Farmers Strike: କୃଷକ ସଂଘର ଆନ୍ଦୋଳନ ଜାରି; ରାସ୍ତା ଉପରେ ଶୋଇଲେ ଚାଷୀ

Advertisment

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ମକାର ଅଭାବ ବିକ୍ରି ସହ ମଣ୍ଡିରେ ଧାନ କିଣିବା ଦାବି ନେଇ ଗତକାଲି ୧୦ ଘଣ୍ଟା ଠାରୁ ଝରିଗାଁ ବ୍ଲକ କୃଷକ ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଦ୍ୱତୀୟ ଦିନରେ ପହଞ୍ଚିଛି।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ମକାର ଅଭାବ ବିକ୍ରି ସହ ମଣ୍ଡିରେ ଧାନ କିଣିବା ଦାବି ନେଇ ଗତକାଲି ୧୦ ଘଣ୍ଟା ଠାରୁ ଝରିଗାଁ ବ୍ଲକ କୃଷକ ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଦ୍ୱତୀୟ ଦିନରେ ପହଞ୍ଚିଛି।

Untitled-17 copy

Farmers agitation in Nabaranpur continued. Photograph: (sambad.in)

ଝରିଗାଁ (ରମେଶ ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ମକାର ଅଭାବ ବିକ୍ରି ସହ ମଣ୍ଡିରେ ଧାନ କିଣିବା ଦାବି ନେଇ ଗତକାଲି ୧୦ ଘଣ୍ଟା ଠାରୁ ଝରିଗାଁ ବ୍ଲକ କୃଷକ ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଦ୍ୱତୀୟ ଦିନରେ ପହଞ୍ଚିଛି। ବ୍ଳକର ବିଭିନ୍ନ ପଞ୍ଚାୟତରୁ ଆସି ଥିବା ଟ୍ରାକ୍ଟର ଗୁଡ଼ିକ ରଖି ରାସ୍ତା ଅବରୋଧ କରାଯାଇଛି। 

ସେହିପରି ଝରିଗାଁ ବସ୍‌ଷ୍ଟାଣ୍ଡ ଛକରେ ମକା ଓ ଧାନ ବସ୍ତା ରଖି ରାସ୍ତା ଉପରେ ଚାଷୀମାନେ ଶୋଇ ପ୍ରତିବାଦ ଜଣାଇଛନ୍ତି। ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ପ୍ରକାରେ ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ଧାନ ମଣ୍ଡି ଖଲା ଯାଇଛି ହେଲେ ମୁଠାଏ ଧାନ ଆଜି ପର୍ଯ୍ୟନ୍ତ କିଣା ଯାଇନାହିଁ। ମକା ଚାଷୀଙ୍କ ମକାକୁ ଉଚିତ ମୂଲ୍ୟରେ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ। ଯେଉଁ ଦିନ ପର୍ଯ୍ୟନ୍ତ ଚାଷୀଙ୍କ ମକା ଉଚିତ ମୂଲ୍ୟରେ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇ ନାହିଁ ଏବଂ ଧାନ ମଣ୍ଡିରେ ସମସ୍ତ ଚାଷୀଙ୍କ ଧାନ କ୍ରୟ ହୋଇ ନାହିଁ ସେହି ଦିନ ପର୍ଯ୍ୟନ୍ତ ଅଖ ଚକ ବନ୍ଦ ରହିବ ବୋଲି ସ୍ଥାନୀୟ ଚାଷୀ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Good News: ପ୍ରଶାସନର ଯୁଗାନ୍ତକାରୀ ପଦକ୍ଷେପ: ହେଲେ ଲୋପ ପାଇଯିବ ଏକୋଇଶା...!

ଆଲୋଚନା ପାଇଁ ଜିଲ୍ଲାପାଳ ଆସନ୍ତୁ: ଚାଷୀ

ଗତକାଲି ସ୍ଥାନୀୟ ତହସିଲଦାର ସୁମନ୍ତ କୁମାର ପାତ୍ର ଓ ଅତିରିକ୍ତ ତହସିଲଦାର ଅହଲ୍ୟା ମୁଦୁଲି ପ୍ରଶାସନ ପକ୍ଷରୁ ଝରିଗାଁ ବ୍ଲକ କୃଷଜ ମହାସଂଘ ସହ ଆଲୋଚନା କରିବା ପାଇଁ ଆସିଥିଲେ।ଜିଲ୍ଲାପାଳ ଏବଂ ବିଭାଗୀୟ ମନ୍ତ୍ରୀ ଆଲୋଚନା ପାଇଁ ଆସିବା ଦରକାର ବୋଲି ଚାଷୀ ଦାବି କରିଥିଲେ। ତେଣୁ କୌଣସି ନିଷ୍କର୍ଷ ବାହାରିନଥିଲା। ଆଜି ସକାଳୁ ପୁଣି ଆନ୍ଦୋଳନ ଜାରି ରହିଛି। ଆଜିର ଆନ୍ଦୋଳନରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଝରିଗାଁ ବ୍ଲକ କୃଷକ ସଂଘ ସଭାପତି ଆଶୋକ ମୂର୍ତ୍ତି, ପ୍ରେମା ପାଣ୍ଡେ, ତମ୍ବୁଦାସ ପନକା, ଏମ ଡ଼ି ଗଫୁର ସହ ବହୁ ଚାଷୀ ଯୋଗ ଦେଇଛନ୍ତି। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଗତକାଲି ସନ୍ଧ୍ୟା ସମୟରେ ଅସହାୟ ଥଣ୍ଡା ହେବା ଯୋଗୁଁ ଚାଷୀମାନେ ନିଜ ଶସ୍ୟକୁ ଉଚିତ ମୂଲ୍ୟରେ ବିକ୍ରି କରିବା ଦାବିରେ ରାସ୍ତା ଉପରେ ନିଆଁ ଲଗାଇ ରାତି ତମାମ ରହି ଥିବା  ସୂଚନା ମିଳିଛି। ଶାନ୍ତି ଶୃଙ୍ଖଳା ପାଇଁ ଝରିଗାଁ ପୁଲିସ ମୁତୟନ ରହିଛନ୍ତି। ଦୁଇ ଦିନ ଧରି ଅଖ ଚକ ବନ୍ଦ ଥିବା ଯୋଗୁଁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: Bank Loan: ପିଏମଇଜିପି ଋଣ ଦେବା ପାଇଁ ବ୍ୟାଙ୍କ କୁନ୍ତୁକୁନ୍ତୁ: ୧୫୮ରୁ ୧୯ଜଣଙ୍କୁ ମିଳିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe