International Sand Art: ଅନ୍ତର୍ଜାତୀୟ ବାଲୁକା କଳା, ନୃତ୍ୟ ଉତ୍ସବକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ହେବାକୁ ଥିବା ୩୬ତମ କୋଣାର୍କ ଉତ୍ସବ, ୧୫ତମ ଅର୍ନ୍ତାତୀୟ ବାଲୁକା କଳା ଉତ୍ସବ ଓ ସୁଭଦ୍ରା ଶକ୍ତି ମେଳାକୁ ଆସନ୍ତାକାଲି ଉଦ୍‌ଘାଟନ ହେବ।

konark

Sand Art festival. Photograph: (sambad.in)

କୋଣାର୍କ (ସୁକାନ୍ତ ବିଶ୍ବାଳ):  ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ହେବାକୁ ଥିବା ୩୬ତମ କୋଣାର୍କ ଉତ୍ସବ, ୧୫ତମ ଅର୍ନ୍ତାତୀୟ ବାଲୁକା କଳା ଉତ୍ସବ ଓ ସୁଭଦ୍ରା ଶକ୍ତି ମେଳାକୁ ଆସନ୍ତାକାଲି (ସୋମବାର) ଉଦ୍‌ଘାଟନ ହେବ। ପୂର୍ବ ସ୍ଥିରୀକୃତ ନିର୍ଘଣ୍ଟ ସମୟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍‌ଘାଟନ କରିବେ। ଏନେଇ କୋଣାର୍କ ଉତ୍ସବ, ବାଲୁକା କଳା ଉତ୍ସବ ଓ ସୁଭଦ୍ରା ଶକ୍ତି ମେଳାର ସମସ୍ତ ଶେଷ ପ୍ରସ୍ତୁତି ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଉପଜିଲ୍ଲାପାଳ ରାଜକିଶୋର ଜେନା, ପର୍ଯ୍ୟଟନ ସହାୟକ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଆୟୋଜନସ୍ଥଳ ପରିଦର୍ଶନ କରିଛନ୍ତି। 

ପ୍ରଥମ ଦିନରେ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଜଗତସିଂପୁର ଏମପି ବିଭୁପ୍ରସାଦ ତରାଇ, ପର୍ଯ୍ୟଟନ ସଚିବ ବଲବନ୍ତ ସିଂ, ପର୍ଯ୍ୟଟନ ନିର୍ଦେଶକ ଦୀପଙ୍କର ମହାପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ପୁରୀ ଏସପି ପ୍ରତୀକ ସିଂ ମୁଖ ଯୋଗଦେବେ। ଏନେଇ ଉତ୍ସବମୁଖର ହୋଇଉଠିଛି ପର୍ଯ୍ୟଟନସ୍ଥଳୀ କୋଣାର୍କ, ଚନ୍ଦ୍ରଭାଗା ବେଳାଭୂମି। ପର୍ଯ୍ୟଟନ ବିଭାଗ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତିଦିନ ସନ୍ଧ୍ୟା ୬ରୁ ଓଡିଶୀ, କୁଚିପୁଡ଼ି, କଥକ, ମୋହିନୀଆଟମ, ମଣିପୁରୀ, ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ ରୁ ରାତି ୯ ପର୍ଯ୍ୟନ୍ତ ଦେଶ ବିଦେଶର ବାଲୁକା ଶିଳ୍ପୀଙ୍କ ଦ୍ୱାରା ବାଲୁକା କଳା ପ୍ରଦର୍ଶନ ହେବI

୫ଦିବସୀୟ କାର୍ଯ୍ୟକ୍ରମ

ଉଦ୍‌ଘାଟନୀ ଦିବସରେ ପ୍ରଥମ ଚରଣରେ ଭୁବନେଶ୍ୱରର ନୃତ୍ୟ ଉପାସାନା ପୀଠର ଗୁରୁ ସୋନାଲି ମହାପାତ୍ର ଓ ସାଥୀଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ କରାଯିବ ଓ ଦିତୀୟାର୍ଦ୍ଧରେ ହାଇଦ୍ରାବାଦର ଶଙ୍କରନନ୍ଦ କଳାକ୍ଷେତ୍ରର ଗୁରୁ ଡକ୍ଟର ଆନନ୍ଦ ଶଙ୍କର ଜୟନ୍ତ ଓ ସାଥୀଙ୍କ ଦ୍ଵାରା ଭାରତନାଟ୍ୟମ ନୃତ୍ୟ ପରିବେଷଣ ହେବ। ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ଏହି କୋଣାର୍କ ଉତ୍ସବ ଚାଲିବ।

ଆହୁରି ପଢ଼ନ୍ତୁ: Entry Fee Free Konark: ଆଜିଠୁ ବିଶ୍ୱ ଐତିହ୍ୟ ସପ୍ତାହ: ମାଗଣାରେ କୋଣାର୍କ ବୁଲିବେ ପର୍ଯ୍ୟଟକ

ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ

କୋଣାର୍କ ରଙ୍ଗମଞ୍ଚ ପରିସରରେ ଛୋଟବଡ଼ ବୃକ୍ଷ ରାଜି, ରଙ୍ଗବେରଙ୍ଗର ଚାନ୍ଦୁଆ ଓ ରଙ୍ଗିନୀ ଆଲୋକମାଳା ରାତିର ଶୋଭାକୁ ଅତ୍ୟନ୍ତ ଲୋଭନୀୟ କରୁଥିଲାବେଳେ, ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚକୁ ସୁସଜ୍ଜିତ କରାଯାଇ ଓଡ଼ିଶୀ, କଥକ, ମଣିପୁରୀ ମୋହିନୀ ଆଟମ, ଭାରତନାଟ୍ୟମ୍ ଆଦି ନୃତ୍ଯ ପରିବେଷଣ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ଶତାଧିକ ବାଲୁକାଶିଳ୍ପୀଙ୍କ ଦ୍ଵାରା ପ୍ରଭାବିତ ବିଭିନ୍ନ ପ୍ରସଙ୍ଗରେ ନିର୍ମିତ ୩୫ ଗୋଟି ଷ୍ଟଲରେ ବିଭିନ୍ନ କଳାକ୍ରୃତି ପ୍ରଦର୍ଶିତ କରିବେ। ପ୍ରଥମ ଥର ପାଇଁ ମିସନ ଶକ୍ତି ପକ୍ଷରୁ ଚନ୍ଦ୍ରଭାଗା ମେଳାପଡ଼ିଆରେ ୭ ଦିନ ପାଇଁ ୧୫୦ ଗୋଟି ଷ୍ଟଲ ରେ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବାକୁଥିଲା ବେଳେ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୦ଟି ଷ୍ଟଲରେ ହସ୍ତଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି। ହେଲିପ୍ୟାଡରେ ଅପେରା, ମୀନାବଜାର, ପୁସ୍ତକ ମେଳା, ସମେତ ପର୍ଯ୍ୟଟନ ବିଭାଗ ସହାୟତାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ।

ଆହୁରି ପଢ଼ନ୍ତୁ: Barabati T20: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ମ୍ୟାଚ୍‌ ପାଇଁ ବିକ୍ରି ହେବ ୨,୦୦୦ ଅନ୍‌ଲାଇନ୍‌ ଟିକେଟ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe