ପାଳଗଦାରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ସର୍ଗିପାଲି ଜିଙ୍କନଗର ନବୋଦୟ ବିଦ୍ୟାଳୟ ପଛପଟେ ଥିବା ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ସ୍କୁଟି ବି ପୋଡ଼ି ପାଉଁଶ ହୋଇଯାଇଛି।

Young man killed in Lefripada of Sundargarh

Young man killed in Lefripada of Sundargarh Photograph: (Sambad )

ସୁନ୍ଦରଗଡ଼/ଲେଫ୍ରିପଡ଼ା: ପାଳଗଦାରୁ ଅର୍ଦ୍ଧଦଗ୍ଧ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ସହିତ ଏଠାରୁ ଏକ ସ୍କୁଟି ମଧ୍ୟ ଜବତ ହୋଇଛି। ଏହି ଘଟଣା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସନ୍ଦେହ କରାଯାଉଛି। ମୃତ ଯୁବକଙ୍କର ପରିଚୟ ମିଳିପାରି ନାହିଁ।

ଏହି ଖବର ପଢ଼ନ୍ତୁ: ଚାଷଜମିରେ ବିଦ୍ୟୁତ୍‌ ତାର ଛିଣ୍ଡିଲା: ଜଳିଗଲେ ଚାଷୀ, ଉଜୁଡ଼ିଲା ବ୍ୟାପକ ଫସଲ

ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ସର୍ଗିପାଲି ଜିଙ୍କନଗର ନବୋଦୟ ବିଦ୍ୟଳୟ ପଛପଟେ ଥିବା ପାଳଗଦାରୁ ଶୁକ୍ରବାର ଦିନ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ସ୍କୁଟି ବି ପୋଡ଼ି ପାଉଁଶ ହୋଇଯାଇଛି। କେହି ଯୁବକଙ୍କୁ ସ୍କୁଟି ସହ ପାଳଗଦାରେ ପକାଇ ନିଆଁ ଲଗାଇ ଜାଳି ଦେଇଥିବା ଲୋକେ ସନ୍ଦେହ କରୁଛନ୍ତି। ଯୁବକଙ୍କ ପରିଚୟ ଜଣାପଡ଼ି ନାହିଁ।

ଏହି ଖବର ପଢ଼ନ୍ତୁ: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶାଗସ୍ତ ବାତିଲ୍

ପାଳଗଦାରୁ ଯୁବକଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଯେତିକି ଆଶ୍ଚର୍ଯ୍ୟ କରୁନାହିଁ, ତାହାରୁ ଜଳି ଯାଇଥିବା ସ୍କୁଟି ମିଳିବା ଘଟଣା ରହସ୍ୟ ବଢ଼ାଇଛି। ଏହି ଘଟଣାର ରହସ୍ୟ ପଦ୍ଦାଫାସ କରିବା ପୁଲିସର ଚିନ୍ତା ବଢ଼ାଇ ଦେଇଛି।

ଘଟଣା ସଂପର୍କରେ ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇଁ ପୁଲିସ ପହଞ୍ଚି ଥିଲା। ଯୁବକଙ୍କର ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରି ବ୍ଯବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ଉକ୍ତ ପାଳଗଦା ଜଳୁଥିବାର କେତେକ ଦେଖିଥିବା ବେଳେ ଆଜି ସେଠାରେ ଚାଷ କରୁଥିବା ଜଣେ ଚାଷୀ ବିଲକୁ ଯାଇଥିବାବେଳେ ପାଉଁଶ ଗଦାରେ ପୋଡ଼ା ଶବ ଓ ସ୍କୁଟି ଦେଖିଥିଲେ।

ଏହି ଖବର ପଢ଼ନ୍ତୁ: ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ: ଅବକାରୀ ମନ୍ତ୍ରୀ

ସୂଚନାଯୋଗ୍ୟ ଦୁଇ ସପ୍ତାହ ପୂର୍ବରୁ ସର୍ଗିପାଲି କେନାଲ ନିକଟରୁ ଜଣେ ଅଜଣା ମହିଳା କଙ୍କାଳ ମିଳିଥିଲା। ଆଜି ଜଣେ ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଅଞ୍ଚଳରେ ଚାଞ୍ଚଲ୍ଯ ଖେଳାଇ ଦେଇଛି। 

ଏହି ଖବର ପଢ଼ନ୍ତୁ: କାହିଁକି ମନମୋହନ ସିଂହ ସର୍ବଦା ପିନ୍ଧୁଥିଲେ ନୀଳରଙ୍ଗର ପଗଡ଼ି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe