ଝରିଗାଁ: ପ୍ରଶାସନର ପରିଚାଳନାଗତ ତ୍ରୁଟି ଓ ସଠିକ୍‌ ସ୍ଥାନ ନିରୂପଣ ଅଭାବରୁ ଝରିଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ମିତ ଆବର୍ଜନା ପୃଥକୀକରଣ କେନ୍ଦ୍ର କାମରେ ଲାଗୁନି। ଅନ୍ୟପଟେ କାର୍ଯ୍ୟକ୍ଷମ ପୂର୍ବରୁ ଏହି କେନ୍ଦ୍ରର ଛପର ଉଡ଼ି ଯାଇଛି। କୁଣ୍ଡ ଗୁଡ଼ିକ ନଷ୍ଟ ହୋଇ ସାରିଥିବା ବେଳେ କବାଟ ଗୁଡ଼ିକ ନଷ୍ଟ ହୋଇଗଲାଣି।

Advertisment

ଏହି ଖବର ପଢ଼ନ୍ତୁ: ହିନ୍ଦୀରେ ୬୦୦ କୋଟିରୁ ଅଧିକ ଆୟ ତାଲିକାରେ ପୁଷ୍ପା-୨ ଆଗରେ!

ଝରିଗାଁ ବ୍ଲକ ସଦର ମହକୁମାକୁ ସ୍ଵଚ୍ଛ ରଖିବା ପାଇଁ ପ୍ରଶାସନ ପକ୍ଷରୁ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ପର୍ଯ୍ୟାୟକ୍ରମେ ୩ ଲକ୍ଷ ୮୫ ହଜାର ଟଙ୍କା ବ୍ୟୟରେ ନୂତନ ଆବର୍ଜନା ପୃଥକୀକରଣ କେନ୍ଦ୍ର ନିର୍ମାଣ ହୋଇଥିଲା। ଉକ୍ତ ଗୃହ ଭିତରେ ୩ ଭାଗ କରି କୁଣ୍ଡ ନିର୍ମାଣ କରାଯାଇଛି। ବ୍ଲକର ୨୦ଟି ପଞ୍ଚାୟତରେ ଆବର୍ଜନା ପୃଥକୀକରଣ କେନ୍ଦ୍ର ନିର୍ମାଣ ହୋଇଥିବା ବେଳେ ଦୁଇଟି ପଞ୍ଚାୟତରେ ନିର୍ମାଣ କାମ ଚାଲିଛି।

ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ବିଜେପି ଯୁବମୋର୍ଚ୍ଚାର ବିରୋଧ

publive-image

ସେହିପରି ଗୋଟିଏ ପଞ୍ଚାୟତରେ କାମ ଆରମ୍ଭ ହୋଇ ନଥିବା ସୂଚନା ମିଳିଛି। ଗାଁରୁ ବାହାରୁଥିବା ଆବର୍ଜନା ମଧ୍ୟରୁ ଗୋଟିଏ କୁଣ୍ଡରେ କାଚ, ଅନ୍ୟ ଗୋଟିଏ କୁଣ୍ଡରେ ପ୍ଲାଷ୍ଟିକ୍‌ ଏବଂ ଅନ୍ୟ ଗୋଟିଏ କୁଣ୍ଡରେ ପେପର ପକାଇବା ପରେ ପ୍ରଶାସନ ପକ୍ଷରୁ କୌଣସି ଏକ ଗାଡ଼ିରେ ଉକ୍ତ ଆବର୍ଜନା ଗୁଡିକୁ ଗ୍ରାମରୁ ବହୁ ଦୂରରେ ଫୋପାଡ଼ିବା ଉଦ୍ଦେଶ୍ୟରେ ଆବର୍ଜନା ପୃଥକୀକରଣ କେନ୍ଦ୍ର ନିର୍ମାଣ ହୋଇଥିଲା। କିନ୍ତୁ ଉକ୍ତ ବ୍ୟବହାର ହେବା ପୂର୍ବରୁ ନିମ୍ନମାନର କାମ ଯୋଗୁଁ ଆବର୍ଜନା

ଏହି ଖବର ପଢ଼ନ୍ତୁ: ଟ୍ରକ୍‌ ଧକ୍କାରେ ଚାଲିଗଲା ମା’-ପୁଅଙ୍କ ଜୀବନ, ବାପା ଗୁରୁତର

ପୃଥକୀକରଣ କେନ୍ଦ୍ର ଗୃହ ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି। ପାଲିଆ ପଞ୍ଚାୟତରେ ନିର୍ମାଣ ହୋଇଥିବା ଆବର୍ଜନା ପୃଥକୀକରଣ କେନ୍ଦ୍ରର ଛାତ ୪ ମାସ ତଳେ ଉଡ଼ି ଯାଇଥିବା ସୂଚନା ମିଳିଛି। ସେହିପରି କିଛି ପଞ୍ଚାୟତରେ କେନ୍ଦ୍ର ଭିତରେ ନିର୍ମାଣ ହୋଇଥିବା କୁଣ୍ଡ ଗୁଡ଼ିକ ମଧ୍ୟ ନଷ୍ଟ ହୋଇଥିବା ବେଳେ ଆଉ କିଛି କେନ୍ଦ୍ରର କବାଟ ଭଙ୍ଗା ଦଦରା ଅବସ୍ଥାରେ ପଡ଼ି ରହିଥିବା ଅଭଯୋଗ ହୋଇଛି।

ଏହି ଖବର ପଢ଼ନ୍ତୁ: ଜବରଦଖଲରୁ ହଟିବେ ଧନୀ: ସୁରେଶ

ଆବର୍ଜନା ପୃଥକୀକରଣ କେନ୍ଦ୍ର ଗୁଡ଼ିକ ବ୍ୟବହାର ହେଉ ନଥିବାରୁ ଆବର୍ଜନା ବାହାରେ ପଡ଼ି ପରିବେଶ ପ୍ରଦୂଷିତ ହେଉଛି। ସେହିପରି ଆବର୍ଜନା ପୃଥକୀକରଣ କେନ୍ଦ୍ରରୁ ସଂଗୃହୀତ ଆବର୍ଜନା ଗୁଡ଼ିକୁ ଅନ୍ୟତ୍ର ଫଫାଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ଗାଡ଼ି ବ୍ୟବସ୍ଥା କରାଯାଇନଥିବାରୁ ସମସ୍ୟା ଦେଖାଦେଇଛି। ଏଭଳି ସ୍ଥିତିରେ ଝରିଗାଁ ବ୍ଲକରେ ସ୍ଵଚ୍ଛ ଭାରତ ମିସନ ଫେଲ ମାରିଥିବା ବ‌େଳେ ବ୍ଲକ ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।