୩କିମି ଚାଲିଚାଲି ଯାଇ ଉପାନ୍ତ ଅଂଚଳରେ ସେବା ଯୋଗାଇଲେ ସ୍ୱାସ୍ଥ୍ୟ କର୍ମଚାରୀ

Advertisment

ଝରିଗାଁ ବ୍ଳକର ଉପାନ୍ତ ଗ୍ରାମଗୁଡିକରେ ଏଯାବତ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇ ନଥିବା ବେଳେ ଗ୍ରାମବାସୀ ଏକ ପ୍ରକାର ବିଛିନ୍ନ ଅଂଚଳରେ ରହୁଛନ୍ତି। ବିଶେଷ କରି ବର୍ଷା ଦିନରେ ରାସ୍ତା ନଥିବା ଗ୍ରାମଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ନକହିବା ଭଲ।

ଝରିଗାଁ ବ୍ଳକର ଉପାନ୍ତ ଗ୍ରାମଗୁଡିକରେ ଏଯାବତ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇ ନଥିବା ବେଳେ ଗ୍ରାମବାସୀ ଏକ ପ୍ରକାର ବିଛିନ୍ନ ଅଂଚଳରେ ରହୁଛନ୍ତି। ବିଶେଷ କରି ବର୍ଷା ଦିନରେ ରାସ୍ତା ନଥିବା ଗ୍ରାମଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ନକହିବା ଭଲ।

jharigaon

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଉପାନ୍ତ ଗ୍ରାମଗୁଡିକରେ ଏଯାବତ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇ ନଥିବା ବେଳେ ଗ୍ରାମବାସୀ ଏକ ପ୍ରକାର ବିଛିନ୍ନ ଅଂଚଳରେ ରହୁଛନ୍ତି। ବିଶେଷ କରି ବର୍ଷା ଦିନରେ ରାସ୍ତା ନଥିବା ଗ୍ରାମଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ନକହିବା ଭଲ। ଝରିଗାଁ ବ୍ଳକରେ ‘ଦମନ’ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବୁଧବାର ଦିନ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ସ୍ୱାସ୍ଥ୍ୟ ଟିମ୍‌ ଚକଲାପଦର ପଂଚୟତ ଅନ୍ତର୍ଗତ ନନ୍ଦନଚୁଆ ଗ୍ରାମକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବାହାରିଥିଲେ।

ଏହି ଖବର ପଢ଼ନ୍ତୁ: 'ଏକ ଦେଶ, ଏକ ନିର୍ବାଚନ' ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ

ତେବେ ନନ୍ଦନଚୁଆ ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗର ବାଇକ୍‌ ଦୁଇଟି ଭରକିଭଟା ଗ୍ରାମର ନୂଆପଡା ସାହି ପର୍ଯ୍ୟନ୍ତ ଯାଇ ସେଠାରେ ରହିଯାଇଥିଲା। ଶେଷରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଜୀବନ ସାନ୍ତା, ମୋତିଲାଲ ବାଗ, ଆଶା କର୍ମୀ ସୂର୍ଯ୍ୟମଣୀ ଗୌଡ଼ ଏବଂ ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ହରିଜନ ପ୍ରମୁଖ ଭରକିଭଟା ଗ୍ରାମର ନୂଆପଡ଼ାସାହି ଠାରୁ ପ୍ରାୟ ୩ କିଲୋମିଟର ଦୂର ଔଷଧ‌ ‌ବୋହି ପାଦ ଚଲା ପଥୁରିଆ ରାସ୍ତାରେ ପାହାଡ଼ ଏବଂ ଜଙ୍ଗଲ ରାସ୍ତା ଦେଇ ନନ୍ଦନଚୁଆ ଗ୍ରାମରେ ପହଞ୍ଚି ଥିଲେ। ପରେ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଥିଲେ।

ଏହି ଖବର ପଢ଼ନ୍ତୁ: ଅଲମ୍ପିକରେ କ୍ରିକେଟକୁ ସାମିଲ କରିବାକୁ ଲାଗିପଡ଼ିଲେଣି ଜୟ ଶାହା

ଗ୍ରାମର ୪୫ ଜଣ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେ। କୌଣସି ଲୋକଙ୍କ ନିକଟରେ ମ୍ୟାଲେରିଆ ବାହାରି ନଥିଲା।ସେହିପରି ୫ ଜଣ ଛୋଟ ଛୋଟ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଜଣେ ପ୍ରସୂତି ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ଦେଇଥିଲେ। ବୟସ୍କ ମହିଳା ଓ ପୁରୁଷମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ ଦେଇଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଶାରୀ ଟାଣି ଶୋଇବା ପାଇଁ ସଚେତନତା କରିଥିବା ବେଳେ ହିତାଧିକାରୀଙ୍କ ପ୍ରାୟ ମଶାରୀ ନଷ୍ଟ ହୋଇ ଯାଇଥିବା କହିଥିଲେ।

ସେହିପରି ତିନି ବର୍ଷ ତଳେ ବଣ୍ଟା ଯାଇଥିବା ମଶାରୀ ଗୁଡିକର ଔଷଧୀୟ ଗୁଣବତ୍ତା କମ ହୋଇ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।ତେଣୁ ଝରିଗାଁ ବ୍ଲକରେ ତୁରନ୍ତ ଔଷଧୀୟ ମଶାରୀ ବଣ୍ଟନ କରିବା ପାଇଁ ଦାବି ହୋଇଛି।ଶେଷରେ ସ୍ୱାସ୍ଥ୍ୟ କର୍ମଚାରୀ ପୁଣି ଥରେ ତିନି କିଲୋମିଟର ଦୂର ଚାଲି ଚାଲି ଭରକିଭଟା ଗ୍ରାମର ନୂଆପଡା ସାହି ପର୍ଯ୍ୟନ୍ତ ଆସିବା ପରେ ଦୁଇଟି ବାଇକରେ ଫେରିଥିଲେ।

ଏହି ଖବର ପଢ଼ନ୍ତୁ: ଅମୃତଭଣ୍ଡାର ସ୍ବାସ୍ଥ୍ୟପ୍ରଦ ଗୁଣ

ଏଠାରେ ପ୍ରକାଶ ଯେ ନନ୍ଦନଚୁଆ ଗ୍ରାମ ଦୀର୍ଘ ବର୍ଷ ତଳେ ସ୍ଥାପନ ହୋଇଥିଲା। ଉକ୍ତ ଗ୍ରାମରେ ବିଭିନ୍ନ ସମ୍ପ୍ରଦାୟର ୧୦ଟି ଆଦିବାସୀ ପରିବାର ରହୁଛନ୍ତି। ଏଠାରେ ବିଭିନ୍ନ କିସମର ଚାଷ କରି ପରିବାର ପୋଷଣ କରୁଛନ୍ତି। ନନ୍ଦନଚୁଆ ଗ୍ରାମକୁ ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ତିନି କିଲୋମିଟର ପକ୍କା ରାସ୍ତା ନିର୍ମାଣ ହୋଇନଥିବା ଯୋଗୁଁ ଗ୍ରାମବାସୀ ସମସ୍ୟା ଭୋଗୁଛନ୍ତି। ବିଶେଷ କରି ଗ୍ରାମର ରୋଗୀ ଓ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ଖରାଫ ହେଲେ ତିନି କିଲୋମିଟର ଦୂର ଭରକିଭଟା ଗ୍ରାମର ନୂଆପଡା ସାହି ପର୍ଯ୍ୟନ୍ତ ଖଟିଆରେ କିମ୍ବା ଭାରରେ ବହି ଆଣିବା ପାଇଁ ପଡ଼ୁଥିବା ଜଣାପଡ଼ିଛି।ସେହିପରି ଗ୍ରାମରେ ବିଦ୍ୟାଳୟ ଓ ଅଙ୍ଗନ ବାଡ଼ି କେନ୍ଦ୍ର ନଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ସମସ୍ୟା ହେବା ସହ ଛୋଟଛୋଟ ଶିଶୁମାନଙ୍କୁ ନିୟମିତ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାରେ ସମସ୍ୟା ହେଉଥିବା ଜଣାପଡ଼ିଛି।

ଏହି ଖବର ପଢ଼ନ୍ତୁ: ମୋଟ ବୟସ ବନାମ ସ୍ବାସ୍ଥ୍ୟ ବୟସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe