ସମାଲୋଚକମାନେ ଯୁକ୍ତି କରିପାରନ୍ତି ଯେ ସମ୍ବାଦପତ୍ର ଆଜିକାଲିର ପିଲାଙ୍କ ପାଇଁ ଏକ ଅତ୍ୟନ୍ତ ଅନାକର୍ଷଣୀୟ ସାମଗ୍ରୀରେ ପରିଣତ ହୋଇ ସାରିଲାଣି ଓ ସ୍କୁଲମାନଙ୍କରେ ଏହାର ପଠନକୁ ବାଧ୍ୟତାମୂଳକ କରାଗଲେ ମଧ୍ୟ ଏଥିପ୍ରତି ସେମାନଙ୍କ ଠାରେ କୌଣସି ଆଗ୍ରହ ସୃଷ୍ଟି ହେବ ନାହିଁ। ଏତାଦୃଶ ଚିନ୍ତାଧାରା କିନ୍ତୁ ଶିକ୍ଷାଦାନ ପଦ୍ଧତିର ପରିବର୍ତ୍ତିତ ପରିସ୍ଥିତି ସହିତ ଖାପ ଖାଇବା କ୍ଷମତା ବା ଅନୁକୂଳନୀୟତାକୁ ଅବହେଳା କରିଥାଏ ଏବଂ ପିଲାମାନଙ୍କର ସ୍ବାଭବସୁଲଭ ଅନୁସନ୍ଧିତ୍ସାକୁ ଉପଯୁକ୍ତ ଗୁରୁତ୍ବ ପ୍ରଦାନ କରି ନ ଥାଏ। ଶ୍ରେଣୀ ଗୃହରେ ପଠନ ନିମିତ୍ତ ଶିକ୍ଷକଙ୍କ ଦ୍ବାରା ଉପଯୁକ୍ତ ବୟସ-ଅନୁକୂଳ ପାଠ ଚୟନ, ପ୍ରଶ୍ନୋତ୍ତରକୁ ପ୍ରୋତ୍ସାହନ ପ୍ରଦାନ ଓ ଆବଶ୍ୟକ ସ୍ଥଳେ ସନ୍ଦେହ ମୋଚନ ଦ୍ବାରା ସମ୍ବାଦପତ୍ର ପଠନ ପ୍ରତି ପିଲାମାନଙ୍କ ଠାରେ ସେଇଭଳି ଆଗ୍ରହ ସୃଷ୍ଟି କରାଯାଇ ପାରିବ, ଯେଉଁଭଳି ସୋସିଆଲ୍ ମିଡିଆ ପ୍ରତି ସେମାନେ ପ୍ରଦର୍ଶନ କରିଥାନ୍ତି।
Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ
ଆମେ ଆରମ୍ଭରୁ କହି ରଖିବାକୁ ଚାହୁଁ ଯେ ନିମ୍ନରେ ପ୍ରଦତ୍ତ ଏହି ସମ୍ବାଦପତ୍ରର ମତାମତ ହୁଏତ କାହା ଦୃଷ୍ଟିରେ ଏକ ସ୍ବାର୍ଥ ସଂଘାତ (କନ୍ଫ୍ଲିକ୍ଟ ଅଫ୍ ଇଣ୍ଟେରେଷ୍ଟ) ଭଳି ପ୍ରତୀୟମାନ ହୋଇପାରେ; କିନ୍ତୁ ଜନସ୍ବାର୍ଥ ସୁରକ୍ଷା ହେଉଛି ଏହି ଆଲୋଚନାର ଏକମାତ୍ର ଉଦ୍ଦେଶ୍ୟ।
ପ୍ରସଙ୍ଗଟି ହେଉଛି ଦେଶର ଦୁଇଟି ରାଜ୍ୟରେ ଏବେ କ୍ଷମତାସୀନ ସରକାରମାନେ ନେଇଥିବା ଏକ ପଦକ୍ଷେପକୁ କେନ୍ଦ୍ର କରି। ରାଜ୍ୟ ଦ୍ବୟ ହେଉଛନ୍ତି ଉତ୍ତରପ୍ରଦେଶ ଓ ରାଜସ୍ଥାନ ଏବଂ ବର୍ତ୍ତମାନର ସ୍ମାର୍ଟ ଫୋନ୍, ସୋସିଆଲ୍ ମିଡିଆ, ରିଲ୍ସ, ମାଇକ୍ରୋ ଡ୍ରାମା ଯୁଗରେ ସେମାନେ ନେଇଥିବା ନିଷ୍ପତ୍ତି ଅନେକଙ୍କୁ ଉଦ୍ଭଟ, ହାସ୍ୟାସ୍ପଦ ଅଥବା ପୁରୁଣାକାଳିଆ ମନେ ହୋଇପାରେ: ସେ ରାଜ୍ୟ ଦ୍ବୟରେ ବିଦ୍ୟାଳୟମାନଙ୍କରେ ପ୍ରତିଦିନ ସମ୍ବାଦପତ୍ର ପଠନକୁ ଶିକ୍ଷାଦାନର ଏକ ବାଧ୍ୟତାମୂଳକ ଅଂଶରେ ପରିଣତ କରି ଦିଆଯାଇଛି। ଆମେ କିନ୍ତୁ ଅକୁଣ୍ଠିତ ଚିତ୍ତରେ ଘୋଷଣା କରିବାକୁ ଚାହୁଁ ଯେ ଏହା ପୁରୁଣାକାଳିଆ ନୁହେଁ, ବରଂ ବାସ୍ତବରେ ହେଉଛି ଏକ ଅତ୍ୟନ୍ତ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ।
ଏକଥା କେହି ଅସ୍ବୀକାର କରିପାରିବେ ନାହିଁ ଯେ ଆଜିର ଛାତ୍ରଛାତ୍ରୀମାନଙ୍କର ସ୍କ୍ରିନ୍-ସମୟରେ ଘଟି ଚାଲିଥିବା ସଂପ୍ରସାରଣ ସହିତ ତାଳ ଦେଇ ସେମାନଙ୍କ ଧ୍ୟାନ ଅଧିକରୁ ଅଧିକ ବିଖଣ୍ଡିତ ହୋଇ ଚାଲିଛି, ଭାଷାରେ ଦାରିଦ୍ର୍ୟ ଘୋଟି ଚାଲିଛି, ସାଧାରଣ ଜ୍ଞାନ ଅଜ୍ଞାନରେ ପରିଣତ ହେବା ସଙ୍ଗେ ସଙ୍ଗେ ସେମାନଙ୍କର ଯୁକ୍ତିନିଷ୍ଠ ତଥ୍ୟଭିତ୍ତିକ ଆଲୋଚନା କରିବା କ୍ଷମତା ଅନ୍ତର୍ଦ୍ଧାନ ହେବାରେ ଲାଗିଛି। ଏଇ ବିକଳ ଅବସ୍ଥାରେ ସୁଧାର ଆଣିବା ପାଇଁ ଏକ କୁହୁକ ଚାବି ପରି ଖଣ୍ଡିଏ ମାମୁଲି ସମ୍ବାଦପତ୍ର ଯେଉଁ କ୍ଷମତା ବହନ କରିଥାଏ, ତାହାର ସହଜଲବ୍ଧତା ଓ ଫଳପ୍ରଦତା ସହିତ ଅନ୍ୟ କୌଣସି ମାଧ୍ୟମ କିମ୍ବା ସାଧନ ତୁଳନୀୟ ନୁହେଁ।
ଯଦି କେବଳ ବିଶୁଦ୍ଧ ଶିକ୍ଷାଦାନ (ପେଡାଗଜି) ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ସମ୍ବାଦପତ୍ର ପାଠ କରିବା ସର୍ବାଧିକ ଫଳପ୍ରଦ ଶିକ୍ଷାଦାନ ପଦ୍ଧତିମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ବିବେଚିତ ହୋଇଥାଏ, କାରଣ ଏହା ଅନୁସାରେ ଶିକ୍ଷା ଗ୍ରହଣ (ଲର୍ନିଙ୍ଗ୍) ସେତିକିବେଳେ ସର୍ବାଧିକ ଫଳପ୍ରଦ ହୋଇଥାଏ, ଯେତେବେେଳ ତାହା ବାସ୍ତବ ଜୀବନର ଅନୁଭୂତି ସହିତ ସଂଯୁକ୍ତ ହୋଇଥାଏ। ଆଉ ଖଣ୍ଡିଏ ସମ୍ବାଦପତ୍ର ଯେଉଁଭଳି ପ୍ରତିଦିନ ଏଇ ବାସ୍ତବ ଅନୁଭୂତିକୁ ଶ୍ରେଣୀ କକ୍ଷେର ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ପହଞ୍ଚାଇ ଦେଇପାରିବ, ଅନ୍ୟ କୌଣସି ମାଧ୍ୟମ ସେଭଳି କରିପାରିବ ନାହିଁ। ପାଠ୍ୟପୁସ୍ତକ ନିଶ୍ଚିତ ରୂପେ ହେଉଛି ଜ୍ଞାନର ଭଣ୍ଡାର, ସେଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ସେ ଜ୍ଞାନ ହେଉଛି ସ୍ଥିରୀକୃତ ହୋଇ ସାରିଥିବା ଜ୍ଞାନ ବା ଘନୀଭୂତ ଜ୍ଞାନ। ସମ୍ବାଦପତ୍ର ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ଜ୍ଞାନର ସେଇ ଅବସ୍ଥା ଉପସ୍ଥାପିତ କରିଥାଏ, ଯେତେବେଳେ ତାହା ଅନ୍ତିମ ରୂପ ପରିଗ୍ରହଣ କରୁଥାଏ; ରାଜନୀତିରୁ ଅର୍ଥନୀତି ପର୍ଯ୍ୟନ୍ତରେ, ବିଜ୍ଞାନରୁ ସଂସ୍କୃତି ପର୍ଯ୍ୟନ୍ତରେ, ରାଷ୍ଟ୍ରନୀତିରୁ ନ୍ୟାୟନୀତି ପର୍ଯ୍ୟନ୍ତରେ ବିତର୍କର ଅନ୍ତ ଘଟି ନ ଥାଏ, ଆଲୋଚନା ଚାଲି ରହିଥାଏ, ତର୍ଜମାରେ ପୂର୍ଣ୍ଣଚ୍ଛେଦ ପଡ଼ି ନ ଥାଏ। ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ବହନ କରୁଥିବା ଜ୍ଞାନକୁ କଣ୍ଠସ୍ଥ କରିବାରେ ପ୍ରବୃତ୍ତ ଥାନ୍ତି; କିନ୍ତୁ ସମ୍ବାଦପତ୍ର ବହନ କରୁଥିବା ଚଳନଶୀଳ ଜ୍ଞାନ ସେମାନଙ୍କୁ ସେମାନଙ୍କର ଚିନ୍ତନରେ ଏକ ବିଶ୍ଳେଷଣାତ୍ମକ ଆଭିମୁଖ୍ୟ ଅବଲମ୍ବନ କରିବାକୁ ଉତ୍ସାହିତ କରିଥାଏ।
ଶିକ୍ଷକମାନଙ୍କ ପାଇଁ ମଧ୍ୟ ଏକ ସମ୍ବାଦପତ୍ର ହେଉଛି ଏକ ବହୁମୁଖୀ ସାଧନ, ଯାହାକୁ ସେ ନିଜର ଶିକ୍ଷାଦାନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ବ୍ୟବହାର କରିପାରିବେ। ମୁଦ୍ରାସ୍ଫୀତି ସଂପର୍କିତ ଖବର ତା’ର ଗତିବିଧି ଓ ନିଦାନ ସଂପର୍କରେ ଜ୍ଞାନ ଦାନ କରୁଥିବା ବେଳେ ‘ଏଲ୍ ନିନୋ’ ସଂପର୍କିତ ଖବର ପରିବେଶର ଲମ୍ବା କାର୍ଯ୍ୟ-କାରଣ ସଂପର୍କ ସମ୍ବନ୍ଧରେ ସଚେତନ କରାଇଥାଏ। ଏକ ଅଦାଲତୀ ରାୟ ସାଂବିଧାନିକ ମୂଲ୍ୟବୋଧର ଏକ ବାସ୍ତବ ପ୍ରଦର୍ଶନ ହୋଇଥିବା ବେଳେ ପାଣ୍ଡେମିକ୍ ସଂପର୍କିତ ଖବର ଅଦୃଶ୍ୟ ଭୂତାଣୁକୁ ଦୃଶ୍ୟମାନ କରିଥାଏ କହିଲେ ଭୁଲ୍ ହେବ ନାହିଁ। ସେଇଭଳି ପରିବେଶ ସଂପର୍କିତ ରିପୋର୍ଟ ବିଜ୍ଞାନର ମଧ୍ୟ ନୈତିକ ଦାୟିତ୍ବ ଥିବା ସୂଚାଇଥାଏ।
ସମ୍ବାଦପତ୍ର ପଠନ ଶିକ୍ଷାକୁ ପାଠ୍ୟପୁସ୍ତକ ରୂପକ ନିବୁଜ କୋଠରିରୁ ମୁକୁଳାଇ ଜଟିଳ ବାସ୍ତବ ଦୁନିଆର ଅଂଶରେ ପରିଣତ କରିଥାଏ, ଛାତ୍ରଛାତ୍ରୀମାନଙ୍କୁ ଅବିଳମ୍ବେ ଯେଉଁ ଦୁନିଆରେ ପ୍ରବେଶ କରିବାକୁ ପଡ଼ିବ। ସମ୍ବାଦପତ୍ର ସହିତ ପରିଚିତି ସେତେବେଳେ ସେମାନଙ୍କ ପାଇଁ ଏଇ ସମସ୍ୟାବହୁଳ ଦୁନିଆରେ ବାଟ ଖୋଜି ପାଇବାରେ ସହାୟକ ହେବ। ନିୟମିତ ସମ୍ବାଦପତ୍ର ପଠନ ଛାତ୍ରଛାତ୍ରୀମାନଙ୍କର ‘କାର୍ଯ୍ୟକାରୀ ସାକ୍ଷରତା’ (‘ଫଙ୍କସନାଲ୍ ଲିଟରେସି’)ରେ ମଧ୍ୟ ଉଲ୍ଲେଖନୀୟ ଉନ୍ନତି ସାଧନ କରିଥାଏ। ସାମାଜିକ, ସାଂସ୍କୃତିକ, ବୌଦ୍ଧିକ, ଅର୍ଥନୈତିକ ପରିସରରେ ଫଳପ୍ରଦ ଭାବରେ ଭାଷାର ବ୍ୟବହାର କରି ପାରିବାର କ୍ଷମତାକୁ ‘କାର୍ଯ୍ୟକାରୀ ସାକ୍ଷରତା’ ରୂପେ ଅଭିହିତ କରାଯାଇଥାଏ। ପାଠ୍ୟପୁସ୍ତକର ନିରାସକ୍ତ ଭାଷାକୁ ଅତିକ୍ରମ କରି ଖବରକାଗଜରେ ବ୍ୟବହୃତ ବିବିଧ ଶୈଳୀର ଭାଷା - ଖବରର ବର୍ଣ୍ଣନାତ୍ମକ ଭାଷା, ମତ ପ୍ରଦାନକାରୀ ପ୍ରବନ୍ଧର ପ୍ରତ୍ୟୟ ସୃଷ୍ଟିକାରୀ ଭାଷା, ସଂପାଦକୀୟ ମନ୍ତବ୍ୟରେ ବ୍ୟବହୃତ ବିଶ୍ଳେଷଣାତ୍ମକ ଭାଷା - ପାଠକ ଛାତ୍ରଛାତ୍ରୀମାନଙ୍କ ଭାଷାଗତ ଦକ୍ଷତାକୁ ପ୍ରଶସ୍ତ ତଥା ସମୃଦ୍ଧ କରିଥାଏ।
E-KYC: ଏମ୍ଜିନରେଗା ଇ-କେୱାଇସି ୬୩.୨୧ ପ୍ରତିଶତ, ରାଜ୍ୟ ହାରରୁ କମ୍
ଆଲ୍ଗୋରିଦ୍ମ, ମିଥ୍ୟାଚାର ଓ ଆବେଗିକ ଧ୍ରୁବୀକରଣ ଦ୍ବାରା ପରିଚାଳିତ ଆଜିର ସୋସିଆଲ୍ ମିଡିଆ ଯୁଗରେ ସହଜରେ ପ୍ରଭାବିତ ହେଉଥିବା ପିଲାମାନଙ୍କର ମସ୍ତିଷ୍କକୁ କଳୁଷିତ ହେବାରୁ ରକ୍ଷା କରିବାର କ୍ଷମତା ଯଦି କିଏ ବହନ କରୁଥାଏ, ତାହା ହେଉଛି ସମ୍ବାଦପତ୍ର ପଠନ ଅଭ୍ୟାସ। ସେମାନେ ଯେତେ ସଅଳ ଏଇ ଅଭ୍ୟାସ ଆହରଣ କରିବେ, ସେତେ ଶୀଘ୍ର ହୃଦୟଙ୍ଗମ କରିବେ ଯେ ସମସ୍ତ ପ୍ରସାରିତ ସୂଚନା ସମାନ ନୁହନ୍ତି, ବିଶ୍ବସନୀୟତା ହେଉଛି ଗୁରୁତ୍ବପୂର୍ଣ୍ଣ ଏବଂ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ ପାଇଁ ଲୋଡ଼ା ଧୈର୍ଯ୍ୟ ଓ ଭଲ-ମନ୍ଦ ବିଚାର କରିବାର ଶକ୍ତି।
ଭାରତୀୟ ଦର୍ଶନରେ ମଧ୍ୟ ଅନୁରୂପ ଚିନ୍ତାଧାରା ପ୍ରତିଫଳିତ ହୋଇଥାଏ। ଉଦାହରଣ ସ୍ବରୂପ ଉପନିଷଦୀୟ ପରମ୍ପରାରେ ‘ଶ୍ରବଣ’, ‘ମନନ’ ଓ ‘ନିଦିଧ୍ୟାସନ’କୁ ଯେଉଁ ପ୍ରାଧାନ୍ୟ ପ୍ରଦାନ କରାଯାଇଥାଏ, ତାହା ସମ୍ବାଦପତ୍ର ପଠନ ପ୍ରତି ବିଶେଷ ଭାବରେ ପ୍ରଯୁଜ୍ୟ ହୋଇଥାଏ। ଶିକ୍ଷକଙ୍କ ଦିଗ୍ଦର୍ଶନରେ ସମ୍ବାଦପତ୍ର ପଠନ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଆହରଣ କରିବା ସଙ୍ଗେ ସଙ୍ଗେ ତାହାର ମନନ କରିବାକୁ ଓ ତାହାର ଆଧାରରେ ସୁଚିନ୍ତିତ ମତାମତ ପ୍ରସ୍ତୁତ କରିବା ନିମିତ୍ତ ଉତ୍ସାହିତ କରିଥାଏ। ଅବଶ୍ୟ ସମାଲୋଚକମାନେ ଯୁକ୍ତି କରିପାରନ୍ତି ଯେ ସମ୍ବାଦପତ୍ର ଆଜିକାଲିର ପିଲାଙ୍କ ପାଇଁ ଏକ ଅତ୍ୟନ୍ତ ଅନାକର୍ଷଣୀୟ ସାମଗ୍ରୀରେ ପରିଣତ ହୋଇ ସାରିଲାଣି ଓ ସ୍କୁଲମାନଙ୍କରେ ଏହାର ପଠନକୁ ବାଧ୍ୟତାମୂଳକ କରାଗଲେ ମଧ୍ୟ ଏଥିପ୍ରତି ସେମାନଙ୍କ ଠାରେ କୌଣସି ଆଗ୍ରହ ସୃଷ୍ଟି ହେବ ନାହିଁ। ଏତାଦୃଶ ଚିନ୍ତାଧାରା କିନ୍ତୁ ଶିକ୍ଷାଦାନ ପଦ୍ଧତିର ପରିବର୍ତ୍ତିତ ପରିସ୍ଥିତି ସହିତ ଖାପ ଖାଇବା କ୍ଷମତା ବା ଅନୁକୂଳନୀୟତାକୁ ଅବହେଳା କରିଥାଏ ଏବଂ ପିଲାମାନଙ୍କର ସ୍ବାଭବସୁଲଭ ଅନୁସନ୍ଧିତ୍ସାକୁ ଉପଯୁକ୍ତ ଗୁରୁତ୍ବ ପ୍ରଦାନ କରି ନ ଥାଏ। ଶ୍ରେଣୀ ଗୃହରେ ପଠନ ନିମିତ୍ତ ଶିକ୍ଷକଙ୍କ ଦ୍ବାରା ଉପଯୁକ୍ତ ବୟସ-ଅନୁକୂଳ ପାଠ ଚୟନ, ପ୍ରଶ୍ନୋତ୍ତରକୁ ପ୍ରୋତ୍ସାହନ ପ୍ରଦାନ ଓ ଆବଶ୍ୟକ ସ୍ଥଳେ ସନ୍ଦେହ ମୋଚନ ଦ୍ବାରା ସମ୍ବାଦପତ୍ର ପଠନ ପ୍ରତି ପିଲାମାନଙ୍କ ଠାରେ ସେଇଭଳି ଆଗ୍ରହ ସୃଷ୍ଟି କରାଯାଇ ପାରିବ, ଯେଉଁଭଳି ସୋସିଆଲ୍ ମିଡିଆ ପ୍ରତି ସେମାନେ ପ୍ରଦର୍ଶନ କରିଥାନ୍ତି।
ଏଇ ଦୁଇ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପର ଏକ ବିଶେଷ ପ୍ରଶଂସନୀୟ ଦିଗ ହେଉଛି ଏହା ଯେ ସେମାନେ ସ୍କୁଲମାନଙ୍କରେ ହିନ୍ଦୀ ସହିତ ଇଂରେଜୀ ସମ୍ବାଦପତ୍ର ପଠନକୁ ମଧ୍ୟ ବାଧ୍ୟତାମୂଳକ କରିଛନ୍ତି, ଯାହା ପିଲାମାନଙ୍କ ପାଇଁ ଏହି ଉଦ୍ୟମର ଲାଭକୁ ନିଶ୍ଚିତ ରୂପେ ବହୁଗୁଣିତ କରିବ। ଓଡ଼ିଶା ସରକାର ମଧ୍ୟ ଆମ ରାଜ୍ୟର ଛାତ୍ରଛାତ୍ରୀମାନଙ୍କର ମଙ୍ଗଳ ସାଧନ ନିମିତ୍ତ ଅନୁରୂପ ପଦେକ୍ଷପ ନେବେ ବୋଲି ଆଶା କରାଯାଏ। ଆମେ ସେଇ ସୁସମ୍ବାଦ ଛାପିବା ପାଇଁ ଅପେକ୍ଷା କରୁଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)