Srimandir 2026 Calendar: ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ବଡ଼ ବିଭ୍ରାଟ: ଚାରିଆଡ଼ୁ ନିନ୍ଦା, ଅଭିଯୋଗ ପରେ ବନ୍ଦ ହେଲା ବିକ୍ରି… ଭୁଲ ପାଇଁ ଦାୟୀ କିଏ ?

Advertisment

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ବିରାଟ ଭୁଲ । ଇଂରାଜୀ ନବବର୍ଷ ପାଇଁ ଛପା ହୋଇଥିବା କ୍ୟାଲେଣ୍ଡରରେ ବଡ଼ ବିଭ୍ରାଟ । ଚିତ୍ରରେ ଓଲଟା ବସିଛନ୍ତି ମହାପ୍ରଭୁ । ଏଥିସହ ଶ୍ରୀବିଗ୍ରହଙ୍କୁ ଚତୁର୍ଦ୍ଧା ମୂରତି କୁହାଯାଉଥିବା ବେଳେ ତ୍ରିମୂର୍ତ୍ତିଙ୍କ ପାଖରେ ନାହାନ୍ତି ଶ୍ରୀସୁଦର୍ଶନ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ବିରାଟ ଭୁଲ । ଇଂରାଜୀ ନବବର୍ଷ ପାଇଁ ଛପା ହୋଇଥିବା କ୍ୟାଲେଣ୍ଡରରେ ବଡ଼ ବିଭ୍ରାଟ । ଚିତ୍ରରେ ଓଲଟା ବସିଛନ୍ତି ମହାପ୍ରଭୁ । ଏଥିସହ ଶ୍ରୀବିଗ୍ରହଙ୍କୁ ଚତୁର୍ଦ୍ଧା ମୂରତି କୁହାଯାଉଥିବା ବେଳେ ତ୍ରିମୂର୍ତ୍ତିଙ୍କ ପାଖରେ ନାହାନ୍ତି ଶ୍ରୀସୁଦର୍ଶନ...

new year calendar

new year calendar Photograph: (sambad.in)

ପୁରୀ: ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ବିରାଟ ଭୁଲ । ଇଂରାଜୀ ନବବର୍ଷ ପାଇଁ ଛପା ହୋଇଥିବା କ୍ୟାଲେଣ୍ଡରରେ ବଡ଼ ବିଭ୍ରାଟ । ଚିତ୍ରରେ ଓଲଟା ବସିଛନ୍ତି ମହାପ୍ରଭୁ । ଏଥିସହ ଶ୍ରୀବିଗ୍ରହଙ୍କୁ ଚତୁର୍ଦ୍ଧା ମୂରତି କୁହାଯାଉଥିବା ବେଳେ ତ୍ରିମୂର୍ତ୍ତିଙ୍କ ପାଖରେ ନାହାନ୍ତି ଶ୍ରୀସୁଦର୍ଶନ । ତେବେ ଶ୍ରୀମନ୍ଦିର କ୍ୟାଲେଣ୍ଡରର ଏହି ତ୍ରୁଟି ଆଜି ସକାଳ ଠାରୁ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବା ବେଳେ ଏହାକୁ ଚାରିଆଡୁ ନିନ୍ଦା କରାଯାଇଛି ଏବଂ ଶ୍ରୀମନ୍ଦିର ପ୍ରଶାସନର ଏମିତି ତ୍ରୁଟି ନିଶ୍ଚିତ ଭାବେ ଅକ୍ଷମଣୀୟ ବୋଲି ଅନେକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

calendar
calendar Photograph: (sambad.in)

୨୦୨୬ କ୍ୟାଲେଣ୍ଡରରେ ଶ୍ରୀମନ୍ଦିର ପ୍ରଶାସନର ଗୁରୁତର ତ୍ରୁଟି ସଭିଁଙ୍କୁ ଚକିତ କରିଛି । କ୍ୟାଲେଣ୍ଡରରେ ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ର ଓ ବଳଭଦ୍ରଙ୍କ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଚିତ୍ର ଥିବା ଏକ ଫଟୋକୁ ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡର ୨୦୨୬ରେ ସ୍ଥାନ ଦିଆଯାଇଛି । ସେହିପରି ରଥଯାତ୍ରାର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡରରେ ରହିଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି । ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଉଥିବାର ସମ୍ପର୍କିତ ଚିତ୍ରର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡରରେ ସ୍ଥାନ ପାଇଥିବା ଅଭିଯୋଗ ହେଉଛି ।   

ଆହୁରି ପଢନ୍ତୁ- Saudi Arabia-UAE Relations: ଦିନେ ଥିଲେ ଭାଇ-ଭାଇ, ଏବେ ଚାଁହୁନାହାନ୍ତି କେହି କାହାର ମୁହଁ: ଜାଣିଛନ୍ତି କି ଦୁଇ ମୁସଲିମ ଦେଶର କାହାଣୀ!

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୨୦୨୬ କ୍ୟାଲେଣ୍ଡରରେ ଏଭଳି ତ୍ରୁଟିକୁ ଜଗନ୍ନାଥ ପ୍ରେମୀ ଓ ଶ୍ରୀମନ୍ଦିର ସେବାୟତ ସମାଲୋଚନା କରିଛନ୍ତି । କ୍ୟାଲେଣ୍ଡର ଛପା ହେବା ପୂର୍ବରୁ କାହା ପରାମର୍ଶରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ତ୍ରୁଟିପୂର୍ଣ୍ଣ ଫଟୋ କ୍ୟାଲେଣ୍ଡରରେ ସ୍ଥାନ ଦେଇଛି ତାକୁ ନେଇ ସେବାୟତ ମାନେ ପ୍ରଶ୍ନ ଉଠାଇଛନ୍ତି ।

ଆହୁରି ପଢନ୍ତୁ- Web Series hit OTT in 2025: ୨୦୨୫ରେ କେଉଁ ସବୁ ୱେବସିରିଜ ଓଟିଟିରେ ଧମାଲ କରିଥିଲା ଆପଣ ଜାଣିଛନ୍ତି କି?

କ୍ଷମା ମାଗିଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ

ତେବେ କ୍ୟାଲେଣ୍ଡର ବିବାଦ ବଢିବା ପରେ ବନ୍ଦ ହୋଇଛି କ୍ୟାଲେଣ୍ଡର ବିକ୍ରି । ଶ୍ରୀମନ୍ଦିର ପ୍ରଶାସନ ସୂଚନା କେନ୍ଦ୍ରରେ ଆଉ ମିଳୁନି କ୍ୟାଲେଣ୍ଡର । ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ । ଶହ ଶହ ବର୍ଷ ତଳର ଏହା ଏକ ଚିତ୍ର କଳାକୃତି। ଏହି ତାଳପତ୍ରରେ ଅଙ୍କିତ ଫଟୋ ଚିତ୍ରକୁ ଓଡ଼ିଶା ରାଜ୍ଯ ମ୍ଯୁଜିୟମରୁ ସଂଗ୍ରହ କରାଯାଇ ଇଂରାଜୀ ନବବର୍ଷ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇଛି। କିନ୍ତୁ ଏହା ସାଂପ୍ରତିକ ସ୍ଥିତି ନୁହେଁ। ଏହା ସେତେବେଳର ଜଣେ ଚିତ୍ର ଶିଳ୍ପୀର ଚିତ୍ରକଳା, ଏହାକୁ ଜଗନ୍ନାଥ ପ୍ରେମୀ ଭୁଲ ବୁଝିବେ ନାହିଁ ବୋଲି ଆଶା। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe