Neglect: ବାପୁଙ୍କ ପୂଜ୍ୟପୂଜା ପ୍ରତି ଅବହେଲା: ମରିଗଲା ଗଛ, ଲାଗୁନି ଲାଇଟ୍

ବାପୁଙ୍କ ପୂଜ୍ୟପୂଜା ପ୍ରତି ଅବହେଳା କରାଯାଇଛି। ସ୍ଥାନୀୟ ଗାନ୍ଧୀଛକରେ ଗତ ଅକ୍ଟୋବର ୨ତାରିଖ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ସ୍ଥାନୀୟ ଗାନ୍ଧୀ ଛକରେ ନୂଆ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା।

ngp-gandhi-1

Mahatma Gandhi statue. Photograph: (sambad.in)

ନବରଙ୍ଗପୁର: ବାପୁଙ୍କ ପୂଜ୍ୟପୂଜା ପ୍ରତି ଅବହେଳା କରାଯାଇଛି। ସ୍ଥାନୀୟ ଗାନ୍ଧୀଛକରେ ଗତ ଅକ୍ଟୋବର ୨ତାରିଖ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ସ୍ଥାନୀୟ ଗାନ୍ଧୀ ଛକରେ ନୂଆ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ସାବରମତିରେ ଯେଭଳି ଗାନ୍ଧି ପ୍ରତିମୂର୍ତ୍ତି ବସାଯାଇଛି ଅବିକଳ ସେଭଳି ପ୍ରତିମୂର୍ତ୍ତି ବସାଯାଇଥିଲା। ପୌରପାଳିକା ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରି ଏହା ବସାଯାଇଥିଲା। ପ୍ରତିମୂର୍ତ୍ତିକୁ ହାଇଲାଇଟ୍ କରିବାକୁ ଥିବା ଗୋଟିଏ ଲାଇଟ୍ ଅନ୍ୟ ଆଡେ ବୁଲି ଯାଇଛି।

ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପଛ ପାର୍ଶ୍ବ ସ୍ବଚ୍ଛ ନବରଙ୍ଗପୁର , ସୁସ୍ଥ ନବରଙ୍ଗପୁର ବୋଲି ନୀଳ ରଙ୍ଗର ଲାଇଟର ପ୍ରେମ ଲଗାଯାଇଥିଲା। ତେବେ ସ୍ବଚ୍ଛ ନବରଙ୍ଗପୁରର ଲାଇଟ୍ ଲାଗୁଥିବା ବେଳେ ସୁସ୍ଥ ନବରଙ୍ଗପୁର ଓ ସରକାରଙ୍କ ଚିହ୍ନ ଲାଗୁନି। ସାଧାରଣରେ ଲୋକେ ସୁସ୍ଥ ନଥିବାରୁ ଏହି ଲାଇଟ୍ ଲାଗୁନି କି ବୋଲି ଚର୍ଚ୍ଚା କରୁଛନ୍ତି। ସେହିପରି ପ୍ରତିମୂର୍ତ୍ତିରେ ଗାନ୍ଧୀ ଧ୍ୟାନ ମୂଦ୍ରାରେ ଥିଲେ ହେଁ ଚଷମା ନାହିଁ। ଅନ୍ୟ ପଟେ ପ୍ରତିମୂର୍ତ୍ତି ପଛପଟେ ସୌନ୍ଦର୍ଯ୍ୟ ପାଇଁ ଲଗାଯାଇଥିବା ସବୁ ଗଛ ମରିଯାଇଛି। ଏହା ପଛରେ କିଛି ଅସାମାଜିକ ବ୍ୟକ୍ତି ମ‌ାନେ ମଦ ବୋତଲ ସହ ପଲିଥିନ୍ ଜରି ଆଦି ପକାଇଛନ୍ତି।

ଆହୁରି ପଢ଼ନ୍ତୁ: Smriti Mandhana Marriage: ଆଜି ଥିଲା ଝିଅର ବାହାଘର, ବାପାଙ୍କୁ ହେଲା ହାର୍ଟ ଆଟାକ୍... ଅନିର୍ଦ୍ଦିଷ୍ଟକାଳ ପାଇଁ ଘୁଞ୍ଚିଲା ସ୍ମୃତି ମନ୍ଧାନାଙ୍କ ବାହାଘର

ଦୀପାବଳି ପରେ ବି ଶୁଭେଚ୍ଛା ବାର୍ତ୍ତା ପ୍ରଦର୍ଶିତ

ସେହିପରି ସେଠାରେ ଥିବା ଏଲଇଡି ବୋର୍ଡରେ ଦଶହରା ଓ ଦୀପାବଳି ସରିଯାଇଥିଲେ ହେଁ ପୌରପାଳିକାର ଅଧ୍ୟକ୍ଷ, ଉପାଧ୍ୟକ, ନିର୍ବାହୀ ଅଧିକାରୀ ଓ କାଉନସିଲରଙ୍କୁ ନେଇ ଥିବା ଶୁଭେଚ୍ଛା ବାର୍ତ୍ତା ସେଭଳି ପ୍ରଦର୍ଶନ ହେଉଛି। ଏନେଇ ସୂଚନା ମିଳନଥିବା କହିଥିଲେ ପୌରନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ। ତୁରନ୍ତ ଲାଇଟ୍ ସଜାଡିବା ସହ ନୂଆଗଛ ଲଗାଯିବ ଏବଂ ସମସ୍ତ ତ୍ରୁଟିକୁ ସଜାଡାଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ। 

ଆହୁରି ପଢ଼ନ୍ତୁ: Bhitarkanika: କ୍ରୁଜ୍‌ରେ ଭିତରକନିକା ବୁଲିବାର ମଜା ନେବେ ପର୍ଯ୍ୟଟକ, ରାତିକୁ ୨୫ ହଜାର ଟଙ୍କା ଭଡ଼ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe