murder of child Photograph: (sambad.in)
ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ଚାଟିକଣା ଅଞ୍ଚଳର ଗୋଟିଏ ୫ ବର୍ଷ ଶିଶୁକୁଅପହରଣପରେ ଗଳା କାଟି ହତ୍ୟା କରା ଯାଇଥିବା ଭଳି ଚଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି I
ସୂଚନାରୁ ଜଣାପଡିଛି ଚାଟିକଣା ସ୍ଥିତ ପୁରୁଣା ଷ୍ଟେସନ ସାହିର ପୁରୁଷୋତ୍ତମ ଗନ୍ତାୟତଙ୍କ ୫ ବର୍ଷ ପୁଅ ଋଷି ଗନ୍ତାୟତକୁ କେହି ଜଣେ ଅପହରଣ କରିଥିଲା I ଏନେଇ ପୁରୁଷୋତ୍ତମ ଗନ୍ତାୟତଙ୍କ ସଂପର୍କୀୟଙ୍କୁ ଅଜଣା ନମ୍ବରରୁ ମେସେଜ ଆସିଥିଲା ଯେ ଟଙ୍କା ଦେଲେ ଋଷିକୁ ପାଇବ I ଏନେଇ ପୁଲିସକୁ କିମ୍ବା କାହାକୁ ଜଣାଇଲେ ସ୍ଥିତି ଖରାପ ହେବ I ପରିବାର ବର୍ଗ ଓ ସମ୍ପର୍କୀୟ ଆଜି ଦିନ ସାରା ଖୋଜାଖୋଜି କରୁଥିଲେI କିନ୍ତୁ ଏବେ ବିଳମ୍ବିତ ରାତ୍ରିରେ ଋଷିକୁ ହତ୍ୟା କରି ଗୋଟିଏ ବସ୍ତାରେ ବନ୍ଧା ହୋଇ ମୃତଦେହକୁ ଘର ପଛରେ ଫିଙ୍ଗା ହୋଇଥିବା ପାଇଥିଲେI
Shah targets BJD: ବିଜେଡିକୁ ଟାର୍ଗେଟ୍ କଲେ ଶାହ: ୩ ହଜାର କୋଟିର ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର
ସାଇଣ୍ଟିଫିକ ଟିମ୍ ଆସିଲା ପରେ ତଦନ୍ତ ଜାରି ରହିବ
ପୁଲିସକୁ ଏ ନେଇ ସୂଚନା ଦେଲା ପରେ ଘଟଣା ସ୍ଥଳକୁ ବିଷମକଟକ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ବିଷମକଟକ ଆଇ ଆଇ ସି ସମର୍ପିତା ସ୍ୱାଇଁ ରାତି ହୋଇଥିବାରୁ ବିଶେଷ ତଥ୍ୟ ମିଳି ପାରି ନାହିଁ ସକାଳୁ ସାଇଣ୍ଟିଫିକ ଟିମ୍ ଆସିଲା ପରେ ତଦନ୍ତ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି I
ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତ ସମ୍ପର୍କୀୟକୁ ପୁଲିସ ଅଟକ ରଖିଥିବା ଜଣାପଡିଛି I
Follow Us