Dead Body Neglected: ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି, ଶବ ଛୁଇଁଲେନି ସଂପର୍କୀୟ

ଅନ୍ୟ ଜାତିରେ ବାହା ହୋଇଥିବାରୁ ପରିବାର ଲୋକେ ଶବ ଗ୍ରହଣ କଲେ ନାହିଁ। ଶେଷରେ ଅଞ୍ଚଳର ସାମାଜିକ କର୍ମୀମାନେ ଶେଷକୃତ୍ୟ କଲେ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବରପଦର ଗାଁର ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

Untitled-32

Family members dos'nt touch dead body. Photograph: (sambad.in)

ବିନିକା (ଅକ୍ଷୟ କୁମାର ପୂଜାରୀ): ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୯ ବର୍ଷ ଅତିକ୍ରମ କରିସାରିଛି। ପାରଂପରିକ ଭାରତ ଅତ୍ୟାଧୁନିକ ରାସ୍ତାରେ ଅଗ୍ରଗତି କରୁଛି। ସାମାଜିକ ଚଳଣୀରେ ଆଉ କଟକଣା ନାହିଁ। ଲୋକେ ପାଶ୍ଚାତ୍ୟ ଶୈଳୀ‌ ନେଇ ଜୀବନଯାପନ କରୁଛନ୍ତି। କିନ୍ତୁ ଆମ ସମାଜ ଏବେ ମଧ୍ୟ ସଂପୂର୍ଣ୍ଣ ସ୍ବାଧୀନତା ହାସଲ କରିପାରି ନାହିଁ। ଅନେକ କଟକଣା ଦେଇ ଅଗ୍ରଗତି କରୁଛି। ଅନ୍ୟ ଜାତିରେ ବାହା ହୋଇଥିବାରୁ ପରିବାର ଲୋକେ ଶବ ଗ୍ରହଣ କଲେ ନାହିଁ। ଶେଷରେ ଅଞ୍ଚଳର ସାମାଜିକ କର୍ମୀମାନେ ଶେଷକୃତ୍ୟ କଲେ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବରପଦର ଗାଁର ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ମୃତଦେହ ଛୁଇଁଲେନି ପରବାର ଲୋକେ

ସୂଚନା ଅନୁସାରେ, ବରପଦର ଗ୍ରାମର ପ୍ରମୋଦ ବାଘ (୪୩ବର୍ଷ) କିଡ୍‌ନି ରୋଗରେ ପୀଡ଼ିତ ଥିଲେ। ଶନିବାର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ଜଜନୀ ବାଘ ଓ ନାବାଳକ ପୁଅ ଡାକ୍ତରଖାନାରୁ ମହାପ୍ରୟାଣ ଗାଡ଼ିରେ ଶବ ନେଇ ବିଳମ୍ବିତ ରାତିରେ ଗାଁରେ ପହଞ୍ଚିଥିଲେ। କିନ୍ତୁ, ପ୍ରମୋଦ ଅନ୍ୟ ଜାତିରେ ବାହା ହୋଇଥିବାରୁ ତାଙ୍କ ପରିବାର ଲୋକେ ମୃତଦେହ ଗ୍ରହଣ କଲେ ନାହିଁ। ଫଳରେ ଜନନୀ ବିନିକା ଥାନାର ଦ୍ବାରସ୍ଥ ହୋଇଥିଲେ। 

ଆହୁରି ପଢ଼ନ୍ତୁ: Farmer Cutting Crops: ସାମ୍ଭାବ୍ୟ ବାତ୍ୟା ନେଇ ମାଲକାନଗିରିରେ ଚାଷୀଙ୍କ ମନରେ ଛନକା

ଶବ ସତ୍କାର କଲେ ସାମାଜିକ କର୍ମୀ

ରବିବାର ବିନିକା ଥାନା ଅଧୀନସ୍ଥ ଗନିଆଁ ଫାଣ୍ଡି ଅଧିକାରୀ ପରପଦର ଗ୍ରାମକୁ ଯାଇ ନନ୍ଦନମାଳ, ସିଲାଟି ଓ ଯଶପୁର ଗ୍ରାମର ସାମାଜିକ କର୍ମୀମାନଙ୍କୁ ଡାକି ଶବ ସତ୍କାର କରିବାକୁ ଅନୁରୋଧ କରିଥିଲେ। ନନ୍ଦନମାଳ ଗ୍ରାମର ଜୟପ୍ରକାଶ ବିଶି, ସୁଦାମ ନାଏକ, ବୃନ୍ଦାବନ ବିଶି, ସୁରେଶ ଭୋଇ, ସିଲାଟି ଗ୍ରାମର ଭାଗୀରଥି ସାହୁ, ଜୟକୃଷ୍ଣ ସାହୁ, ରାଜୀବ ସାହୁ, ରଘୁ ସାହୁ, ଶ୍ରୀଧର ବିଶି ଓ ଯଶପୁର ଗ୍ରାମର ନୀଳମଣି ସାହୁ ବିନିକା ଥାନାକୁ ଆସିଥିଲେ। ସେମାନେ ମହାପ୍ରୟାଣ ଗାଡ଼ିରୁ ମୃତଦେହ ନେଇ ବିନିକା ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: Bjp Spokesman Anil Biswal: କଂଗ୍ରେସ ଅଭ୍ଯାସଗତ ମିଛ ଅଭିଯୋଗକାରୀ: ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe