ପୋଖରୀରେ ବୁଡ଼ି ଦୁଇଭାଇ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ଦୁଇଭାଇଙ୍କର ମୃତ ଘଟିଛି। ସେମାନେ ସମ୍ପର୍କରେ ଉଭୟ ଦାଦା ପୁଅ ଓ ବଡବାପା ପୁଅ ଭାଇ ହୋଇଥିବା ଜଣାପଡିଛି...

WhatsApp Image 2024-11-14 at 12.31.31 PM

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ଦୁଇଭାଇଙ୍କର ମୃତ ଘଟିଛି। ସେମାନେ ସମ୍ପର୍କରେ ଉଭୟ ଦାଦା ପୁଅ ଓ ବଡବାପା ପୁଅ ଭାଇ ହୋଇଥିବା ଜଣାପଡିଛି।

ମୃତକ ଦ୍ବୟ ହେଲେ ଗଣେଶ୍ବର ବେହେରା ଓ ଶୁଭମ ବେହେରା। ବଡଓଷା ଉପଲକ୍ଷେ ଗୁରୁବାର ସକାଳୁ ଗ୍ରାମ ନିକଟରେ ଥିବା ଏକ ପୋଖରୀକୁ ସେମାନେ ଗାଧୋଇବାକୁ ଯାଇଥିଲେ।

ଅସାବଧାନତା ଯୋଗୁ ଦୁଇଭାଇ ବୁଡ଼ି ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ସମେତ ସ୍ଥାନୀୟ ଲୋକେ ମଧ୍ୟ ଖୋଜାଖୋଜି ଆରମ୍ଭ କରିଥିଲେ।

ଅଧିକ ପଢ଼ନ୍ତୁ: ମଦମାଫିଆଙ୍କ ଘରେ ଚଢ଼ାଉ: ୧୪ ବାଇକ, ୧ ସ୍କର୍ପିଓ ଓ ୧୦୦୦ ଲିଟର ଦେଶୀ ମଦ ଜବତ

ତେବେ ପୋଖରୀ ପାଖରେ ଉଭୟଙ୍କର ଚପଲ ପଡିଥିବା ଦେଖିବା ପରେ ଲୋକେ ପୋଖରୀ ଭିତରେ ପଶି ଖୋଜିବା ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଦୁଇଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଏହାକୁ ନେଇ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ଶିଶୁ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe