ସ୍ବେଚ୍ଛାକୃତ ରକ୍ତଦାନ ଶିବିର,୩୧ ୟୁନିଟ ରକ୍ତ ସଂଗ୍ରହ

ମାଲକାନଗିରି ସହିଦ ନର୍ସିଂ ଡମ୍ ସମାଜ ଓ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଡିଏନକେ ଵାର୍ଡ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି....

Mkg blood donation camp

Mkg blood donation camp Photograph: (sambad.in)

ମାଲକାନଗିରି: ମାଲକାନଗିରି ସହିଦ ନର୍ସିଂ ଡମ୍ ସମାଜ ଓ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଡିଏନକେ ଵାର୍ଡ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଡମ୍ ସମାଜର ଜିଲ୍ଲା ସଭାପତି ବଳରାମ ଅନୁଗୁଳିଆ ଯୋଗ ଦେଇ ଶିବିରକୁ ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ସମାଜସେବୀ ସନ୍ତୋଷ ନାଗ,ରକ୍ତଦାତା ପ୍ରବର୍ତ୍ତକ ବସନ୍ତ ନାୟକ,ଉପଦେଷ୍ଟା ପର୍ଶୁରାମ ଭକ୍ତ,ଡମ୍ବରୁ ବାଘ, କଣ୍ଟେଶ୍ବର ପୋଟଲା,ଗଣେଶ କଚିମ,ଶଙ୍କର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଡମ୍ ସମାଜ ପକ୍ଷରୁ ପ୍ରତିବର୍ଷ ଏଭଳି ଜନହିତକର କାର୍ଯ୍ୟ ହାତକୁ ନିଆଯାଇଥାଏ।

ରକ୍ତଦାନ ହେଉ ବା ଗରିବ ଅସହାୟଙ୍କୁ ସହଯୋଗ କରିବା ହେଉ ସବୁବେଳେ ଡମ୍ ସମାଜ ଆଗକୁ ଆସି ସହଯୋଗର ହାତ ବଢାଇଥାଏ। ରକ୍ତ କବଳରୁ କାହାରିକୁ ମରିବାକୁ ଦିଆଯିବ ନାହିଁ ବାର୍ତ୍ତା ନେଇ ଏହି ସମାଜ ପ୍ରତିବର୍ଷ ରକ୍ତଦାନ ଶିବିର ଅନୁଷ୍ଠିତ କରିଥାଏ। 

ନିଜେ ସଭାପତି ବଳରାମ ଅନୁଗୁଳିଆ ରକ୍ତଦେଇ ଅନ୍ୟକୁ ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ମୋଟ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। 

ଅଧିକ ପଢ଼ନ୍ତୁ: ଏତେ କୋଟିର ମାଲିକ ଜସପ୍ରୀତ୍ ବୁମରା

ଏହି ରକ୍ତଦାନ ଶିବିରରେ ରକ୍ତଦାତାମାନେ ହେଲେ ଯିତେନ୍ଦ୍ର ଦୁର୍ଗା,ବିକ୍ରମ ଦୁର୍ଗା,ରୋହିତ ନେହୁରି,ଗଣେଶ କଚିମ,ଉମେଶ ବାଘ,ଅମିତ ବାଘ,କିଶୋର କୁମାର ସୋନୁ,ରାଜକୁମାର,ଅଙ୍କିତ ବାଗ,ମନୁ ମାଣ୍ଡି,ବସନ୍ତ ନାୟକ,ଟିକେନ୍ଦ୍ର ନାଗ,ଜଗା ସୋନୁ,ଭକ୍ତ ଦୁର୍ଗା,ଜୋନ ହିଆଲ,ବଳରାମ ଅନୁଗୁଳିଆ,ଭକ୍ତ ବାଘ,ଏସ.ବାଲା,ଡମ୍ବରୁ ସୁନା,ଜଗତ ପଡିଆମି,ମନୋଜ ନାୟକ,ଗୋପାଳ ନାୟକ,ଦିବାକର ନାଗ,ସଂତୋଷ ନାଗ,ମଦନ ମାଡକାମୀ,ଦୁର୍ଗାମାଧବ ,ଦିନବନ୍ଧୁ ଖରା,ସୁମିତ ବାଘ। ଏହି ରକ୍ତଦାନ ଶିବିରକୁ ସହିଦ ନର୍ସିଂ ଡମ୍ ସମାଜର ସଂତୋଷ ନାଗ,ବସନ୍ତ ନାୟକ,ପର୍ଶୁରାମ ଭକ୍ତ,ଡମ୍ବରୁ ବାଘ, କଣ୍ଟେଶ୍ବର ପୋଟଲା,ଗଣେଶ କଚିମ,ଶଂକର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଆମ ଓଡିଶାର ଜିଲ୍ଲା ସଂଯୋଜକ ପ୍ରେମେନ୍ଦ୍ର ପରିଛା ସହଯୋଗ କରିଥିଲେ। ରକ୍ତ ସଂଗ୍ରହରେ ରକ୍ତଭଣ୍ଡାରର ସୁଜଲ ରାୟ ଏବଂ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ପୁଣି ନକ୍ସଲ ହିଂସା: ଗ୍ରାମବାସୀକୁ ପୁଲିସ ଇନଫର୍ମର ସନ୍ଦେହରେ ନିର୍ମମ ହତ୍ୟା କଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe