଳକା ୬୦ଜଣ ଅନ୍ୟ ଜିଲ୍ଲାର ଏଭଳି ୪୫୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ସୂଚନା ମିଳିଛି। ଜିଲ୍ଲାରେ ଏବେ ୯୬୧ଜଣ ଏହି ‌ରୋଗ କବଳରେ ରହିଛନ୍ତି। 

ସବୁଠାରୁ ଉଦବେଗର ବିଷୟ, ଶିକ୍ଷିତ ଅଂଚଳରେ ଏଡସର ପ୍ରଭାବ ଅଧିକ। ନବରଙ୍ଗପୁର, ଉମରକୋଟ ଅ˚ଚଳରେ ଏହି ଭୟାନକ ରୋଗ କବଳରେ ଅଧିକା ସଂଖ୍ୟକ ରହିଛନ୍ତି। ଏବେ ଧୀରେଧରେ ରାଇଘର ଅଂଚଳରେ ଏହା ବଢ଼ିବାକୁ ଲାଗିଲାଣି। ଜିଲ୍ଲାରେ ନାକୋ ଗତ ୨୦୦୨ମସିହାରୁ ଏହି ଭୟାବହ ରୋଗ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ)ରେ ୨ଟି, ନବରଙ୍ଗପୁର ଖ୍ରୀଷ୍ଠୀ୍ୟାନ ମେଡିକାଲ ସହ ଉମରକୋଟ ଉପଖଣ୍ଡ ଡାକ୍ତରଖାନାରେ ଗୋଟିଏ ଏଭଳି ୪ଟି ଆଇସିଟିସି କେନ୍ଦ୍ର ମାଧ୍ୟମରେ ରୋଗ କବଳରେ ଥିବ ରୋଗୀଙ୍କୁ ଚିହ୍ନଟ କରିଛନ୍ତି। ଗର୍ଭବତୀ ମହିଳା ୧୩୦ଜଣ, ଶିଶୁ ୧୨ଜଣ , ୩ଜଣ ତୃତୀୟ ଲିଙ୍ଗ ଓ ସାଧାରଣ ଲୋକ ୧୭୫୧ଜଣ ଏହି ରୋଗ କବଳରେ କବଳିତ ହୋଇଥିବା ଚିହ୍ନଟ ହୋଇଥିଲେ।

୯୬୧ଜଣ ଔଷଧ ଖାଉଛନ୍ତି

ଏବେ ଜିଲ୍ଲାର ସବୁ ପିଏଚସି, ସିଏଚସି, ଡାକ୍ତରଖାନା, ରକ୍ତ କେନ୍ଦ୍ର ଆଦିରେ ଏହି ପରୀକ୍ଷା କରାଯିବା ସହ ୪ଟି ଆଇସିଟିସି ଜରିଆରେ ରୋଗରେ କବଳ ଥିବ‌ା ରୋଗୀଙ୍କ ସମ୍ପର୍କରେ ଜଣାଯାଉଛି। ଜିଲ୍ଲାରେ ସର୍ବାଧିକ ସାନମସିଗାଁ ସିଏଚସି, ପୁଜାରୀଗୁଡା, ହାଟଭରଣ୍ଡି, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, କୋଷାଗୁମୁଡା, ଝରିଗାଁ, ଡାବୁଗାଁ, ଚନ୍ଦାହାଣ୍ଡି ଆଦି ଦୁଇ ଅଙ୍କରେ ରହିଥିବା ବେଳେ ପାପଡାହାଣ୍ଡି ବ୍ଲକରେ ଗୋଟିଏ ନମ୍ବରର ରୋଗୀ ରହିଛନ୍ତି। ସାଧାରଣତଃ ଏହି ରୋଗକବଳରେ ଥିବା ରୋଗୀ ଶାରିରୀକ ଭାବେ ରୋଗ ପ୍ରତିରୋଧକ ଶକ୍ତି ହରାଇଥିବାରୁ ବିଭିନ୍ନ ରୋଗରେ ମୃତ୍ୟୁବରଣ କରୁଥିବା କହିଛନ୍ତି ଦିଶାର ସିପିଏମ୍ ଚନ୍ଦ୍ର ଶେଖର ପଟ୍ଟନାୟକ। ନବରଙ୍ଗପୁର ଏଆରଟି କେନ୍ଦ୍ରରେ ୧୫୭୦ଜଣ ପଂଜୀକରଣ କରିଥିଲେ। ଏବେ ୯୬୧ଜଣ ଏଆରଟି କେନ୍ଦ୍ରରୁ ଔଷଧ ଖାଉଛନ୍ତି। ମଧୁବାବୁ ଭତ୍ତା ୭୩୫ଜଣ ପାଉଛନ୍ତି। ଜିଲ୍ଲାରେ ଏହାର ପ୍ରଚଳନ ହାର ୦.୧୧ପ୍ରତିଶତ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ। 

ଆହୁରି ପଢ଼ନ୍ତୁ: Tomorrow is World AIDS Day: ଆସନ୍ତାକାଲି ବିଶ୍ବ ଏଡ୍‌ସ ଦିବସ: ଓଡ଼ିଶାରେ ୩୫୦ ଏଚ୍‌ଆଇଭି ସଂକ୍ରମଣ-ସମ୍ବେଦନଶୀଳ ସ୍ଥାନ

ଏଡ୍‌ସ ଅନିୟନ୍ତ୍ରିତ

ଶିକ୍ଷା ଓ ସଚେତନତା ସତ୍ତ୍ବେ ଏଡ୍‌ସକୁ ନିୟନ୍ତ୍ରଣକୁ ଅଣାଯାଇ ପାରୁ ନ ଥିବାରୁ ଉଦ୍‌ବେଗ ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ। ଜିଲ୍ଲାର ଉମରକୋଟ ଅଂଚଳରେ ଥିବା ଦେହଜୀବୀଙ୍କ ପାଇଁ ଉକ୍ତ ଅଂଚଳରେ ଧୀରେଧୀରେ ଏହି ରୋଗର କବଳରେ ବିଭିନ୍ନ ବୟସ ବର୍ଗ ସହ ବିଭିନ୍ନ ପଦାଧିକାରୀ ଶିକ୍ଷିତ ବ୍ୟକ୍ତି ବି ଥିବା ସୂଚନା ମିଳିଛି। ଏପରିକି କିଛି ଜୟପୁର, ନବରଙ୍ଗପୁର କଲେଜ ପଢ଼ୁଆ ଛାତ୍ରଛାତ୍ରୀ ଏବେ ଏସକର୍ଟ ସାଜିବା ପରେ ଏହି ରୋଗର କବଳରେ କବଳିତ ହୋଇ ଅନ୍ୟକୁ ବାଣ୍ଟିବାରେ ଲାଗିଥିବା ବିଭାଗ ସର୍ଭେ ବେଳେ ଜାଣି ପାରିଛି।  ବାହାରୁ ଆସୁଥିବା ଲୋକ, ଟ୍ରକ ଡ୍ରାଇଭର , ଦାଦନ ଯାଉଥିବା ଶ୍ରମିକଙ୍କ ପାଇଁ ଏଡସ ରୋଗର କବଳରେ ପଡିଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ୁଛି ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ। ଗର୍ଭବତୀ ମା’ ଓ ରକ୍ତଦାନ କରୁଥିବା ବ୍ୟକ୍ତିଙ୍କର ରକ୍ତର ବି ଏହି ପରୀକ୍ଷା ନାକୋ ପକ୍ଷରୁ କରାଯାଉଛି ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ। ତେବେ ଏହି ରୋଗ କବଳରୁ ଏମାନଙ୍କୁ ମୁକ୍ତ କରିବା ପାଇଁ ଆମ ସମସ୍ତଙ୍କର ସମ୍ମିଳିତ ଉଦ୍ୟମ ଦରକାର ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ। 

ଆହୁରି ପଢ଼ନ୍ତୁ: BJD, Pradeep Majhi: ଆଦିବାସୀ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପ୍ରତି ଅବହେଳାକୁ ବରଦାସ୍ତ କରାଯିବନି, ଭୁବନେଶ୍ବରରେ ହେବ ଆନ୍ଦୋଳନ- ପ୍ରଦୀପ ମାଝୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe