Forester killed in accident in Papadahandi of Nabarngpur on Wednesday. Photograph: (sambad.in)
ପାପଡାହାଣ୍ଡି (ଜନାର୍ଦ୍ଦନ ରାଓ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଡ଼େଙ୍ଗାଗୁଡ଼ା ଛକ ନିକଟ ଭାରତମାଳା ରାସ୍ତାରେ ଆଜି ଅପରାହ୍ଣରେ ଏକ ଛାତିଥରା ଦୁର୍ଘଟଣା ଘଟିଛି। କାର ଓ ପିକ୍ଅପ୍ ମୁହାଁମୁହିଁ ଧକ୍କାରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଫରେଷ୍ଟର ଓ ପିକ୍ଅପ୍ ଡ୍ରାଇଭର ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି।
ତାଲିମ ପାଇଁ ଯାଉଥିଲେ ୩ ଜଣ ଫରେଷ୍ଟର
ନବରଙ୍ଗପୁର ଜିଲ୍ଲା ଝରିଗାଁ ରେଞ୍ଜର ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି ଓ ତନୁଜ କୁମାର ପରିଛା ଏବଂ ଉମରକୋଟ ରେଞ୍ଜର ଫରେଷ୍ଟର କାମାକ୍ଷ ପ୍ରସାଦ ସ୍ବାଇଁ ଏକ କାର (OD24C1950)ରେ ଉମରକୋଟରୁ ବାହାରି ଭାରତମାଳା ରାସ୍ତା ଦେଇ ଫରେଷ୍ଟର ତାଲିମ ସକାଶେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଯାଉଥିଲେ। ଭାରତମାଳା ରାସ୍ତା ଡ଼େଙ୍ଗାଗୁଡ଼ା ନିକଟରେ ସାମନାପଟୁ ଆସୁଥିବା ପିକ୍ଅପ୍ ଭ୍ୟାନ୍ (OD24K9972) ସହ ମୁହାଁମୁହାଁ ଧକ୍କା ହୋଇଥିଲା। ଏଥିରେ ସମସ୍ତ ୪ ଜଣ ଗୁରୁତର ହୋଇଥିଲେ। ଗ୍ରାମବାସୀ ସମସ୍ତକୁ ଉଦ୍ଧାର କରିବା ସମୟରେ ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତିଙ୍କ ମୃତ୍ୟୁ ଘଟିଥିଲା।
ଆହୁରି ପଢ଼ନ୍ତୁ: Train Accident Stolen: ଭୟାବହ ଟ୍ରେନ୍ ଦୁର୍ଘଟଣା ପରେ ଯାତ୍ରୀଙ୍କୁ ଉଦ୍ଧାର ବାହାନାରେ ଲୁଟିଲେ ଲୋକେ
ତିନିଜଣଙ୍କୁ ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
ଅନ୍ୟ ୩ଜଣ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଫରେଷ୍ଟର ତନୁଜ କୁମାର ପରିଚ୍ଛା ଓ କାମାକ୍ଷା ପ୍ରସାଦ ସ୍ୱାଇଁ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଦୁହିଁଙ୍କୁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପିକ୍ଅପ୍ ଡ୍ରାଇଭର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ଚିକିତ୍ସିତତ ହେଉଛନ୍ତି। ମୃତ ଶରୀର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରହିଛି। ପାପଡାହାଣ୍ଡି ଓ କୋଡ଼ିଙ୍ଗା ପୁଲିସ ଘଟଣାସ୍ଥଳ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।
ଆହୁରି ପଢ଼ନ୍ତୁ: Supermoon Tonight: ଆଜି ଆକାଶରେ ଦେଖାଯିବ ଏବର୍ଷର ସବୁଠାରୁ ବଡ଼ ଜହ୍ନ… ଜାଣନ୍ତୁ କେତେବେଳେ ଦିଶିବ, କେଉଁଠି ଦୃଶ୍ୟମାନ ହେବ ?
Follow Us