Road Problem: ୧୦ଲକ୍ଷର ପିଚୁ ରାସ୍ତା ୨ବର୍ଷ ମଧ୍ୟରେ ନଷ୍ଟ ,ପେଭର ବ୍ଲକ ଗାୟବ

Advertisment

ସହରରେ ଗ୍ରାମାଂଚଳ ଭଳି ବହୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ବାରମ୍ବାର ନବରଙ୍ଗପୁର ପୌରପାଳିକାର କର୍ତ୍ତୃପକ୍ଷଙ୍କୁ ସାହିବାସିନ୍ଦା ଜଣାଇବା ପରେ ବି କିଛି ଆଶୁ ପଦକ୍ଷେପ ନିଆଯାଇନି।

ସହରରେ ଗ୍ରାମାଂଚଳ ଭଳି ବହୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ବାରମ୍ବାର ନବରଙ୍ଗପୁର ପୌରପାଳିକାର କର୍ତ୍ତୃପକ୍ଷଙ୍କୁ ସାହିବାସିନ୍ଦା ଜଣାଇବା ପରେ ବି କିଛି ଆଶୁ ପଦକ୍ଷେପ ନିଆଯାଇନି।

ngp-10lakhs road (1)

road problem Photograph: (Photo: sambad.in)

ନବରଙ୍ଗପୁର: ସହରରେ ଗ୍ରାମାଂଚଳ ଭଳି ବହୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ବାରମ୍ବାର ନବରଙ୍ଗପୁର ପୌରପାଳିକାର କର୍ତ୍ତୃପକ୍ଷଙ୍କୁ ସାହିବାସିନ୍ଦା ଜଣାଇବା ପରେ ବି କିଛି ଆଶୁ ପଦକ୍ଷେପ ନିଆଯାଇନି। ଏଥି ମଧ୍ୟରୁ ୧ନଂ ୱାର୍ଡ ଚାମୁରିଆଗୁଡା ଶ୍ୟାମଶ୍ୟାମନଗରରେ ନିର୍ମାଣ ହୋଇଥିବା ପିଚୁ ରାସ୍ତାରୁ ପିଚୁ ସବୁ ବାହାରି ଗୋଡି ଦିଶୁଛି। ବିଭିନ୍ନ ସ୍ଥାନରେ ପେଭରବ୍ଲକ ଗାୟବ ହୋଇଯାଇଥିବା ଦେଖିବାକୁ ମିଳିଛି |

ସହରର ୧୭ଟି ୱାର୍ଡରୁ ୧ନମ୍ବର ୱାର୍ଡର ରାସ୍ତା ଅବସ୍ଥା ନ କହିବା ଭଲ।  ଗତ ୨ବର୍ଷ ତଳେ ପୌରପାଳିକାର ୧ନଂ ୱାର୍ଡର ଶ୍ୟାମାଶ୍ୟମ ନଗରର ବୁଢ଼ା ତ୍ରିପାଠୀ ଆପାର୍ଟମେଣ୍ଟ ପାର୍ଶ୍ବରୁ ସରକାରୀ ଓକିଲ ମାନସ ତ୍ରିପାଠୀଙ୍କ ବାସଭବନ ସମ୍ମୁଖ ଯାଏଁ ୨୦୨୨-୨୩ ଆର୍ଥିକ ବର୍ଷ ଅନୁଦାନରେ ୧୦ଲକ୍ଷରେ ନିର୍ମାଣ କରିଥିବା ପିଚୁ ରାସ୍ତାର ଅବସ୍ଥା ନ କହିବା ଭଲ। ଏବେ ଏହି ରାସ୍ତାର ଅବସ୍ଥା ଏମିତି ଯେ ପିଚୁ ସବୁ ବାହାରି ଯାଇ ଗୋଡି ସବୁ ଦିଶୁଛି। ପେଭର ବ୍ଲକ କେଉଁଟି ରହିଛି ତାହା କିଛି ଦିଶୁନି।  ରାସ୍ତା ଅବସ୍ଥା ଶୋଚନୀୟ।

ଆହୁରି ପଢନ୍ତୁ: Mamata Banerjee: ଏସଆଇଆରକୁ ବିରୋଧ କରି ପୁଣି ସିଇସିଙ୍କୁ ଚିଠି ଲେଖିଲେ ମମତା ବାନାର୍ଜୀ

ଏପରିକି ସହରର ଏହି ରାସ୍ତା ସହ ଅନ୍ୟ ସବୁ ରାସ୍ତାକୁ ନେଇ ଜିଲ୍ଲା ବିକାଶ ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟି ବୈଠକରେ ସଭ୍ୟ ଆଇ. ମୁରଲୀକ୍ରୀଷ୍ଣା,  ଜଗଦୀଶ ବିଷୋୟୀ, ଝାଡେଶ୍ବର ଖାଡଙ୍ଗାଙ୍କ ସହ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଆଲୋଚନା କରି ରାସ୍ତାଗୁଡିକର ଅବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ପୂର୍ତ୍ତବିଭାଗ ଓ ପୌରପାଳିକା ସମନ୍ବୟ ରଖି ସବୁ ରାସ୍ତା ମରାମତି, ପ୍ରଶସ୍ତିକରଣ ଓ ନୂଆ ନିର୍ମାଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ରାସ୍ତାକୁ ନେଇ ତଦାରଖ କରିବି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ ।

ଆହୁରି ପଢନ୍ତୁ: Teheran said about Discussion: ପରମାଣୁ କାର୍ଯ୍ୟକ୍ରମ ବିଷୟରେ ଆମେରିକା ସହ ଆଲୋଚନା ପାଇଁ ଇରାନ ପ୍ରସ୍ତୁତ: ତେହେରାନ

୧୭ଟି ରାସ୍ତାର ଟେଣ୍ଡର ସରିଥିବା ବେଳେ ଆଉ କିଛିର ଟେଣ୍ଡର ହେବାର ରହିଛି ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ । ତୁରନ୍ତ ସବୁ ରାସ୍ତା କାମ କରାଯିବ ବୋଲି କହିଛନ୍ତି ଡ.କର୍ଣ୍ଣ। ସମୟ ଥାଉଣୁ ଏହି ରାସ୍ତାର ମରାମତି ନ ହେଲେ ଆଗାମୀ ଦିନ ଏହି ରାସ୍ତା ଅବସ୍ଥା ଆହୁରି ଖରାପ ହେବା ସମ୍ଭାବନାକୁ ଏଡାଇ ହେବନି, ତେଣୁ ତୁରନ୍ତ ମରାମତି କରାଯାଉ ବୋଲି କହିଛନ୍ତି ସାହିବାସିନ୍ଦା ତଥା ସରକାରୀ ଓକିଲ ମାନସ ତ୍ରିପାଠୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe