Paddy: ଦିନକରେ ୧୪୧୩ ଚାଷୀଙ୍କ ଠାରୁ ଉଠିଲା ୨୭,୧୯୨ କୁଇଣ୍ଟାଲ ଧାନ

Advertisment

ସବୁ ବର୍ଷ ପର ଏହି ବର୍ଷ ମଧ୍ୟ ଖରିଫ ମଣ୍ଡିରେ ଚିରାଚରିତ ଲାଗି ରହିଥିବା ଚାଷୀ ଓ ମିଲର୍ସଙ୍କ କଟନୀଛଟନି ବିବାଦ ଲାଗି ରହିଥିଲା। ଫଳରେ ମଣ୍ଡିରୁ ଧାନ ଉଠିବା ପ୍ରକ୍ରିୟା ବନ୍ଦ ହୋଇଥିଲା। ଏହି ସମୟରେ ଓଡିଶା ମିଲର୍ସ ଆସୋସିଏସନ୍ ୪ଦଫା ଦାବି ନେଇ ଆନ୍ଦୋଳନ କରି ଧାନ ଉଠାଇନଥିଲେ।

ସବୁ ବର୍ଷ ପର ଏହି ବର୍ଷ ମଧ୍ୟ ଖରିଫ ମଣ୍ଡିରେ ଚିରାଚରିତ ଲାଗି ରହିଥିବା ଚାଷୀ ଓ ମିଲର୍ସଙ୍କ କଟନୀଛଟନି ବିବାଦ ଲାଗି ରହିଥିଲା। ଫଳରେ ମଣ୍ଡିରୁ ଧାନ ଉଠିବା ପ୍ରକ୍ରିୟା ବନ୍ଦ ହୋଇଥିଲା। ଏହି ସମୟରେ ଓଡିଶା ମିଲର୍ସ ଆସୋସିଏସନ୍ ୪ଦଫା ଦାବି ନେଇ ଆନ୍ଦୋଳନ କରି ଧାନ ଉଠାଇନଥିଲେ।

mandiee

ନବରଙ୍ଗପୁର (ସୁରେଶ ନାଇଡୁ): ସବୁ ବର୍ଷ ପର ଏହି ବର୍ଷ ମଧ୍ୟ ଖରିଫ ମଣ୍ଡିରେ ଚିରାଚରିତ ଲାଗି ରହିଥିବା ଚାଷୀ ଓ ମିଲର୍ସଙ୍କ କଟନୀଛଟନି ବିବାଦ ଲାଗି ରହିଥିଲା। ଫଳରେ ମଣ୍ଡିରୁ ଧାନ ଉଠିବା ପ୍ରକ୍ରିୟା ବନ୍ଦ ହୋଇଥିଲା। ଏହି ସମୟରେ ଓଡିଶା ମିଲର୍ସ ଆସୋସିଏସନ୍ ୪ଦଫା ଦାବି ନେଇ ଆନ୍ଦୋଳନ କରି ଧାନ ଉଠାଇନଥିଲେ। ନବରଂଗପୁର ଜିଲ୍ଲାର ୫୮ଟି ମଣ୍ଡିରେ ୫ଲକ୍ଷ ୭୦ହଜାର ବସ୍ତା ଧାନ ପଢ଼ି ରହିଥିଲା। ଗତକାଲି ମିଲର୍ସଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଧାନ ଉଠିବାରେ ଲାଗିଛି। ତେବେ ମିଲର୍ସଙ୍କ ଗୋଟିଏ ଦାବି ପୂରଣ ହେବା ସହ ସେମାନେ ଲାଭରେ ରହିଛନ୍ତି। ଏହା ବାଦେ ଚାଷୀମାନଙ୍କ ସହ ଉପୁଜିଥିବା କଟନି ଛଟନି ବିବାଦ ଅଚାନକ ଭାବେ ଅନ୍ତ ହୋଇଛି। ପୂର୍ବରୁ ଚାଷୀ ମାନେ ୨ରୁ ୩କିଲୋ ହିଁ ଧାନ ଦେବାକୁ କହି ଜିଦ୍ ଧରି ବସିଥିଲେ। ଏବେ ୫ରୁ ୬କିଲୋ ଧାନ କଟନିଛଟନିରେ ଦେବାକୁ ରାଜି ହେବା ପରେ ମଣ୍ଡି ଗୁଡିକରେ ସ୍ବାଭାବିକ ଭାବେ ଧାନ ଉଠିବାରେ ଲାଗିଛି।

ଜିଲ୍ଲାରେ ଆଜି ଦିନକରେ ୪୫ହଜାର କୁଇଣ୍ଟାଲ ଧାନ ଉଠାଇବାକୁ ଜିଲ୍ଲା ଯୋଗାଣ ବିଭାଗ ଲକ୍ଷ୍ୟ ରଖିଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି ଓ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବାସୁଦେବ ପ୍ରଧାନ। ତେବେ ଆଜି ୧୪୧୩ଜଣ ଚାଷୀଙ୍କ ଠାରୁ ୨୭ହଜାର ୧୯୨କୁଇଣ୍ଟାଲ ଧାନ ଉଠିଛି। ସେଭଳି ଏଯାଏଁ ୬୭୧୩ଜଣ ଚାଷୀଙ୍କ ଠାରୁ ୨ଲକ୍ଷ ୮୯ହଜାର ୮୮୭କୁଇଣ୍ଟାଲ ଧାନ ଉଠିଛି। ୪୨୬୧ଜଣ ଚାଷୀଙ୍କ ଆକାଉଣ୍ଟରେ ଧାନ ବାବଦକୁ ୧୫କୋଟି ୨୬ଲକ୍ଷ ଟଙ୍କା ଜମା ହୋଇ ସାରିଛି ବୋଲି କହିଛନ୍ତି ସିଏସଓ। ସେହିପରି ଜିଲ୍ଲାରେ ଥିବା ୮୨ଜଣ ମିଲର୍ସଙ୍କ ମଧ୍ୟରୁ ୨୦ଜଣ ଚାଉଳ ସମ୍ପୁର୍ଣ୍ଣ ଫେରାଇ ନଥିବାରୁ ଚୁକ୍ତି କରି ପାରିନାହାନ୍ତି। ବଳକା ୬୨ଜଣଙ୍କ ମଧ୍ୟରୁ ୫୭ମିଲର୍ସ ଧାନ ଉଠାଉଛନ୍ତି। ବାକି ୫ମିଲର୍ସ ବ୍ୟାଙ୍କ ଗ୍ୟାରେଣ୍ଟି ଜମା କଲେ ଧାନ ଉଠାଇବେ। ଏହି ୬୨ମିଲର୍ସଙ୍କୁ ଏଯାଏଁ୭ଲକ୍ଷ ୯୯ହଜାର କୁଇଣ୍ଟାଲ ଧାନ ଉଠାଇବାକୁ ଅନୁମତି ଦିଆଯାଇଛି। ୧୦ହଜାର ୫୦୦ଚାଷୀଙ୍କୁ ଟୋକନ୍ ଯିବା ପରେ ୪୪ହଜାର ୧୦୦ଚାଷୀ ଟୋକନ ପାଇଛନ୍ତି ବୋଲି କହିଛନ୍ତି ସିଏସଓ ଏବଂ ଏସିଏସଓ।

ଆହୁରି ପଢ଼ନ୍ତୁ: Maharashtra Politics: ବିଜେପିକୁ ବଡ଼ ଝଟକା ଦେଲା ଏକନାଥ ସିନ୍ଦେଙ୍କ ଶିବସେନା, ଏନ୍‌ସିପି ସହ କଲା ଖେଳ?

ନିୟମିତ ସମୀକ୍ଷା

ମଣ୍ଡି ସ୍ବାଭାବିକା କରିବା ପାଇଁ ନିୟମିତ ଭାବେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, ୨ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସିଏସଓ, ଏସିସିଏସଓ, ଆରଏମସି ସମ୍ପାଦକ, ସବୁ ବ୍ଲକର ବିଡିଓ, ତହସିଲଦାର ଆଦିଙ୍କୁ ନେଇ ନିୟମିତ ସମୀକ୍ଷା କରୁଥିବା ସୂଚନା ମିଳିଛି।  

ଆହୁରି ପଢ଼ନ୍ତୁ: US-India Trade: ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି ଉପରେ ଟ୍ରମ୍ପଙ୍କ ସହ ୮ଥର କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ: ଜୟସ୍ବାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe