Bus Accident: ୪୭ ଯାତ୍ରୀଙ୍କୁ ନେଇ ଯାଉଥିଲା ଲକ୍ଷ୍ମୀ ବସ୍‌, ଘାଟିରୁ ଖସି ଦୁର୍ଘଟଣାଗ୍ରସ୍ତ

ବ୍ରେକ୍‌ ଫେଲ୍‌ ହୋଇଯିବା ଯୋଗୁଁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କାଙ୍ଗୁତୁମା ଘାଟି ତଳକୁ ଖସିଛି ଲକ୍ଷ୍ମୀ ବସ୍‌। ଫଳରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Laxmi bus

OSRTC operated Laxmi bus face accident in Rayagada district on Wednesday. Photograph: (sambad.in)

ରାୟଗଡ଼ା: ବ୍ରେକ୍‌ ଫେଲ୍‌ ହୋଇଯିବା ଯୋଗୁଁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କାଙ୍ଗୁତୁମା ଘାଟି ତଳକୁ ଖସିଛି ଲକ୍ଷ୍ମୀ ବସ୍‌। ଫଳରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବ୍ରେକ୍‌ ଫେଲ୍‌ ଯୋଗୁ ଦୁର୍ଘଟଣା

ଲକ୍ଷ୍ମୀ ବସ୍‌ଟି ଆଜି ୪୭ ଜଣ ଯାତ୍ରୀଙ୍କୁ ନେଇ ବାହାରିଥିଲା। କାଶୀପୁର ବ୍ଲକ କାଙ୍ଗୁତୁମା ଘାଟିରେ ବସ୍‌ର ଚାଳକ ବ୍ରେକ୍‌ ଫେଲ୍‌ ହେବାର ସମ୍ମୁଖୀନ ହୋଇଥିଲେ। ସେ ଶତ‌ ଚେଷ୍ଟା କରି ମଧ୍ୟ ବସ୍‌କୁ ନିୟନ୍ତ୍ରଣ କରିପାରି ନଥିଲେ। ବସ୍‌ଟି ଦୁର୍ଘଟଣାର ସାମ୍ନା କରିବା ପରେ ଏଥିରୁ ତିନି ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ କାଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: Russian nuclear capable torpedo: ବିଶ୍ବକୁ ବୁଡ଼ାଇ ମାରିବାକୁ ପୁଟିନଙ୍କ ଷଡ଼ଯନ୍ତ୍ର: ରୁଷିଆ ପୋସେଡନ୍ ଟର୍ପେଡୋ ସମୁଦ୍ରକୁ ଥରାଇଲା

ଶୋଚନୀୟ ରାସ୍ତା ଅଭିଯୋଗ

ପ୍ରକାଶ ଥାଉକି ଆଜି କାଶୀପୁର ବୁଧବାର ସାପ୍ତାହିକ ହାଟଥିବା ଯୋଗୁଁ ଗାଡ଼ିରେ ଲୋକ ଅଧିକ ଥିଲେl ମlଣ୍ଡୀବିଶି ଠାରୁ କାଶୀପୁର ରାସ୍ତା କାମ ଚାଲିଥିବା ଯୋଗୁଁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛିl ସେଥିପାଇଁ ବହୁ ଗାଡ଼ି ଦୁର୍ଘଟଣାର ସାମ୍ନା କରୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି।

ଆହୁରି ପଢ଼ନ୍ତୁ: Elephants Damage Crops: ହାତୀ ଉପଦ୍ରବ ନଷ୍ଟ କଲେ ଫସଲ, ସାଧାରଣ ଜନତା ଭୟଭୀତ

ନୂଆ ନୁହେଁ ଲକ୍ଷ୍ମୀ ବସ୍‌ ଦୁର୍ଘଟଣା

ଲକ୍ଷ୍ମୀ ବସ୍‌ ଦୁର୍ଘଟଣା ହେବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଲକ୍ଷ୍ମୀ ବସ୍‌ ଦୁର୍ଘଟଣା ଘଟିଛି। ବ୍ରେକ୍‌ ଫେଲ୍‌ ହେବା ଯୋଗୁଁ ହେଉ ଅଥବା ଚାଳକଙ୍କର ଅବହେଳା ଯୋଗୁଁ ଲକ୍ଷ୍ମୀ ବସ୍‌ ପୂର୍ବରୁ ବହୁଥର ଦୁର୍ଘଟଣାର ସାମ୍ନା କରିଛି। ଗତ ଫେବ୍ରୁଆରି ୨୮ ତାରିଖରେ ଲକ୍ଷ୍ମୀ ବସ୍‌ ଜଣେ ଯୁବକଙ୍କୁ ଚାପି ଦେଇଥିଲା। ଦୁର୍ଘଟଣାରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ଇଚ୍ଛାପୁର ପଞ୍ଚାୟତ ମଲ୍ଲୀକାପୁର ଗ୍ରାମର ସ୍ବର୍ଗତ ଈଶ୍ୱର ସାହୁଙ୍କ ଏକମାତ୍ର ପୁତ୍ର ପ୍ରଭଞ୍ଜନ ସାହୁ(୪୨)ଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଗତବର୍ଷ ନଭେମ୍ବର ୩ ତାରିଖ ଦିନ ଜଣେ ମହିଳାଙ୍କ ମୃତ୍ୟୁକୁ ଲୋକେ ଭୁଲି ନଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଲକ୍ଷ୍ମୀ ବସ୍‌ ୧୩ ତାରିଖ ଦିନ ପୁଣି ଦୁର୍ଘଟଣା କରିଥିଲା। ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଢେଫଗୁଡା ଗ୍ରାମ ନିକଟରେ ୨ ଜଣ ବାଇକ୍‌ ଆରୋହୀକୁ ଲକ୍ଷ୍ମୀ ବସ୍‌ ଚାପିଦେଇଛିଥିଲା। ଏଥିରେ ଜଗବନ୍ଧୁ ଜାନୀ (୨୦)  ମୃତ୍ୟୁ ଘଟିଥିଲା। 

ରିପୋର୍ଟ: ଶିବ ପ୍ରସାଦ ଦୋରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe