ଝୁଲନ୍ତା ଅବସ୍ଥାରେ ତେନ୍ତୁଳିଖୁଣ୍ଟି ଥାନା ଏଏସ୍‌ଆଇଙ୍କ ମୃତଦେହ ଉଦ୍ଧାର

ତେନ୍ତୁଳିଖୁଣ୍ଟି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ରେଣୁ ପ୍ରସାଦ ପଟ୍ଟନାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ରାଇସିଂ ଯୋଡି ନାଳ ନିକଟରେ ଥିବା ଏକ ଗଛରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। 

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ରେଣୁ ପ୍ରସାଦ ପଟ୍ଟନାୟକ (୫୯)ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ରାଇସିଂ ଯୋଡି ନାଳ ନିକଟରେ ଥିବା ଏକ ଗଛରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। 

ଏହି ଖବର ପଢ଼ନ୍ତୁ: ଧାନବିଲରେ ପାଣି ଦେଖି ଟଳିପଡ଼ିଲେ ଚାଷୀ, ଜୀବନ ହାରିଲେ ଭାଗଚାଷୀ

ଖବର ପାଇ ତେନ୍ତୁଳିଖୁଣ୍ଟି ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ସନ୍ଧ୍ୟା ହୋଇଯାଇଥିବା କାରଣରୁ ଆସନ୍ତାକାଲି ଶବ ବ୍ୟବଛେଦ ପାଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି।

ଏହି ଖବର ପଢ଼ନ୍ତୁ: ପାରିବାରିକ ଅଶାନ୍ତିରୁ ଜୀବନ ହାରିଲେ ମହିଳା

ସୂଚନା ଅନୁଯାଇ ତେନ୍ତୁଳିଖୁଣ୍ଟି କାର୍ଯ୍ୟରତ ଥାନା ଏଏସ୍‌ଆଇ ଗତ ସୋମବାର ଦିନ କୌଣସି କାର୍ଯ୍ୟରେ ନବରଙ୍ଗପୁର ଯାଇଥିଲେ। ଏହା ପରଠୁ ଆଉ ଘରକୁ ଫେରିନଥିଲେ। ଆଜି ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ରାଇସିଂ ଯୋଡି ନାଳ ନିକଟରେ ଥିବା ଏକ ଗଛରେ ଏଏସଆଇଙ୍କ ଶବ ଝୁଲୁଥିବା ଖବର ପାଇ ତେନ୍ତୁଳିଖୁଣ୍ଟି ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏଏସ୍‌ଆଇ ଜୀବନ ହାରିଥିବା ଜଣାପଡ଼ୁଥିବା ବେଳେ ମୃତ୍ଯୁର ପ୍ରକୃତ କାରଣ ଜଣାପଡିନାହି।

ଏହି ଖବର ପଢ଼ନ୍ତୁ: ବିଜେଡିର ପ୍ରତିଷ୍ଠା ଦିବସ: ଯୁବନେତ୍ରୀଙ୍କୁ ଚାପୁଡ଼ା, ଭଂଜନଗରରେ ଦଳ ଛାଡ଼ିଲେ ନେତା

ତେନ୍ତୁଳିଖୁଣ୍ଟି କାର୍ଯ୍ୟରତ ଥାନା ଏଏସ୍‌ଆଇ ଗତ ସୋମବାର ଦିନ କୌଣସି କାର୍ଯ୍ୟରେ ନବରଙ୍ଗପୁର ଯାଇଥିଲେ। ଏହା ପରଠୁ ଆଉ ଘରକୁ ଫେରିନଥିଲେ। ଆଜି ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ରାଇସିଂ ଯୋଡି ନାଳ ନିକଟରେ ତାଙ୍କର ମୃତଦେହ ଠାବ ହୋଇଛି।

ଏଏସ୍‌ଆଇ ରେଣୁ ପ୍ରସାଦ ପଟ୍ଟନାୟକଙ୍କ ପ୍ରକୃତ ଘର ପାପଡାହାଣ୍ଡି ଥାନା ଅନ୍ତର୍ଗତ ତୁମ୍ବର୍ଲା ଗ୍ରାମରେ ହୋଇଥିବା ବେଳେ ସେ ତେନ୍ତୁଳିଖୁଣ୍ଟି ପୁଲିସ କଲୋନିରେ ନିଜ ପରିବାର ସହ ରହୁଥିଲେ। ଖବର ପାଇ ମୃତ ଏଏସଆଇଙ୍କ ଦୁଇ ପୁଅ ଏବଂ ଭାଇ ପହଁଚିଥିଲେ। ଘଟଣାସ୍ଥଳରେ ସାଇଁଟଫିକ ଟିମ ଏବଂ ଅନୁସନ୍ଧାନୀ କୁକୁର  ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଛେଦ ପାଇଁ ପଠାଯିବ ବୋଲି  ସୂଚନା ମିଳିଛି।

ଏହି ଖବର ପଢ଼ନ୍ତୁ: ଲୁଚିଛି ହାତୀ: ଜଙ୍ଗଲରେ ପତ୍ର ସଂଗ୍ରହ କରୁଥିଲେ ମହିଳା, କଚାଡ଼ି ଦେଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe