Nuapada Election: ସରୁଛି ମତଦାନ ସମୟ, ବଢୁଛି ଭୋଟିଂ ପ୍ରତିଶତ

ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଜାରି ରହିଛି। ନୂଆପଡ଼ା, ଖରିଆରରୋଡ୍‌ ଏବଂ କୋମନା ବ୍ଲକକୁ ନେଇ ଗଠିତ ନୂଆପଡ଼ା ଆସନରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ।

Nuapada

Nuapada bye election Photograph: (sambad.in)

ନୂଆପଡ଼ା: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଜାରି ରହିଛି। ନୂଆପଡ଼ା, ଖରିଆରରୋଡ୍‌ ଏବଂ କୋମନା ବ୍ଲକକୁ ନେଇ ଗଠିତ ନୂଆପଡ଼ା ଆସନରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ। ସମୟ ସରିଗଲା ପରେ ବୁଥ ପରିସର ଭିତରେ ଥିବା ମତଦାତାମାନେ ଭୋଟ୍‌ ଦେଇପାରିବେ। ମତଦାନ ଅବଧୀ ‌ଶେଷ ହେବା ପୂର୍ବରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ୬୫.୨୦ ପ୍ରତିଶତ ମତଦାତା ସେମାନଙ୍କର ଭୋଟ୍‌ ଦେଇଛନ୍ତି। ସମୟ ଯେତିକି ସରିସରି ଯାଉଛି, ମତଦାନ ପ୍ରତିଶତ ବଢ଼ିବଢ଼ି ଚାଲିଛି।  

ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ

-ଅପରାହ୍‌ଣ ୩ଟା ସୁଦ୍ଧା: ୬୫.୨୦ ପ୍ରତିଶତ
-ଅପରାହ୍‌ଣ ୧ଟା ସୁଦ୍ଧା: ୫୧.୨୬ ପ୍ରତିଶତ 
-ପୂର୍ବାହ୍‌ଣ ୧୧ଟା ସୁଦ୍ଧା: ୩୧.୨୫ ପ୍ରତିଶତ
-ପୂର୍ବାହ୍‌ଣ ୯ଟା ସୁଦ୍ଧା: ୧୪.୯୯ ପ୍ରତିଶତ 

ଅଧିକ ପଢ଼ନ୍ତୁ: ଜୈସ୍-ଏ-ମହମ୍ମଦର ମହିଳା ଶାଖାର ଭାରତ ମୁଖ୍ୟ ଗିରଫ, ପୁଣି ଥରେ ବୈଠକ ଡାକିଲେ ଅମିତ ଶାହ

ସଂକ୍ଷେପରେ ନୂଆପଡ଼ା ଆସନ

ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ହେଉଥିବା ବେଳେ ଏହି ରଣାଙ୍ଗନରେ ଶାସକ ବିଜେପି, ବିଜେଡି, କଂଗ୍ରେସ ସମେତ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କିନ୍ତୁ ଏଠାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଶାସକ ଦଳ ‘ବିଜେପି’ରୁ ର୍ସ୍ବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ମୁଖ୍ୟ ବିରୋଧୀ ଦଳ ‘ବିଜେଡ଼ି’ରୁ ସ୍ନେହାଙ୍ଗୀନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ମଇଦାନକୁ ଓହ୍ଲାଇଛନ୍ତି। ଏହି ୩ଟି ଦଳର ନେତାମାନେ ନୂଆପଡ଼ା, କୋମନା ଏବଂ ଖରିଆର ରୋଡ୍‌ରେ ବିଗତ ଦିନ‌ରେ ଜୋରଦାର ପ୍ରଚାର କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତ ଦାନ କେନ୍ଦ୍ର ରହିଛି। ଏଥି ମଧ୍ୟରୁ ୪୭ଟି  ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି। ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ। ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି।

ଆହୁରି ପଢ଼ନ୍ତୁ: Lady Commander Faridabad Terror: ଦିଲ୍ଲୀ ବିସ୍ଫୋରଣ:ଫରିଦାବାଦରୁ ଗିରଫ ଜୈସ୍‌ର ମହିଳା କମାଣ୍ଡର ଡାକ୍ତର ଶାହିନ୍ ଶାହିଦଙ୍କ ପ୍ରଥମ ଫଟୋ ଜାରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe