Counting of voting begins Photograph: (sambad.in)
ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଫଳାଫଳ ଆଜି ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ। ଏଥି ପାଇଁ ନୂଆପଡ଼ା ଠାରୁ ରାଜଧାନୀ ଭୁବନେଶ୍ବର ପଯ୍ୟନ୍ତ ରାଜନୈତିକ ଚର୍ଚ୍ଚା ଚାଲିଛି। ନୂଆପଡ଼ାରେ ବିଜେଡିର ପତିଆରା ଜାରି ରହିବ ନା ଶାସକ ଦଳ ବିଜେପି ଏହାକୁ ହାତେଇବ ତାହା ଦେଖିବାର ଅଛି। ଅନ୍ୟପଟରେ କଂଗ୍ରେସ ମଧ୍ୟ ଏହି ଆସନରେ ବିଜୟୀ ହେବ ବୋଲି ଦୃଢ଼ ଆଶା ରଖିଛି। ଏହି ନିର୍ବାଚନରେ ଅନ୍ୟ ୮ ଜଣ ପ୍ରାର୍ଥୀ ମଧ୍ୟ ରହିଛନ୍ତି। ଏହାରି ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇଥିବା ଇଭିଏମ୍ଗୁଡ଼ିକ ଗୋଟିଏ ପରେ ଗୋଟିଏ ଖୋଲା ଯାଇଛି। ଶୁକ୍ରବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ପ୍ରାଶସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ଭୋଟ୍ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ।
ନୂଆପଡ଼ାରେ ଗତ ୧୧ ତାରିଖ ଦିନ ଭୋଟ୍ ଗ୍ରହଣ କରାଯାଇଥିଲା। ମୋଟ୍ ୨,୫୪,୪୮୭ ଜଣ ମତଦାତାଙ୍କ ମଧ୍ୟରୁ ୨,୧୨,୩୮୫ଜଣ ମତଦାନ କରିଥିଲେ। ଏଥିରେ ପୁରୁଷ ସଂଖ୍ୟା ୧,୦୩, ୮୧୭ ଥବା ବେଳେ ୧,୦୮,୫୬୩ ଜଣ ମହିଳା ଥିଲେ। ସେହିପରି ଅନ୍ୟ ବର୍ଗର ମତଦାତା ମାନଙ୍କର ସଂଖ୍ୟା ୫ଥିଲା। ମୋଟ୍ ୮୩.୪୫% ମତଦାନ ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Delhi Blast: ଏକ ସାଧାରଣ ପୋଷ୍ଟରରୁ ବଡ଼ ଷଡ଼ଯନ୍ତ୍ରର ଆଭାସ ପାଇଥିଲେ ଏହି ଆଇପିଏସ୍ ଅଧିକାରୀ
ପ୍ରଥମେ ଗଣାଯିବ ପୋଷ୍ଟାଲ ବାଲାଟ୍
ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯାଉଛି। ଏହା ପରେ ସକାଳ ୮ଟା ୩୦ରେ ଇଭିଏମ୍ ଗଣତି ହେବ। ୩୫୮ଟି ବୁଥରେ ମତ ଗଣତି କରାଯାଉଛି। ଏଥି ପାଇଁ ୧୪ଟି ଟେବୁଲ କରାଯାଇଛି। ୨୬ଟି ରାଉଣ୍ଡରେ ଭୋଟ୍ ଗଣତି କରାଯାଉଛି।
ଆହୁରି ପଢ଼ନ୍ତୁ: History Of Shampoo: ‘ଶାମ୍ପୁ’ର ଅର୍ଥ କ’ଣ? ଭାରତରେ ପ୍ରଥମେ ଆରମ୍ଭ ହୋଇଥିଲା ଏହାର ବ୍ୟବହାର
ଗୁରୁତ୍ବପୂର୍ଣ୍ଣ ସମୟ: ଏସ୍ପି
ଆରକ୍ଷୀ ଅଧୀକ୍ଷକ ଅମ୍ରିତ ପାଲ୍ ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି, ମତଗଣନା ଆମ ପାଇଁ ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ସମୟ। ନୂଆପଡ଼ା ଉପନିର୍ବାଚନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗଣତି ପାଇଁ ସିଏପିଏଫ୍, ବିଏସ୍ଏଫ୍, ଏସ୍ଏପି ଓ ରାଜ୍ୟ ପୁଲିସ ମୁତୟନ ରହିଛନ୍ତି।
Follow Us