Advertisment

editorial: ‘ହାଟ୍ଟା’ ନ୍ୟାୟ

Advertisment

ବିତ୍ତୀୟ ଅପରାଧକୁ ଅନ୍ୟ ଶ୍ରେଣୀର ଅପରାଧମାନଙ୍କ ଠାରୁ ପୃଥକ ବୋଲି ବିଚାର କରିବା ମଧ୍ୟ ହେଉଛି ଏକ କୃତ୍ରିମ ପ୍ରଭେଦ ସୃଷ୍ଟି କରିବା। ଜଣେ ବିତ୍ତଶାଳୀ ବ୍ୟବସାୟୀଙ୍କୁ ଜୋରିମାନା ଭୟ ବିତ୍ତୀୟ ଅପରାଧ କରିବାରୁ ନିବୃତ୍ତ କରିପାରିବ ନାହିଁ, କାରାବାସର ଭୟ ହିଁ ଏହା କରିପାରିବ।

ବିତ୍ତୀୟ ଅପରାଧକୁ ଅନ୍ୟ ଶ୍ରେଣୀର ଅପରାଧମାନଙ୍କ ଠାରୁ ପୃଥକ ବୋଲି ବିଚାର କରିବା ମଧ୍ୟ ହେଉଛି ଏକ କୃତ୍ରିମ ପ୍ରଭେଦ ସୃଷ୍ଟି କରିବା। ଜଣେ ବିତ୍ତଶାଳୀ ବ୍ୟବସାୟୀଙ୍କୁ ଜୋରିମାନା ଭୟ ବିତ୍ତୀୟ ଅପରାଧ କରିବାରୁ ନିବୃତ୍ତ କରିପାରିବ ନାହିଁ, କାରାବାସର ଭୟ ହିଁ ଏହା କରିପାରିବ।

samp1

ବିତ୍ତୀୟ ଅପରାଧକୁ ଅନ୍ୟ ଶ୍ରେଣୀର ଅପରାଧମାନଙ୍କ ଠାରୁ ପୃଥକ ବୋଲି ବିଚାର କରିବା ମଧ୍ୟ ହେଉଛି ଏକ କୃତ୍ରିମ ପ୍ରଭେଦ ସୃଷ୍ଟି କରିବା। ଜଣେ ବିତ୍ତଶାଳୀ ବ୍ୟବସାୟୀଙ୍କୁ ଜୋରିମାନା ଭୟ ବିତ୍ତୀୟ ଅପରାଧ କରିବାରୁ ନିବୃତ୍ତ କରିପାରିବ ନାହିଁ, କାରାବାସର ଭୟ ହିଁ ଏହା କରିପାରିବ। ମୂଲ୍ୟ ଦେଇ ଖସିଯିବାର ସୁଯୋଗ ଥିଲେ ସେମାନେ ଲାଭକ୍ଷତି ହିସାବ କରି ଏଭଳି ଅପରାଧ କରିବା ସମ୍ବନ୍ଧରେ ନିଷ୍ପତ୍ତି ନେବେ। ବୁଧବାର ଦିନ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କର ସେଇ ବେଞ୍ଚ୍ କହିଥିବା ଭଳି ସୁପ୍ରିମ୍ କୋର୍ଟ ବାରମ୍ବାର ନିଜର ରାୟରେ ପରିବର୍ତ୍ତନ ଘଟାଇଲେ ଯେମିତି ଜନ ଭରସା ବ୍ୟାହତ ହୋଇଥାଏ, ମୂଲଚାଲ ଭିତ୍ତିରେ ରାୟ ପ୍ରଦାନ ମଧ୍ୟ ସେଇଭଳି ନ୍ୟାୟ ବ୍ୟବସ୍ଥା ଉପରେ ଜନ ଭରସାର କ୍ଷୟ ସାଧନ କରିଥାଏ।.

Ragging: ଘରୋଇ ଶିକ୍ଷାନୁଷ୍ଠାନରେ ରାଗିଂ: ଭିଡ଼ିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଲିୱିସ୍ କ୍ୟାରଲ୍‌ଙ୍କର କାଳଜୟୀ ପିଲାଙ୍କ କାହାଣୀ ‘ଥ୍ରୁ ଦି ଲୁକିଙ୍ଗ୍ ଗ୍ଲାସ୍’ର ଏକ ଦୃଶ୍ୟରେ ସେ ଦେଶର ରାଣୀ ‘ହ୍ବାଇଟ୍ କୁଇନ୍’ ବାଳିକା ଆଲିସ୍‌କୁ ସେଠାକାର ଓଲଟ ନ୍ୟାୟ ବ୍ୟବସ୍ଥା ସମ୍ବନ୍ଧରେ ବୁଝାଇବାକୁ ଯାଇ କାରାବାସ ଭୋଗ କରୁଥିବା ‘ହାଟ୍ଟା’ ନାମକ ବ୍ୟକ୍ତିର ଉଦାହରଣ ଦେଇଥାନ୍ତି। ଆଇନାର ପ୍ରତିଫଳିତ ଦୁନିଆରେ ସବୁ ଜିନିଷ ଓଲଟି ଯାଇଥିବା ଭଳି ହାଟ୍ଟା ମଧ୍ୟ ସଂପୃକ୍ତ ଅପରାଧ ଘଟାଇବା ପୂର୍ବରୁ ଦଣ୍ଡ ଭୋଗ କରୁଛି ବୋଲି ହ୍ବାଇଟ୍ କୁଇନ୍ ଆଲିସ୍‌କୁ କହିଛନ୍ତି। ଏହି ନ୍ୟାୟିକ ପ୍ରକ୍ରିୟାରେ ପ୍ରଥମେ ଦଣ୍ଡ ପ୍ରଦାନ କରାଯାଏ, ତା’ ପରେ ଅପରାଧର ବିଚାର କରାଯାଏ ଓ ସର୍ବ ଶେଷରେ ଅପରାଧ ସଂଘଟିତ ହୋଇଥାଏ ବୋଲି ହ୍ବାଇଟ୍ କୁଇନ୍ ଆଲିସ୍‌କୁ ବୁଝାଇଛନ୍ତି। କିନ୍ତୁ ଯଦି ଦଣ୍ଡ ପାଇଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ସେ ଅପରାଧ ନ ଘଟାଏ, ତେବେ କ’ଣ ହେବ? ହ୍ବାଇଟ୍ କୁଇନ୍‌ଙ୍କ ମତରେ ତାହା ଅତି ଉତ୍ତମ ହେବ, କାରଣ ଅପରାଧ ଘଟିବାକୁ ନ ଦେବା ହିଁ ହେଉଛି ପ୍ରଥମେ ଦଣ୍ଡ ପ୍ରଦାନ କରିବାର ଉଦ୍ଦେଶ୍ୟ। ଯଦି ପ୍ରଶ୍ନ କରାଯାଏ ବାସ୍ତବ ଦୁନିଆରେ ଏଭଳି ଏକ ନ୍ୟାୟ ବ୍ୟବସ୍ଥା ଗ୍ରହଣୀୟ ହେବ କି, ତା’ର ଉତ୍ତର ହେବ ଯେ ଏକ ଜୋରଦାର ନା, ଏଥିରେ କୌଣସି ସନ୍ଦେହ ନାହିଁ।
ଠିକ୍ ସେହିପରି ଏକ ନ୍ୟାୟ ବ୍ୟବସ୍ଥାର ପରିକଳ୍ପନା କରାଯାଉ ଯେଉଁଥିରେ କୌଣସି ମାମଲାରେ ଅଦାଲତ ରାୟ ପ୍ରଦାନ କରିବାର କିଛି ଦିନ ବିତିଯିବା ପରେ ଖୋଦ୍ ସେଇ ଅଦାଲତ ପୁଣି ଥରେ ସେଇ ମାମଲାର ବିଚାର କରି ନିଜର ପୂର୍ବ ରାୟକୁ ଓଲଟାଇ ଦିଅନ୍ତି। ଏହା ମଧ୍ୟ ‘ଥ୍ରୁ ଦି ଲୁକିଙ୍ଗ୍ ଗ୍ଲାସ୍’ର ସେଇ ଓଲଟ ଦୁନିଆ ଭଳି ହେବ ନାହିଁ କି? ଏକ ବାସ୍ତବ ସଭ୍ୟ ଦୁନିଆରେ ଏଭଳି ଓଲଟ-ପ୍ରବଣ ନ୍ୟାୟ ବ୍ୟବସ୍ଥା ମଧ୍ୟ ଗ୍ରହଣୀୟ ହେବ ନାହିଁ। ଭାରତର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟ ସେଇଥିପାଇଁ ଗତ ସପ୍ତାହରେ ବୁଧବାର ଦିନ ଆତ୍ମନିରୀକ୍ଷଣ କରି ନିଜର ଆଚରଣରେ ଏଇଭଳି ଏକ ଓଲଟ-ପ୍ରବଣତାର ଅନୁପ୍ରବେଶର ଲକ୍ଷଣ ଆବିଷ୍କାର କରି ସେ ସମ୍ବନ୍ଧରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ‌ସର୍ବୋଚ୍ଚ ଅଦାଲତ ସ୍ବୀକାର କରିଛନ୍ତି ଯେ କେତେକ ମାମଲାରେ ସୁପ୍ରିମ୍ କୋର୍ଟ ଅଳ୍ପ ଦିନର ବ୍ୟବଧାନରେ ମାମଲାର ପୁନର୍ବିଚାର କରି ନିଜେ ପ୍ରଦାନ କରିଥିବା ପୂର୍ବ ରାୟକୁ ଓଲଟାଇ ଦେବା ଦେଖାଯାଉଛି। ଏଥିପାଇଁ ନିଜର ଅସନ୍ତୋଷ ପ୍ରକାଶ କରି ସୁପ୍ରିମ୍ କୋର୍ଟଙ୍କର ଏହି ବେଞ୍ଚ୍ ସତର୍କବାଣୀ ଶୁଣାଇଛନ୍ତି ଯେ ଏହା ଦ୍ବାରା ଜନମାନସରେ ସର୍ବୋଚ୍ଚ ଅଦାଲତଙ୍କ ଉପରେ ରହିଥିବା ଭରସାର ଅବକ୍ଷୟ ଘଟିବ; କାରଣ ସୁପ୍ରିମ୍ କୋର୍ଟଙ୍କର ରାୟର ନିଶ୍ଚିତତା ଓ ଅନ୍ତିମତା ହିଁ ହେଉଛି ଏହି ଭରସାର ଆଧାର।
ମାନ୍ୟବର ବିଚାରପତିମାନେ ଯଥାର୍ଥ ଭାବରେ କହିଛନ୍ତି ଯେ ସୁପ୍ରିମ୍ କୋର୍ଟଙ୍କର ରାୟ ଯେ ସଂପୂର୍ଣ୍ଣ ରୂପେ ନିର୍ଭୁଲ୍‌, ଏହା ବିଶ୍ବାସ କରି ଜନସାଧାରଣ ସୁପ୍ରିମ୍ କୋର୍ଟଙ୍କ ଉପରେ ଭରସା ସ୍ଥାପନ କରି ନଥାନ୍ତି, ସୁପ୍ରିମ୍ କୋର୍ଟଙ୍କର ରାୟ ହେଉଛି ଯେ ସଂପୃକ୍ତ ମାମଲାରେ ଅନ୍ତିମ ନିର୍ଣ୍ଣୟ, ଏହା ହିଁ ହେଉଛି ସେଇ ଭରସାର ମୂଳାଧାର। ଏହା ଏକ ଆଶ୍ବସ୍ତି ସୃଷ୍ଟି କରିଥାଏ ଯେ ସର୍ବୋଚ୍ଚ ଅଦାଲତ ଏପରି ଆତ୍ମନିରୀକ୍ଷଣ କରିବାକୁ ଆଗେଇ ଆସିଛନ୍ତି ଏବଂ ବାରମ୍ବାର ନିଜର ମତ ପରିବର୍ତ୍ତନ କରିବାରେ ନିହିତ ଥିବା ବିପଦକୁ ହୃଦୟଙ୍ଗମ କରିଛନ୍ତି।
ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ଏଭଳି ଆତ୍ମନିରୀକ୍ଷଣ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଥିବା ବେଳେ ସଂପ୍ରତି ସେଇ ଅଦାଲତଙ୍କର ଅନ୍ୟ ଏକ ରାୟ ସେଇ ଆତ୍ମନିରୀକ୍ଷଣକୁ ଆହୁରି ସଂପ୍ରସାରିତ କରିବା ନିମିତ୍ତ ମଧ୍ୟ ଏକ ଇସାରା ସଦୃଶ ଆବିର୍ଭୂତ ହୋଇଛି। ଏହା ହେଉଛି ସନ୍ଦେସରା ବ୍ରଦର୍ସଙ୍କ ବିରୋଧରେ ହୋଇଥିବା ବ୍ୟାଙ୍କ୍ ଜାଲିଆତି ଆଦି ଅଭିଯୋଗର ବିଚାର କରି ପ୍ରଦାନ କରାଯାଇଥିବା ଏକ ରାୟ। ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ମିଥ୍ୟା ଏକାଉଣ୍ଟ ପ୍ରସ୍ତୁତ କରିଛନ୍ତି, ବିଦେଶୀ କଂପାନି ସ୍ଥାପନ ମାଧ୍ୟମରେ ବ୍ୟାଙ୍କ୍ ଋଣର ବିପଥନ କରାଇଛନ୍ତି ଏବଂ ଲୁକ୍‌କାୟିତ ପରିସଂପତ୍ତି ସୃଷ୍ଟି କରିଛନ୍ତି। ଏଥିସହିତ ଅଭିଯୁକ୍ତମାନେ ଦେଶ ବାହାରକୁ ପଳାଇ ଯାଇ ଏକ ବିଶାଳ ତୈଳ ଓ ଶକ୍ତି ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି। ସନ୍ଦେସରାମ‌ାନେ ଋଣଦାତାମାନଙ୍କୁ ଏକାଥରକେ ଏକ ନିର୍ଦ୍ଦିଷ୍ଟ ରାଶି ପ୍ରଦାନ କରିବା ବଦଳରେ ସେମାନଙ୍କ ବିରୁଦ୍ଧରେ ବିଚାରାଧୀନ ଥିବା ସମସ୍ତ ଅପରାଧିକ ଓ ଅନ୍ୟ ମାମଲାମାନ ଖାରଜ କରି ଦିଆଯିବା ନିମିତ୍ତ ଆବେଦନ କରିଥିଲେ। ଅଦାଲତ ଏହି ପ୍ରସ୍ତାବ ଗ୍ରହଣ କରି ଯଦି ଡିସେମ୍ବର ସୁଦ୍ଧା ଉପରୋକ୍ତ ପ୍ରସ୍ତାବ ଅନୁସାରେ ସେଇ ରାଶି ପୈଠ କରାଯାଏ ତେବେ‌ ଅଭିଯୁକ୍ତଙ୍କ ବିରୋଧରେ ଥିବା ସମସ୍ତ ଫୌଜଦାରୀ, ଦେୱାନି ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନରେ ଅନ୍ତ ଘଟାଇବା ନିମିତ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରସ୍ତାବ ଅନୁସାରେ ସନ୍ଦେସରା ବ୍ରଦର୍ସ ସଂପୃକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କରେ ୫୧,୦୦୦ କୋଟି ଟଙ୍କା ପୈଠ କରିବାକୁ ରାଜି ହୋଇଛନ୍ତି।

Demand: ୧୩ ଦଫା ଦାବି ନେଇ କଳା ବ୍ୟାଚ୍ ପରିଧାନ କଲେ ଡ଼ାକ୍ତର

ଅଦାଲତ ଏହି ନିର୍ଦ୍ଦେଶ ପ୍ରଦାନ କରିବା ଅବସରରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ ‌େଯହେତୁ ଏକ ବିଶାଳ ଆକାରର ସର୍ବସାଧାରଣ ସମ୍ବଳ ଆଦାୟ ହେବାକୁ ଯାଉଛି ଏବଂ ଋଣଦାତାମାନେ ମଧ୍ୟ ଏଥିପାଇଁ ରାଜି ହୋଇଛନ୍ତି, ମାମଲାକୁ ଫୈସଲା ନ କରି ପକାଇ ରଖିବା ଦ୍ବାରା କୌଣସି ଲାଭ ହେବ ନାହିଁ। ସୁପ୍ରିମ୍ କୋର୍ଟ ଅବଶ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ତାଙ୍କର ଏହି ରାୟକୁ ପରବର୍ତ୍ତୀ ସମୟରେ ନଜିର ରୂପେ ବ୍ୟବହାର କରାଯାଇ ପାରିବ ନାହିଁ।
କିନ୍ତୁ ମନେ ରଖିବା ଉଚିତ ହେବ ଯେ ଏହି ମାମଲାଟି ଏକ ଗତାନୁଗତିକ ବ୍ୟାବସାୟିକ ବିଫଳତା ସଂପର୍କିତ ନୁହେଁ। ଯେତେବେଳେ ବଡ଼ ବଡ଼ ବ୍ୟବସାୟର ପ୍ରମୋଟରମାନେ କରିଥିବା ବିଶାଳ ଅର୍ଥନୈତିକ ଅପରାଧରୁ ମୁକ୍ତି ପାଇବା ଅଦାଲତରେ ବିଚାର ମାଧ୍ୟମରେ ନ ହୋଇ ଏକ କ୍ରୟ ବିକ୍ରୟ ପଦ୍ଧତିରେ ସମ୍ଭବ ହୁଏ, ସେତେବେଳେ ଏହା ଉପରେ ବର୍ଣ୍ଣିତ ‘ଥ୍ରୁ ଦି ଲୁକିଙ୍ଗ୍ ଗ୍ଲାସ୍’ ଦୁନିଆରେ ପ୍ରଚଳିତ ଓଲଟ ନ୍ୟାୟ ବ୍ୟବସ୍ଥାର ପ୍ରତିଫଳନ ସଦୃଶ ପ୍ରତୀୟମାନ ହୋଇଥାଏ। ସଂପୃକ୍ତ ମାମଲାର ଏପରି ସମାଧାନ ଦ୍ବାରା ଅଭିଯୁକ୍ତଙ୍କର ଦୋଷ କିମ୍ବା ନିର୍ଦ୍ଦୋଷତା ସାବ୍ୟସ୍ତ ହୋଇ ନ ଥାଏ, କେବଳ ଏକ ଉପଯୁକ୍ତ ମୂଲ୍ୟ ବଦଳରେ ଅଭିଯୁକ୍ତ ଜଣକ ଦୋଷ ମୁକ୍ତ ହୋଇଥାନ୍ତି।
ଏଭଳି ବିତ୍ତୀୟ ଅପରାଧକୁ ଅନ୍ୟ ଶ୍ରେଣୀର ଅପରାଧମାନଙ୍କ ଠାରୁ ପୃଥକ ବୋଲି ବିଚାର କରିବା ମଧ୍ୟ ହେଉଛି ଏକ କୃତ୍ରିମ ପ୍ରଭେଦ ସୃଷ୍ଟି କରିବା। ଜଣେ ବିତ୍ତଶାଳୀ ବ୍ୟବସାୟୀଙ୍କୁ ଜୋରିମାନା ଭୟ ବିତ୍ତୀୟ ଅପରାଧ କରିବାରୁ ନିବୃତ୍ତ କରିପାରିବ ନାହିଁ, କାରାବାସର ଭୟ ହିଁ ଏହା କରିପାରିବ। ମୂଲ୍ୟ ଦେଇ ଖସିଯିବାର ସୁଯୋଗ ଥିଲେ ସେମାନେ ଲାଭକ୍ଷତି ହିସାବ କରି ଏଭଳି ଅପରାଧ କରିବା ସମ୍ବନ୍ଧରେ ନିଷ୍ପତ୍ତି ନେବେ। ବୁଧବାର ଦିନ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କର ସେଇ ବେଞ୍ଚ୍ କହିଥିବା ଭଳି ସୁପ୍ରିମ୍ କୋର୍ଟ ବାରମ୍ବାର ନିଜର ରାୟରେ ପରିବର୍ତ୍ତନ ଘଟାଇଲେ ଯେମିତି ଜନ ଭରସା ବ୍ୟାହତ ହୋଇଥାଏ, ମୂଲଚାଲ ଭିତ୍ତିରେ ରାୟ ପ୍ରଦାନ ମଧ୍ୟ ସେଇଭଳି ନ୍ୟାୟ ବ୍ୟବସ୍ଥା ଉପରେ ଜନ ଭରସାର କ୍ଷୟ ସାଧନ କରିଥାଏ। ଯେହେତୁ ସର୍ବୋଚ୍ଚ ଅଦାଲତ ନିଜ ରାୟର ପୁନର୍ବିଚାର କରୁଛନ୍ତି, ଦେଶର ନ୍ୟାୟ ବ୍ୟବସ୍ଥାର ଗରିମା ରକ୍ଷା ପାଇଁ ଏଇ ରାୟର ମଧ୍ୟ ପୁନର୍ବିଚାର କରିବା ଆବଶ୍ୟକ ମନେ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe