RPF Helps Pregnant Woman: ଗର୍ଭବତୀ ରେଳ ଯାତ୍ରୀଙ୍କୁ ମେଡିଲରେ ଭର୍ତ୍ତି କଲା ଆରପିଏଫ୍‌

ରାୟଗଡ଼ା ଆରପିଏଫ୍‌ର ଅପରେସନ୍ ‘ସେବା’କୁ ବଡ଼ ସଫଳତା ମିଳିଛି। ଏହି ସେବା ମାଧ୍ୟମରେ ଜଣେ ଗର୍ଭବତୀ ରେଳଯାତ୍ରୀଙ୍କୁ ହୀରାଖଣ୍ଡ ଏକ୍ସପ୍ରେସରୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

RGD

Pregnant woman admited to hospital with help of RPF. Photograph: (sambad.in)

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡ଼ା ଆରପିଏଫ୍‌ର ଅପରେସନ୍ ‘ସେବା’କୁ ବଡ଼ ସଫଳତା ମିଳିଛି। ଏହି ସେବା ମାଧ୍ୟମରେ ଜଣେ ଗର୍ଭବତୀ ରେଳଯାତ୍ରୀଙ୍କୁ ହୀରାଖଣ୍ଡ ଏକ୍ସପ୍ରେସରୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମଧ୍ୟରାତ୍ରିରେ ମହିଳା ଯାତ୍ରୀ ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମାଆ ଓ ପୁଅ ଉଭୟ ସୁସ୍ଥ ଅଛନ୍ତି। ସଠିକ୍ ସମୟରେ ଗର୍ଭବତୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ମାଆ ପୁଅଙ୍କ ଜୀବନ ବଞ୍ଚାଇଥିବାରୁ ଆରପିଏଫକୁ କୃତଜ୍ଞତା ଜଣାଇଛନ୍ତି ପରିବାର ବର୍ଗ।

ଆହୁରି ପଢ଼ନ୍ତୁ: ଦୀପାବଳି ପଛରେ ରହିଛି ଅନେକ ମାନ୍ୟତା

ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନରେ ଜୟପୁରରୁ ଭୁବନେଶ୍ୱର ଯାତ୍ରା କରୁଥିଲେ ଏକ ଦମ୍ପତି। ପତ୍ନୀଙ୍କ ଉତ୍ତମ ଚିକିତ୍ସା ପାଇଁ ହୀରାଖଣ୍ଡ ଏକ୍ସପ୍ରେସର ଏସି କୋଚ ଏ-୧ ରେ ସ୍ୱାମୀ ତାହିର ଅହମ୍ମଦଙ୍କ ସହ ଗର୍ଭବତୀ ପତ୍ନୀ ନେହା ନାଜ୍(୩୦) ଯାତ୍ରା କରୁଥିଲେ। କୋରାପୁଟ ଷ୍ଟେସନ ପରେ ନେହାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଜରୁରୀକାଳନୀ ଚିକିତ୍ସାର ଆବଶ୍ୟକତା ନେଇ ରାୟଗଡ଼ା ଆରପିଏଫ ପୁଲିସକୁ ହ୍ବାଟ୍‌ସଆପ୍‌ ମେସେଜ ଦିଆଯାଇଥିଲା। ରାୟଗଡ଼ା ରେଳ ଷ୍ଟେସନ ଟ୍ରେନ ପହଞ୍ଚିବା ପୂର୍ବରୁ ଆରପିଏଫ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରିଥିଲେ। ହ୍ବାଟ୍‌ସଆପ୍‌ ମେସେଜ ମାଧ୍ୟମରେ ଜିଲା ମୁଖ୍ୟ ଚିିକିତ୍ସାଳୟର ଅଧିକ୍ଷକଙ୍କୁ ଅବଗତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: JMM self-respect awakened: ଆରଜେଡିର ଅପମାନ ଜଗାଇଲା ଝାଡ଼ଖଣ୍ଡର ସ୍ୱାଭିମାନ

ହସ୍‌ପିଟାଲରେ ଉପସ୍ଥିତ ଥିବା ଡାକ୍ତରୀ ଟିମ ଓ ଆମ୍ବୁଲାନ୍ସ ସହ ଏଡିଏମଓ ତୁରନ୍ତ ରେଳ ଷ୍ଟେସନରେ ପହଞ୍ଚିଥିଲେ। ରାୟଗଡ଼ାରେ ଟ୍ରେନଟି ୧୧ଟା ୧୫ ମି.ରେ ପ୍ଳାଟଫର୍ମରେ ପହଞ୍ଚିବା ପରେ ଆରପିଏଫ ହେଡ୍ କନେଷ୍ଟବଳ ଏଲ.ଏନ.ସ୍ୱାଇଁ, କନେଷ୍ଟବଳ ତ୍ରିଲୋଚନ ପଣ୍ଡା, ରାଜ କୁମାରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଗର୍ଭବତୀଙ୍କୁ ଉଦ୍ଧାର କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ମଧ୍ୟ ରାତିରେ ନେହା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ମେଡିକାଲରେ ଉଭୟ ମାଆ ଓ ପୁଅ ସୁସ୍ଥ ଅଛନ୍ତି। ଠିକ୍ ସମୟରେ ଗର୍ଭବତୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇଥିବାରୁ  ଆରପିଏଫ ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ନେହାଙ୍କ ପରିବାର ବର୍ଗ।

Rayagada | Health | Women's | Indian Railways

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe