four friends celebrate holi with chidren Photograph: (Sambad.in)
ରାମଚଣ୍ଡୀ: ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଓଗାଳପୁର ଗ୍ରାମରେ ଥିବା,ମା ଭଗବତୀ ସେବାସଂଘ ମଧ୍ୟମରେ ଚାଲୁଥିବା, ଆସ୍ଥା ମାନସିକ ଅନଗ୍ରସର ବିଦ୍ୟାଳୟ, ବିଚିତ୍ରାନନ୍ଦ ବଧିର ବିଦ୍ୟାଳୟ, ବିଚିତ୍ରାନନ୍ଦ ଦୃଷ୍ଟିହୀନ ବିଦ୍ୟାଳୟ, ଗ୍ରାମରେ ଥିବା ଅନ୍ଧ ମୂକ ସ୍କୁଲରେ ଭୁବନେଶ୍ୱରରୁ ଆସିଥିବା ଚାରିବନ୍ଧୁ ସଞ୍ଜୟ ତ୍ରିପାଠୀ, ଭବାନୀ ପଟ୍ଟନାୟକ, ମନୋଜ ଭୋଇ, ସରୋଜ ପାଠକ,ଚାରି ବନ୍ଧୁ କୁନି କୁନି ପିଲାମାନଙ୍କ ଗହଣରେ ଅତି ଆନନ୍ଦ ଉଲ୍ଲାସରେ ହୋଲି ପାଳିଥିଲେ। ଏହା ସହ ପିଲାମାନଙ୍କୁ ଚକୋଲେଟ , ଅଭିର ପ୍ରଦାନ କରିବା ସହ ରଙ୍ଗୋଲି ପ୍ରତିଯୋଗିତା କରିଥିଲେ ଏବଂ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ ସହ ମାନପତ୍ର ପ୍ରଦାନ କରିଥଲେ।
ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ
ଏହାପରେ ସେଠାରେ ପ୍ରସ୍ତୁତ କରାଯାଇଥିବା ରନ୍ଧା ଖାଦ୍ୟକୁ ପିଲାମାନଙ୍କୁ ପରସି ଦେଇଥିଲେ। ଏଥିରେ ଅନୁଗୁଳ ଜିଲ୍ଲା ଚାମ୍ବର ଅଫ କମର୍ସର ସଦସ୍ୟ ଏବଂ ବ୍ୟବସାୟୀ ସଂଘର ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼େଇଥିଲେ। ସ୍କୁଲର ସଂପାଦକ, ରେଣୁବାଳା ବେଉରା ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
Vigilance Raid: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ
Follow Us