Inujred 9th class student of Brahmagiri. Photograph: (sambad.in)
ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ବାଲୁଙ୍କେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ବେଳେ ଏକ ଅଘଟଣ ଘଟିଛି ଜଣେ ଛାତ୍ର ପେଟ୍ରୋଲ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛି।
ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିବରାମ ମହାପାତ୍ରଙ୍କ ସୂଚନା ଅନୁଯାଇ ଆଜି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବେଳେ ନବମ ଶ୍ରେଣୀର ଛାତ୍ର ଓମ ସତ୍ୟ ପ୍ରକାଶ ସାହୁ ଓ ତାର ସାଙ୍ଗ ସିପୁନ ଦୁଇ ଜଣ ବିଦ୍ୟାଳୟ ପରିସରରେ ପହଂଚି ଥିଲେ ସେଠାରେ ସିପୁନ ଏକ ମାଜା ବୋତଲ ନେଇ ଓମକୁ ଦେଇ ଥିଲା ଏବଂ କହିଥିଲା ଠିପି ଖୋଲି ପିଇଦିଅ।
ଆହୁରି ପଢ଼ନ୍ତୁ: Owaisi: ଏହି ଉପନିର୍ବାଚନରେ କଂଗ୍ରେସକୁ ସମର୍ଥନ ଦେଲେ ଓୱେସି
ଓମ ବୋତଲ ଠିପି ଖୋଲିବା ବେଳେ ସିପୁନ ଦିଆସିଲି ମାରି ଥିଲା। ଏହା ପରେ ଓମ ନିଆଁରେ ପୋଡ଼ି ହୋଇଛି। ତେବେ ଘଟଣା ବିଷୟରେ ଆହୁରି ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି। ଗୁରୁତର ଓମ୍କୁ ପରିବାର ଲୋକେ ତୁରନ୍ତ ପୁରୀ ସଦର ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ କୁ ଚିକିତ୍ସା ପାଇଁ ନିଆଯାଇଛି।
ଆହୁରି ପଢ଼ନ୍ତୁ: Odia Tourists Death: ଜମ୍ମୁରେ ତିନି ଓଡ଼ିଆ ତୀର୍ଥଯାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ, ଆସୁଛି ମୃତଦେହ
ତେବେ ଏନେଇ ଓମଙ୍କ ବାପା ବିରାଟ ସାହୁ କହିଛନ୍ତି କିଭଳି ତାଙ୍କ ପୁଅ ପୋଡି ହେଲା ସେ ଜାଣି ନାହାନ୍ତି କିନ୍ତୁ ବିଦ୍ୟାଳୟରେ ସେ ପୋଡି ହୋଇ ଥିବା କହିଛନ୍ତି।
Fire
Follow Us