Tattoo Trend: ଯୁଗ ବଦଳିଛି ଚିତାକୁଟା ପରମ୍ପରା ଟାଟୁର ରୂପ ନେଇଛି

Advertisment

ଯୁଗ ବଦଳିଛି ଚିତାକୁଟା ପରମ୍ପରା ଏବେ ଟାଟୁର ରୂପ ନେଇଛି। ସେ ପୁରୁଣା ଟ୍ରେଣ୍ଡ୍ ଏବେ ବି ଜାରି ରହିଛି। ଟାଟୁ ପ୍ରତି ଲୋକଙ୍କ ଚାହିଦାକୁ ଦେଖି ରାଉରକେଲାର ବିଭିନ୍ନ ସ୍ଥାନରେ ଟାଟୁ ପାର୍ଲର ଖୋଲିଛି।

ଯୁଗ ବଦଳିଛି ଚିତାକୁଟା ପରମ୍ପରା ଏବେ ଟାଟୁର ରୂପ ନେଇଛି। ସେ ପୁରୁଣା ଟ୍ରେଣ୍ଡ୍ ଏବେ ବି ଜାରି ରହିଛି। ଟାଟୁ ପ୍ରତି ଲୋକଙ୍କ ଚାହିଦାକୁ ଦେଖି ରାଉରକେଲାର ବିଭିନ୍ନ ସ୍ଥାନରେ ଟାଟୁ ପାର୍ଲର ଖୋଲିଛି।

Untitled-21

Tattoo Trend Photograph: (@sambad.in)

ରାଉର‌କେଲା: ଯୁଗ ବଦଳିଛି ଚିତାକୁଟା ପରମ୍ପରା ଏବେ ଟାଟୁର ରୂପ ନେଇଛି। ସେ ପୁରୁଣା ଟ୍ରେଣ୍ଡ୍ ଏବେ ବି ଜାରି ରହିଛି। ଟାଟୁ ପ୍ରତି ଲୋକଙ୍କ ଚାହିଦାକୁ ଦେଖି ରାଉରକେଲାର ବିଭିନ୍ନ ସ୍ଥାନରେ ଟାଟୁ ପାର୍ଲର ଖୋଲିଛି। ବିଶେଷ ଭାବେ ଯୁବପିଢ଼ିଙ୍କ କ୍ଷେତ୍ରରେ ପାଣି ରଙ୍ଗ, ପ୍ରାକୃତିକ ରଙ୍ଗ, କଷ୍ଟମାଇଜ୍‌ଡ ଡିଜାଇନ୍‌ ଏବଂ ଜଟିଳ ଆକୃତିର ଟାଟୁ ଆଙ୍କିବାକୁ ନେଇ ବେଶ୍‌ ଉତ୍ସାହ ପରିଲକ୍ଷିତ ହେଉଛି। କିଛିବର୍ଷ ହେବ ବଜାରରେ ଥ୍ରିଡି ଟାଟୁର ଚାହିଦା ଅଧିକ ରହିଛି। ଟାଟୁ ଦୁଇ ରକମର। ଗୋଟିଏ ସୀମିତ ସମୟ ପାଇଁ ଏବଂ ଅନ୍ୟଟି ସାର ଜୀବନ ପାଇଁ। କିଛି ଟାଟୁକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଏହା ହଜି ଯାଇଥିବା ମଣିଷକୁ ଚିହ୍ନଟ କରିବାରେ ସାହାଯ୍ୟ ବି କରିଛି।

ଅଧକପଢ଼ନ୍ତୁ:ମୋଦୀ-ଶାହଙ୍କ କବର ଖୋଳାଯିବ; ଏହି ସ୍ଲୋଗାନକୁ ନେଇ ବିବାଦରେ ଜେଏନୟୁ

ଅରୁଣ ନାୟକ, ଟାଟୁ ବ୍ୟବସାୟୀ, ଆମ୍ବାଗାନ ତଳମାର୍କେଟ

ପ୍ରତ୍ୟେକବର୍ଗର ଲୋକଙ୍କ କ୍ଷେତ୍ରରେ ଟାଟୁର ଚାହିଦା ଥିବା ଦେଖିବାକୁ ମିଳିଛି। ଟାଟୁ ଆଙ୍କିବା ସମୟରେ ଆମେ ପ୍ରଥମେ ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖିଥାଉ। ପ୍ରତିଟି ଗ୍ରାହକଙ୍କ ପାଇଁ ଆମେ ଏକ ନୂଆ ଛୁଞ୍ଚି ବ୍ୟବହାର କରିଥାଉ। ଯାହାର ସିଲ ଗ୍ରାହକଙ୍କ ସାମ୍ନାରେ ହିଁ ଖୋଲିଥାଉ ଏବଂ ଭଲରଙ୍ଗ ବ୍ୟବହାର କରିଥାଏ। ଗ୍ରାହକ ବାଛିଥିବା ଚିତ୍ରରେ ଯେପରି କୌଣସି ତ୍ରୁଟି ପରିଲକ୍ଷିତ ନହେଉ ସେଥିପାଇଁ ଆମେ ପ୍ରଥମେ କାର୍ବନ କପିରେ ତାହାକୁ ଛାପି ଟାଟୁ ଆଙ୍କିବା ଆରମ୍ଭ କରିଥାଉ। ପୂର୍ବରୁ ଲୋକେ କେବଳ ନାମ ଲେଖିବାକୁ ପସନ୍ଦ କରୁଥିବା ବେଳେ କିଛିବର୍ଷ ହେବ ଯୁବକଯୁବତୀମାନେ ନିଜ ବାପାମା’ଙ୍କ ଓ ବାପାମାମାନେ ନିଜ ପିଲାଙ୍କ ଚିତ୍ରକୁ ଟାଟୁ ରୂପରେ ବାହୁରେ ଓ ଛାତିରେ ଆଙ୍କିବାକୁ ବେଶୀ ପସନ୍ଦ କରୁଛନ୍ତି। ଶ୍ରାବଣମାସରେ ଯୁବକମାନେ ଭଗବାନ ଶିବଙ୍କର ବିଭିନ୍ନ ଫଟୋ ଚିତ୍ରକୁ ବାହୁରେ ଆଙ୍କିବାକୁ ଅଧିକମାତ୍ରରେ ଦୋକାନରେ ଭିଡ଼ ଜମାଇଥାଆନ୍ତି। କଳାରଙ୍ଗର ଟାଟୁ ଆଙ୍କିବା ପାଇଁ ଗୋଟିଏ ଇଞ୍ଚକୁ ୩୦୦ଟଙ୍କା ଥିବା ବେଳେ ରଙ୍ଗବେରଙ୍ଗର ଟାଟୁର ମୂଲ୍ୟ ୪୦୦ଟଙ୍କାରୁ ଆରମ୍ଭ ହୋଇଥାଏ।

ଲିନା ଶତପଥୀ, ଗ୍ରାହକ: ଟାଟୁ ଏକ ସଉକ। ଯାହା ଏବେ କଲେଜ୍ ପଢ଼ୁଆ ଯୁବପିଢ଼ିଙ୍କ ମଧ୍ୟରେ ସୀମିତ ନାହିଁ। ଅନେକ ଡାକ୍ତର, ଇଂଜିନିୟର, ଚାଟାର୍ଡ ଆକାଉଣ୍ଟାଣ୍ଟ୍‌, ବଡ଼ବଡ଼ ବ୍ୟବସାୟୀମାନେ ହାତରେ ନିଜର ନାମରେ ହେଉ ଅଥବା ନିଜର ପ୍ରିୟଜନକଙ୍କ ନାମରେ ଟାଟୁ ଆଙ୍କୁଥିବା ଦେଖିବାକୁ ମିଳୁଛି। ମୋର ଲୋକଙ୍କୁ ଅନୁରୋଧ ମେଳା ଆଦି ସ୍ଥାନମାନଙ୍କରେ ଅର୍ଥାତ ଉଠା ଦୋକାନୀମାନଙ୍କ ଠାରୁ ଟାଟୁ ଆଙ୍କନ୍ତୁ ନାହିଁ। ସ୍ଥାୟୀ ପାର୍ଲରେ ଯେଉଁମାନେ ଆଙ୍କିବା ପାଇଁ ପ୍ରଶିକ୍ଷଣ ନେଇଛନ୍ତି ସେମାନଙ୍କ ଠାରୁ ନିଜର ପସନ୍ଦ ଅନୁଯାୟୀ ଟାଟୁ କରନ୍ତୁ।

ଡାକ୍ତର ବଳରାମ ବେହେରା, ଚର୍ମରୋଗ ବିଶେଷଜ୍ଞ, ଆରଜିଏଚ

ଯୁବପିଢ଼ିଙ୍କୁ ଗୋଟିଏ ପରାମର୍ଶ ଦେବି ଭଗବାନ ଦତ୍ତ ସୌନ୍ଦର୍ଯ୍ୟକୁ ଆଦୌ ନଷ୍ଟ କରନ୍ତୁ ନାହିଁ। ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବି କି ଟାଟୁ କରିବା ଦ୍ବାରା ନିଶ୍ଚିତ ଭାବେ ଏଚ୍ଆଇଭି ସଂକ୍ରମଣର ଆଶଙ୍କା ରହିଛି। ଏଥିସହିତ ରଙ୍ଗବେରଙ୍ଗର ଟାଟୁରେ ଯେଉଁ ରାସାୟନିକ ଦ୍ରବ୍ୟ ବ୍ୟବହାର ହେଉଛି ସେଥିରୁ ଚର୍ମ ଆଲର୍ଜି ସୃଷ୍ଟି ହେଉଥିବା ଅନେକ କ୍ଷେତ୍ରରେ ଅଭିଯୋଗ ଆସିଛି। ତେଣୁ ଯଥାସମ୍ଭବ ଟାଟୁ ପ୍ରତି ନିବୃତ୍ତ ରୁହନ୍ତୁ।

ଅଧିକପଢ଼ନ୍ତୁ:ବର୍ଷର ପ୍ରଥମ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି, ଘନୀଭୂତ ହେବା ସମ୍ଭାବନା ନେଇ ପୂର୍ବାନୁମାନ କଲା ଆଇଏମଡି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe