ରାୟଗଡ଼ା (ଶିବ ପ୍ରସାଦ ଦୋରା): ଓଡିଶା, ଆନ୍ଧ୍ର ପଦେଶ, ତେଲେଙ୍ଗାନା, ଛତିଶଗଡ଼ରେ ସୁରକ୍ଷା ବାହିନୀର ଅପରେସନରେ ବହୁ ବଡ଼ବଡ଼ ନକ୍ସଲ ନେତା ମୃତ୍ୟୁବରଣ କରିଥିବା ବେଳେ ବହୁ ସଂଖ୍ୟାରେ ବିଭିନ୍ନ ରାଜ୍ୟ ପୁଲିସ ଆଗରେ ଆତ୍ମସମର୍ପଣ ରାସ୍ତା ବାଛି ନେଇଛନ୍ତି। ସୁରକ୍ଷା ବାହିନୀର ଏହି ଅପରେସନରେ ରାୟଗଡା ଜିଲ୍ଲାରେ କାର୍ଯ୍ୟ କରୁଥିବା କିଛି ନକ୍ସଲ ମଧ୍ୟ ମୃତ୍ୟୁବରଣ କରିଥିବା ବେଳେ ଏବଂ ଆତ୍ମସମର୍ପଣ ମଧ୍ୟ କରିଛନ୍ତି।
ବର୍ତମାନ ରାୟଗଡା ଜିଲ୍ଲାରେ ବଂଶଧାରା ଘୁମୁସର ନାଗାବଳୀ (ବାଘୁନା) ଡିଭିଜନ କାର୍ଯ୍ୟ କରୁଛି। ବାଘୁନା ଡିଭିଜନ ସଂଗଠନ ନିଖିଲ ଏବଂ ଇନ୍ଦୁଙ୍କ ନେତୃତ୍ବରେ ଚାଲୁରହିଛି। ଓଡିଶାରେ କାର୍ଯ୍ୟକରୁଥିବା ବିଭିନ୍ନ ନକ୍ସଲ ସଂଗଠନ ସୁରକ୍ଷା ବାହିନୀର ଅପରେସନରେ ଧ୍ବସ୍ତ ହେବାକୁ ଲାଗିଥିବା ବେଳେ କିନ୍ତୁ ବାଘୁନା ଡିଭିଜନ ସଂଗଠନ ବିଶେଷ କିଛି ପ୍ରଭାବିତ ହୋଇପାରିନି। ଏହି ସଂଗଠନରେ ଏବେବି ୨୫ରୁ ୩୦ ନକ୍ସଲ କାର୍ଯ୍ୟ କରୁଛନ୍ତି। ଏଥିରେ ଛତିଶଗଡ ଏବଂ ଆନ୍ଧ୍ର ପ୍ରଦେଶର କିଛି ନକ୍ସଲ ରହି ନିଖିଲଙ୍କ ନେତୃତ୍ବରେ କାର୍ଯ୍ୟ କରୁଛନ୍ତି।
ଆତ୍ମସମର୍ପଣ କରିବେ କି ବାଘୁନା ଡିଭିଜନର ସଦସ୍ୟ?
ଗୋଟିଏ ପଟେ ସୁରକ୍ଷା ବାହିନୀ ରାୟଗଡ଼ା ଅଞ୍ଚଳରେ ଅପରେସନକୁ ଯୋରଦାର କରିଥିବା ବେଳେ ଏଭଳି ପରିସ୍ଥିତିରେ ନିଖିଲ ଏବଂ ଇନ୍ଦୁଙ୍କ ନେତୃତ୍ବରେ ଚାଲିଥିବା ବାଘୁନା ଡିଭିଜନର ନକ୍ସଲମାନେ ଆତ୍ମସମର୍ପଣ କରିବେ ନା ସୁରକ୍ଷା ବାହିନୀର ମୁକାବିଲା କରିବେ ଚିନ୍ତାରେ ପଡିଯାଇଛନ୍ତି। ରାୟଗଡ଼ା ଜିଲ୍ଲାରେ ବର୍ତମାନ ପରସ୍ଥିତିରେ ଡଙ୍ଗରିଆଙ୍କ ଆବସ ସ୍ଥଳି ନିୟମଗିରି ପାହାଡ଼କୁ ସୁରକ୍ଷିତ ସ୍ଥାନ ଚିନ୍ତା କରି ଆତ୍ମଗୋପନ କରିଥିବା ଚର୍ଚ୍ଚା ଯୋର ଧରିଛି। ପୂର୍ବରୁ ବହୁବର୍ଷ ଧରି ନିୟମଗିରି ସୁରକ୍ଷା ଓ ଖଣି ସୁରକ୍ଷା ନାମରେ ବାଘୁନା ସଂଗଠନ ବହୁ ହିଂସାତ୍ମକ କାଣ୍ଡ ଘଟାଇଛି। ବର୍ତ୍ତମାନ କିନ୍ତୁ ନିୟମଗିରିରେ ପରିସ୍ଥିତି ବଦଳି ଯାଇଛି।
ଆତ୍ମଗୋପନ କରିଛନ୍ତି ମାଓବାଦୀ
ସରକାରଙ୍କ ବହୁ ଉନ୍ନୟନ କାର୍ଯ୍ୟ ଏହି ଅଞ୍ଚଳରେ ହୋଇଥିବା ବେଳେ ମୋବାଇଲ ନେଟୱର୍କ ମଧ୍ୟ ଚାଲୁଛି। କିଛି ଗ୍ରାମ ଏବଂ ନିୟମଗିରିର ଘଞ୍ଚ ଜଙ୍ଗଲ ଅଞ୍ଚଳରେ ମୋବାଇଲ ନେଟୱର୍କ ଏବଂ ଗ୍ରାମକୁ ରାସ୍ତା ନଥିବାରୁ ସେହି ସ୍ଥାନକୁ ବାଛି ଆତ୍ମଗୋପନ କରିଥିବା ଆଲୋଚନା ଯୋର ଧରିଛି ଏବଂ ଡଙ୍ଗରିଆ ମାନଙ୍କୁ ବାହାରକୁ କାମ କରିବାକୁ ନଯିବା ପାଇଁ ଚାପ ସୃଷ୍ଟି କରାଯାଇଛି। କଲ୍ୟାଣସିଂହପୁର ବ୍ଲକରେ ରହିଥିବା ନିୟମଗିରି ପାହାଡର କିଛି ଡଙ୍ଗରିଆ ନକ୍ସଲଙ୍କୁ ସହଯୋଗ କରୁଥିବାରୁ ସେମାନଙ୍କୁ ଢ଼ାଲ କରି ଆତ୍ମ ଗୋପନ କରିଛନ୍ତି। ନକ୍ସଲ ସଂଗଠନର ବାଘୁନା ଏବଂ କେକେବିଏନ (କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼) ମାଓବାଦୀମାନେ ରାୟଗଡା ଜିଲ୍ଲା ଦେଇ ଚଳପ୍ରଚଳ କରୁଥିଲେ। କିନ୍ତୁ ନିକଟରେ କନ୍ଧମାଳ ପୁଲିସ ଦ୍ବାରା କେକେବିଏନ ଡିଭିଜନର ବଡ଼ବଡ଼ କ୍ୟାଡର ନକ୍ସଲ ସୁରକ୍ଷା ବାହିନୀ ଗୁଳିରେ ନିହତ ହେବା ସହ ବିଭିନ୍ନ କ୍ୟାମ୍ପ ଧ୍ବସ୍ତ ହୋଇଛି। କେକେବିଏନ ସଂଗଠନରେ ଏବେ ପ୍ରାୟତଃ ବଡ କ୍ୟାଡର ନାହାନ୍ତି। ଏଣୁ ପୁଲିସର ଟାର୍ଗେଟରେ ବାଘୁନା ସଂଗଠନ ଆସିଯାଇଛି।
ଆହୁରି ପଢ଼ନ୍ତୁ: T-20 World Cup: ଆଇସିସିର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମ୍ମାନ କରୁଛୁ: ବିସିବି
ନକ୍ସଲଙ୍କୁ କରାଯାଉଛି ଗୁଳିମାଡ଼
ଅନ୍ୟପଟେ ନକ୍ସଲ ଆତ୍ମସମର୍ପଣ କରୁଥିଲେ ମଧ୍ୟ ସେମାନଙ୍କୁ ଗୁଳି କରି ଏନକାଉଣ୍ଟର ବୋଲି ଦର୍ଶାଯାଉଛି ବୋଲି ମାଓ ସଂଗଠନରେ ଚର୍ଚ୍ଚା ଜାରୀ ରହିଛି। ଏଭଳି ପରିସ୍ଥିତିରେ ବାଘୁନା ଡିଭିଜନର ନିଖିଲ ଓ ଇନ୍ଦୁ ଆତ୍ମସମର୍ପଣ କରିବେ ନା ସୁରକ୍ଷାବାହିନୀର ମୁକାବିଲା କରିବେ ଚିନ୍ତିାରେ ପଡିଯାଇଛି। କିନ୍ତୁ ରାଜ୍ୟ ସରକାରଙ୍କ ଗୋଇନ୍ଦା ଏବଂ କେନ୍ଦ୍ର ସରକାରଙ୍କ ଗୋଇନ୍ଦା ବିଭାଗର କର୍ମକର୍ତ୍ତା ବାଘୁନା ଡିଭିଜନର ନକ୍ସଲ ମାନେ ଆତ୍ମସମର୍ପଣ କରି ସରକାରୀ ସହାୟତା ନିଅନ୍ତୁ ବୋଲି ବିଭିନ୍ନ ମାଧ୍ୟମରେ ଖବର ପ୍ରଚାର କରୁଛନ୍ତି ଯେପରି ନକ୍ସଲ ଆତ୍ମସମର୍ପଣ କରିବେ ନଚେତ ଗୁଳିର ଶିକାର ହେବେ।
ଆହୁରି ପଢ଼ନ୍ତୁ: Republic Day: ଲୋକସେବା ଭବନରେ 'ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବ’
Follow Us