Maize: ମକା କୁଇଣ୍ଟାଲ ଦୁଇ ହଜାର ଟଙ୍କା ବିକିଲେ ଚାଷୀ

Advertisment

ନବରଙ୍ଗପୁର ଜିଲ୍ଲା ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମରେ ପ୍ରଶାସନିକ ଅଧିକାରୀଙ୍କ ପ୍ରଚେଷ୍ଟାରେ କୁଇଣ୍ଟାଲ ପିଛା ଦୁଇ ହଜାର ଟଙ୍କାରେ ଚାଷୀଙ୍କ ଠାରୁ ମକା କିଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ନବରଙ୍ଗପୁର ଜିଲ୍ଲା ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମରେ ପ୍ରଶାସନିକ ଅଧିକାରୀଙ୍କ ପ୍ରଚେଷ୍ଟାରେ କୁଇଣ୍ଟାଲ ପିଛା ଦୁଇ ହଜାର ଟଙ୍କାରେ ଚାଷୀଙ୍କ ଠାରୁ ମକା କିଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।

jhari

ଝରିଗାଁ (ରମେଶ ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲା ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମରେ ପ୍ରଶାସନିକ ଅଧିକାରୀଙ୍କ ପ୍ରଚେଷ୍ଟାରେ କୁଇଣ୍ଟାଲ ପିଛା ଦୁଇ ହଜାର ଟଙ୍କାରେ ଚାଷୀଙ୍କ ଠାରୁ ମକା କିଣିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରଶାସନ ପକ୍ଷରୁ ମକା କିଣିବା ସମୟରେ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ, ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ବିଷୋୟୀ, କୁଟ୍ରିଛାପର ସରପଞ୍ଚ ବୃନ୍ଦି ସାନ୍ତା, ଏସ୍‌ଆଇ ଲଷ୍ମୀକାନ୍ତ ଦୋରା, ସମିତି ସଭ୍ୟ ତମ୍ବୁଦାସ ପନକା, ବରିଷ୍ଟ ଚାଷୀ ପ୍ରଫୁଲ୍ଲ ପାଣ୍ଡେ, ଉଦୟ ନାୟକ, ଧାନସିଂ ଗୌଡ଼, ଚୈତନ ଗୌଡ଼, ବିନୋଦ କୂଳଦୀପ, ସୁଧୀର ଦଳାଇ ପ୍ରମୁଖ ସହ ଅନ୍ୟମାନେ ଉପସ୍ଥିତ ଥିଲେ। 

ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଝରିଗାଁ ବ୍ଲକରେ ଚାଷୀଙ୍କ ମକା ଉଚିତ ମୁଲ୍ୟରେ କିଣା ଆରମ୍ଭ ହେବା ପରେ ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସ୍ଥାନୀୟ ମକା ଆଭାବୀ ବିକ୍ରିର ଶିକାର ନହୋଇ ପ୍ରଶାସନ ପକ୍ଷରୁ କିଣା ଯାଉଥିବା ସ୍ଥାନରେ ମକା ବିକ୍ରି କରିବା ପାଇଁ ସେ ଅନୁରୋଧ କରିଥିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜଣେ ଚାଷୀଙ୍କ ଠାରୁ ୫୦ କୁଇଣ୍ଟାଲ ମକା କିଣାଯାଇଛି। 

ଆହୁରି ପଢ଼ନ୍ତୁ: Aryna Sabalenka in Final: ଅଷ୍ଟ୍ରେଲିଆନ୍ ଓପନ୍ ଟେନିସର ଫାଇନାଲରେ ଆରିନା ସାବାଲେଙ୍କା

ସୂଚନାଯୋଗ୍ୟ, ଝରିଗାଁ ବ୍ଲକ ଏକ କୃଷି ପ୍ରାଧାନ୍ୟ ଅଞ୍ଚଳ ହୋଇଥିବାରୁ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଏହି ଅଞ୍ଚଳର ବହୁ ଚାଷୀ ମକା ଚାଷ କରିଥାନ୍ତି। ଚଳିତ ବର୍ଷ ମକାର ଅଭାବ ବିକ୍ରି ଯୋଗୁଁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଗତବର୍ଷ ତୁଳନାରେ ଚଳିତ ବର୍ଷ ମକା ଦର ଢେର କମିଯିବା ପରେ ବହୁ ହଇରାଣ ହୋଇଥିଲେ। ଗତବର୍ଷ ଚାଷୀମାନେ ମକା କୁଇଣ୍ଟାଲ ପିଛା ୨୩ଶହ ଟଙ୍କାରେ ବିକ୍ରି ହୋଇ ଥିବା ବେଳେ ଚଳିତ ବର୍ଷ ମକା ମାତ୍ର ୧୭ ଶହ ଟଙ୍କା ରହିଥିବା ମକା ଚାଷୀ ଅଭିଯୋଗ କରିଥିଲେ। କୁଇଣ୍ଟାଲ ପିଛା ପ୍ରାୟ ୬ଶହ ଟଙ୍କା ମକା ଚାଷୀଙ୍କୁ କ୍ଷତି ସହିବା ପାଇଁ ପଡୁଥିଲା। ଶେଷରେ ଝରିଗାଁ ବ୍ଲକ କୃଷକ ମହାସଂଘ ପକ୍ଷରୁ ପ୍ରଶାସନ ପକ୍ଷରୁ ଉଚିତ ମୁଲ୍ୟରେ ମକା କ୍ରୟ କରିବା ପାଇଁ ଦାବି କରିବା ସହ ସମୟ ଦିଆଯାଇଥିଲା। ସମୟ ସୀମା ମଧ୍ୟରେ ପ୍ରଶାସନ ପକ୍ଷରୁ ଉଚିତ ମୁଲ୍ୟରେ ମକା ବିକ୍ରି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବା ଯୋଗୁଁ ତିନି ଦିନ ଧରି ଝରିଗାଁ ବ୍ଲକ ସହ ଉମରକୋଟ ଓ ରାଇଘର ବ୍ଲକ କୃଷକ ମହାସଂଘ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ଶେଷରେ ଜିଲ୍ଲା ପ୍ରଶାସନ ଓ ତିନୋଟି ବ୍ଳକର ବରିଷ୍ଟ କୃଷକ ମାନଙ୍କ ସହ ଆଲୋଚନା ହୋଇ କ୍ୟୁଟେଲ ପିଛା ଦୁଇ ହଜାର ଟଙ୍କାର ମକା କ୍ରୟ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ସ୍ଥଗିତ ହୋଇଥିଲା।

ଆହୁରି ପଢ଼ନ୍ତୁ: Illegal Temples Removal: ୭ଦିନ ଭିତରେ ହଟାଅ ବେଆଇନ ମନ୍ଦିର, ନିର୍ଦ୍ଦେଶ ଦେଲେ କୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe