Women Empowerment: ମହିଳା ସଶକ୍ତ ଓ ଆତ୍ମନିର୍ଭର ହେଲେ‌ ଦେଶ ୧ନମ୍ବରେ ପରିଣତ ହେବ

Advertisment

ଯୁବତୀ, ମହିଳାମାନେ ଘରୁ ପାଦ ସାହାସର ସହ ନିଜ ଭରସାରେ କାଢ଼ିବାକୁ ପଡ଼ିବ। ନିଜେ ଶିକ୍ଷିତ ହେବା ସହ ଆର୍ଥିକସ୍ତରରେ ସଶକ୍ତ ହେ‌ବାକୁ ପଡ଼ିବ। ଅନ୍ୟ କାହା ଭରସାରେ ନୁହଁ, ନିଜ ଉଦ୍ୟମ ଓ ଲକ୍ଷ୍ୟରେ ବୋଲି କହିଛନ୍ତି ସର୍ବଭାରତସ୍ତରରେ ଓଡ଼ିଶାର ନାଁକୁ ଗୌରବାନ୍ବୀତ କରିଥିବା ସୁପ୍ରସିଦ୍ଧ ଗାୟିକା ନାଭ୍ୟା ଜାୟତି।

ଯୁବତୀ, ମହିଳାମାନେ ଘରୁ ପାଦ ସାହାସର ସହ ନିଜ ଭରସାରେ କାଢ଼ିବାକୁ ପଡ଼ିବ। ନିଜେ ଶିକ୍ଷିତ ହେବା ସହ ଆର୍ଥିକସ୍ତରରେ ସଶକ୍ତ ହେ‌ବାକୁ ପଡ଼ିବ। ଅନ୍ୟ କାହା ଭରସାରେ ନୁହଁ, ନିଜ ଉଦ୍ୟମ ଓ ଲକ୍ଷ୍ୟରେ ବୋଲି କହିଛନ୍ତି ସର୍ବଭାରତସ୍ତରରେ ଓଡ଼ିଶାର ନାଁକୁ ଗୌରବାନ୍ବୀତ କରିଥିବା ସୁପ୍ରସିଦ୍ଧ ଗାୟିକା ନାଭ୍ୟା ଜାୟତି।

Navya

Singer Navya and Mandei in Nabarangpur. Photograph: (sambad.in)

ନବରଙ୍ଗପୁର (ସୁରେଶ ନାଇଡୁ): ଯୁବତୀ, ମହିଳାମାନେ ଘରୁ ପାଦ ସାହାସର ସହ ନିଜ ଭରସାରେ କାଢ଼ିବାକୁ ପଡ଼ିବ। ନିଜେ ଶିକ୍ଷିତ ହେବା ସହ ଆର୍ଥିକସ୍ତରରେ ସଶକ୍ତ ହେ‌ବାକୁ ପଡ଼ିବ। ଅନ୍ୟ କାହା ଭରସାରେ ନୁହଁ, ନିଜ ଉଦ୍ୟମ ଓ ଲକ୍ଷ୍ୟରେ ବୋଲି କହିଛନ୍ତି ସର୍ବଭାରତସ୍ତରରେ ଓଡ଼ିଶାର ନାଁକୁ ଗୌରବାନ୍ବୀତ କରିଥିବା ସୁପ୍ରସିଦ୍ଧ ଗାୟିକା ନାଭ୍ୟା ଜାୟତି। ମଣ୍ଡେଇ ଉଦଘାଟନୀ ଉତ୍ସବରେ ଆସିଥିବା ବେଳେ ସେ ଏଭଳି କହିଛନ୍ତି। 

ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ରାଜ୍ୟରେ ପ୍ରଥମ ବୋଲି ଜାଣିବା ପରେ ଆଶ୍ଚର୍ଯ୍ୟାନ୍ବୀତ ହୋଇଛନ୍ତି। ଏହାକୁ ସମ୍ପୁର୍ଣ୍ଣ ରୁପେ ମୂଳର ଉଚ୍ଛେଦ କରିବାକୁ ପଡ଼ିବ। ଏଥି ପାଇଁ ରାଜ୍ୟସରକାର ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଛନ୍ତି। ଯଦି ସରକାର କିମ୍ବା କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ଏ ଦିଗରେ ତାଙ୍କୁ ଡାକିଲେ ସେ ସମ୍ପୂର୍ଣ୍ଣ ରୁପେ ସେହି ଅଭିଯାନରେ ନିଜକୁ ସାମିଲ କରିବେ ବୋଲି କହିଛନ୍ତି ନାଭ୍ୟା। ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକକଳା ସହ କଳାକାରଙ୍କୁ ଏତେ ବଡ଼ ମଞ୍ଚ ପ୍ରଶାସନ ଓ ଜନସାଧାରଣ ଦେଉଥିବାରୁ ଧନ୍ୟବାଦ ଦେଇଛନ୍ତି।

Navya1

ଆହୁରି ପଢ଼ନ୍ତୁ: Pakistan : ପାକିସ୍ତାନୀଙ୍କ ଭବିଷ୍ୟତ ଆଇଏସଆଇ ସ୍ଥିର କରେ : ଖୱାଜା ଆସିଫ୍

ନିଶା ନିବାରଣ ସଚେତନତା ସୃଷ୍ଟି ଦାବି

ଏଭଳି କାର୍ଯ୍ୟକ୍ରମରେ ବି ମହିଳା ସଶକ୍ତୀକରଣ, ଶିକ୍ଷା, ବାଲ୍ୟବିବାହ, ନିଶା ନିବାରଣ ସମ୍ପର୍କରେ ମଂଚରେ ସଚେତନତା ସୃଷ୍ଟି କରାଯାଉ ବୋଲି ଅନୁରୋଧ କରିଛନ୍ତି ଗାୟିକା ନାଭ୍ୟା। ବିଳମ୍ବିତ ରାତିରେ ଦର୍ଶକଙ୍କୁ ଝୁମାଇଥିଲେ ନାଭ୍ୟା। ମଞ୍ଚ ପରିଚାଳନା କରୁଥିବା ସ୍ବେଚ୍ଛାସେବୀ ଯୁବତୀ ମାନଙ୍କୁ ମଞ୍ଚ ପଛରେ ସଶକ୍ତ ଓ ଆତ୍ମନିର୍ଭର ହେବାକୁ ପରାମର୍ଶ ଦେଇଥିଲେ। ସେ ଗାଇବା ସମୟରେ ସେମାନଙ୍କୁ ଡାକି ମଂଚର ଭୟ ଦୂର କରାଇଥିଲେ। ସମ୍ବାଦ ଗ୍ରୁପର ସମ୍ପାଦିକ ତନୟା ପଟ୍ଟନାୟକ ଆଜିର ଯୁବପିଢ଼ି ଓ ମହିଳାଙ୍କ ମାର୍ଗଦର୍ଶିକା ବୋଲି କହିଛନ୍ତି। ମହିଳା, ଯୁବତୀ ଆଦିଙ୍କ ପାଇଁ ସମ୍ବାଦ ପକ୍ଷରୁ କରାଯାଉଥିବା କାର୍ଯ୍ୟକ୍ରମ ନିଆରା। ସମ୍ବାଦ ପକ୍ଷରୁ କରାଯାଉଥିବା କାର୍ଯ୍ୟକ୍ରମକୁ ପ୍ରଶାଂସା କରିବା ସହ ସମାଜ ପ୍ରତି ସମସ୍ତଙ୍କର ଦାୟିତ୍ବ ରହିଛି ତାହା ସମ୍ବାଦ ଦର୍ଶାଉଛି ବୋଲି କହିଛନ୍ତି।  

ଆହୁରି ପଢ଼ନ୍ତୁ: Lawrence Vishnoi : ପବନ ସିଂଙ୍କୁ ଧମକ ଦେଇନୁ : ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe