Elephant Attacks: ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଲୁଚିଥିଲେ ଯୁବକ, ଆକ୍ରମଣ କରି ଜୀବନ ନେଲା ଦନ୍ତା

ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଅନ୍ତର୍ଗତ ଏରଗେଡ଼ା ଗ୍ରାମ ନିକଟରେ ଆଜି ପୂର୍ବାହ୍‌ଣ ସମୟରେ ୨ଟି ଦନ୍ତା ହାତୀ ଲଢ଼େଇ କରୁଥିଲେ। ବନବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକେ ହାତୀ ଘଉଡ଼ାଇବାକୁ ଯାଇଥିଲେ। ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

Untitled-32

elephant kills young man. Photograph: (sambad.in)

ରାଉରକେଲା/ସାରନଗରୀ: ସୁନ୍ଦରଗଡ଼ ଜିଲ୍ଳା ଲାଠିକଟା ବ୍ଲକ ଅନ୍ତର୍ଗତ ଏରଗେଡ଼ା ଗ୍ରାମରେ ରବିବାର ପୂର୍ବାହ୍‌ଣରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମ ନିକଟରେ ଦୁଇଟି ଦନ୍ତା ହାତୀ ଲଢ଼େଇ କରୁଥିବା ବେଳେ ସେମାନଙ୍କୁ ଘଉଡ଼ାଇବାକୁ ଯାଇଥିବା ଜଣେ ଯୁବକଙ୍କୁ ଉତ୍ତେଜିତ ହାତୀ ଆକ୍ରମଣ କରିଛି। ହାତୀର ଏହି ଆକ୍ରମଣରେ ସଂପୃକ୍ତ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ମାଙ୍ଗରା ତିର୍କୀ (୪୦)।

ଲାଠିକଟା ବ୍ଲକ ଅନ୍ତର୍ଗତ ଏରଗେଡ଼ା ଗ୍ରାମ ନିକଟରେ ଆଜି ପୂର୍ବାହ୍‌ଣ ସମୟରେ ୨ଟି ଦନ୍ତା ହାତୀ ଲଢ଼େଇ କରୁଥିଲେ। ଏନେଇ ଗାଁ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କର ସୂଚନା ଆଧାରରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ଏବଂ ସେମାନେ ନିଷ୍ଫଳ ହୋଇଥିଲେ। 

ଲୁଚି ଥିଲେ ମଧ୍ୟ ବର୍ତ୍ତିପାରିଲେନି

ତେବେ ହାତୀମାନେ ଘଟଣାସ୍ଥଳରେ ଉଗ୍ରରୂପ ଦେଖାଇଥିଲେ। ସେମାନେ ହିଂସ୍ର ରୂପ ଧାରଣ କରି ଲୋକଙ୍କୁ ଗୋଡ଼ାଇଥିଲେ। ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଯୁବକ ଜଣକ ଏକ ପିକ୍‌ଅପ୍‌ ଭ୍ୟାନ୍‌ ପାଖରେ ଲୁଚିଥିଲେ। କିନ୍ତୁ ସେମାନେ ହାତୀମୁହଁରୁ ବର୍ତ୍ତିପାରି ନଥିଲେ। ୨ଟି ଦନ୍ତା ନିଜ ରାଗ ସମ୍ଭାଳି ନପାରି ସେହି ଯୁବକଙ୍କୁ ଆକ୍ରମଣ କରିଥିଲେ। ଏକ ପିକ୍‌ଅପ୍‌ ଭ୍ୟାନକୁ ଓଲଟାଇ ଦେଇ ନିଜ ଦାନ୍ତରେ କଣା କରି ପକାଇଲେ।ଏନେଇ ବନ ବିଭାଗ ବନ୍ଧମୁଣ୍ଡା ଓ ପାନପୋଷ ଅଞ୍ଚଳର ଅଧିକ ବନ କର୍ମଚାରୀଙ୍କୁ ଡକାଇ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖୁଛି। 

ଆହୁରି ପଢ଼ନ୍ତୁ: Tulasikshetra Kendrapada: ବଳଦେବଜୀଉ ମନ୍ଦିର ପରିକ୍ରମା ପ୍ରକଳ୍ପ ଖୁବ୍‌ ଶୀଘ୍ର ହେବ କାର୍ଯ୍ୟକାରୀ

ଅଘୋଷିତ ଯୁଦ୍ଧ ଜାରି

ଓଡ଼ିଶାରେ ହାତୀ ଉପଦ୍ରବ ଏକ ସାଧାରଣ ଘଟଣା ହୋଇଛି। ରାଜ୍ୟର ହାତ ଗଣତି କିଛି ଜିଲ୍ଲାକୁ ବାଦ୍‌ ଦେଲେ ସର୍ବାଧିକ ଜିଲ୍ଲାରେ ହାତୀ ଉତ୍ପାତ ଦେଖିବାକୁ ମିଳୁଛି। ଏପେ ଖରିଫ ଧାନ ଫସଲ ଅମଳ ସମୟ ଆରମ୍ଭ ହୋଇଥିବା ବେଳେ ହାତୀମାନେ ଜଙ୍ଗଲ ଛାଡ଼ି ଗାଁ ଅଭିମୁଖେ ଆସୁଛନ୍ତି। ଶହଶହ ଏକର ଫସଲ ନଷ୍ଟ କରୁଛନ୍ତି। ଏହାରି ମଧ୍ୟରେ ଚାଷୀମାନଙ୍କ ସମେତ ପଥଚାରୀମାନଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି। ଧନଜୀବନ ସୁରକ୍ଷା ପାଇଁ ସରକାର ଏବଂ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ବେଳେ ହାତୀ ଓ ମଣିଷଙ୍କ ମଧ୍ୟରେ ଏକ ପ୍ରକାର ଅଘୋଷିତ ଯୁଦ୍ଧ ଜାରି ରହିଛି। 

ଆହୁରି ପଢ଼ନ୍ତୁ: Maoists Surrender: କଣ୍ଟ ପୂରୁଛି, ମାଓବାଦୀଙ୍କର ଭୟ ବଢୁଛି

ରିପୋର୍ଟ: ମଳୟ ରଂଜନ ସାହୁ/ସତ୍ୟ ନାରାୟଣ ସାମଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe