MDM: ଅଭିଯୋଗ ଆଣିଲେ ଅଭିଭାବକ; କହିଲେ- ପାଚିକାଙ୍କ ଘରେ ପ୍ରସ୍ତୁତ ହେଉଛି ମଧ୍ୟାହ୍‌ଣ ଭୋଜନ

Advertisment

ରାୟଗଡ଼ା ଜିଲ୍ଲା ସଦରବ୍ଲକ ମାଣିକଝୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଚିକା ଅନୁପସ୍ଥିତ ରହିଥିବା ଯୋଗୁଁ ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାନ୍ନ ଭୋଜନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ।

ରାୟଗଡ଼ା ଜିଲ୍ଲା ସଦରବ୍ଲକ ମାଣିକଝୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଚିକା ଅନୁପସ୍ଥିତ ରହିଥିବା ଯୋଗୁଁ ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାନ୍ନ ଭୋଜନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ।

Untitled-32

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡ଼ା ଜିଲ୍ଲା ସଦରବ୍ଲକ ମାଣିକଝୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଚିକା ଅନୁପସ୍ଥିତ ରହିଥିବା ଯୋଗୁଁ ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାନ୍ନ ଭୋଜନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ବ୍ଲକ ପିତାମହଲ ପଂଚାୟତ ଅନ୍ତର୍ଗତ ମାଣିକଝୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ।

ଘଟଣାରୁ ପ୍ରକାଶ ଯେ ପ୍ରତିଦିନ ଭଳି ଆଜି ମଧ୍ୟ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ। ହେଲେ ମଧ୍ୟାହ୍ନ ଭୋଜନ ସମୟରେ ପିଲାଙ୍କୁ ଖାଇବାକୁ ଦିଆନଯାଇ ନିଜନିଜ ଘରକୁ ଯାଇ ଖାଇବାକୁ କହିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ। ‌ଏନେଇ ଛାତ୍ରଛାତ୍ରୀମାନେ କାହିଁକି ବୋଲି ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ପ୍ରଧାନଶିକ୍ଷକ କହିଥିଲେ ରୋଷେୟାଙ୍କ ଦେହ ଭଲ ନାହିଁ। ସେ ରାୟଗଡ଼ା ଯାଇଥିବାରୁ ଆଜି ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ ରହିଛି ବୋଲି କହିବା ପରେ ପିଲାମାନେ ଖାଇବା ପାଇଁ ନିଜ ନିଜ ଘରକୁ ଚାଲିଯାଇଥିଲେ।  

କୁରକୁରେ ଖାଇଲେ ପିଲା

କିଛି ପିଲାଙ୍କ ବାପା-ମାଆ ଘରେ ନଥିବାରୁ ସେହି ପିଲାମାନେ ନିକଟରେ ଥିବା ଦୋକାନରୁ କୁରକୁରେ ଖାଇଥିବା ବେଳେ ଆଉ କିଛି ଉପାସରେ ରହିଥିବା ପିଲାମାନେ କହିଛନ୍ତି। ବିଦ୍ୟାଳୟ ଚାଲିବା ଦିନ ପିଲାଙ୍କ ପାଇଁ ସରକାର ପୋଷଣ ଜନିତ ଖାଦ୍ୟ ପ୍ରଦାନ କରୁଛନ୍ତି। ବିଦ୍ୟାଳୟର ରୋଷେୟା ପୂର୍ବରୁ ପ୍ରଧାନଶିକ୍ଷକଙ୍କୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ନେଇ ଅବଗତ କରିଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କୁ ଶୁଖିଲା ଯୋଗାଇଦେବାର ପ୍ରାବଧାନ ରହିଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ବ୍ୟବସ୍ଥା କରିନଥିଲେ।  

ଆହୁରି ପଢ଼ନ୍ତୁ: Strike: ପ୍ରେମିକାର ଧାରଣା: ପ୍ରେମିକ ସମେତ ପରିବାର ଲୋକ ତାଲା ପକାଇ ଛୁ

ବିଦ୍ୟାଳୟରେ ୩୨ ଛାତ୍ରଛାତ୍ରୀ

ମାଣିକଝୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୨ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଏନେଇ  ମାଣିକଝୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟ  ପ୍ରଧାନଶିକ୍ଷକ  ମହେନ୍ଦ୍ର ବିଭାରଙ୍କୁ ପଚାରିବାରୁ ପାଚିକାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନଥିବାରୁ ଆଜି ଏଭଳି ଅବ୍ୟବସ୍ଥା ହୋଇଥିବା ପ୍ରକାଶ କରିଛନ୍ତି। ଅପରପକ୍ଷରେ ବିଦ୍ୟାଳୟରେ ଥିବା ରୋଷେଇ ଘରେ ମଧ୍ୟାନ୍ନ ଭୋଜନ ତିଆରି ନହୋଇ ପାଚିକାଙ୍କ ଘରେ ହେଉଥିବା କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନଇେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀଙ୍କୁ ପଚାରିବାରୁ ଘଟଣାକୁ ସ୍ବୀକାର କରିବା ସହ ଏନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: Trump Action Against India: ଇରାନ ସହ ବନ୍ଧୁତା ଭାରତକୁ ମହଙ୍ଗା ପଡ଼ିବ: ୨୫% ଶୁଳ୍କ ଲଗାଇଲେ ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe