୨୦୧୦ର ସିଭିଲ୍ ଲାଏବିଲିଟି ଆଇନ ବସ୍ତୁତଃ ଆନ୍ତର୍ଜାତିକ ରିଆକ୍ଟର୍ ବିକ୍ରେତାମାନଙ୍କୁ ଭାରତରେ ପ୍ରବେଶ କରିବାକୁ ଦେଉ ନ ଥିଲା କହିଲେ ଚଳେ। ସେଇ ଆଇନ ଅନୁସାରେ କୌଣସି ଏକ ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟିଜନିତ ହୋଇ ନ ଥିଲେ ମଧ୍ୟ, ରିଆକ୍ଟର୍ ନିର୍ମାତାମାନଙ୍କୁ ସେଥିପାଇଁ ଦାୟୀ କରାଯାଇ ସେମାନଙ୍କ ଠାରୁ କ୍ଷତିପୂରଣ ଆଦାୟ କରାଯିବା ନିମିତ୍ତ ବ୍ୟବସ୍ଥା କରାଯାଇଥିଲା। ଏଇ କାରଣରୁ ଫ୍ରାନ୍ସ, ଆମେରିକା ଓ ଜାପାନର ପ୍ରମୁଖ ନିର୍ମାତାମାନେ ଭାରତକୁ ରିଆକ୍ଟର୍ ଯୋଗାଇବାକୁ କୁଣ୍ଠିତ ହେଉଥିଲେ। ‘ଶାନ୍ତି’ ବିଲ୍ରେ ରହିଥିବା ବ୍ୟବସ୍ଥା ଅନୁସାରେ କ୍ଷତିପୂରଣକୁ ଆଇନଭିତ୍ତିକ କରାଯିବା ପରିବର୍ତ୍ତେ ଚୁକ୍ତିଭିତ୍ତିକ କରାଯାଇଛି, ଯାହା ଫଳରେ ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସଂପାଦିତ ହେବା ସମୟରେ ସେଥିରେ ସମସ୍ତ ସମ୍ଭାବ୍ୟ ଆପଦ-ବିପଦଜନିତ କ୍ଷତି ଭରଣା ସଂପର୍କରେ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଥିବ।
ଭାରତୀୟ ଅର୍ଥନୀତି ଯେଉଁ ସମୟରେ ଆଉ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ଏକ ବିକଶିତ ଅର୍ଥନୀତିରେ ପରିଣତ ହେବା ଲକ୍ଷ୍ୟ ହାସଲ କରିବା ପାଇଁ ଜୋର୍ସୋର୍ ଉଦ୍ୟମ ଚଳାଇଛି, ସେଇ ସମୟରେ ଏଥିରେ ଆକ୍ଷରିକ ରୂପେ ବ୍ୟବହୃତ ଇନ୍ଧନର ଚରିତ୍ରରେ ଏକ ସଂପୂର୍ଣ୍ଣ ପରିବର୍ତ୍ତନ ନିମିତ୍ତ ମଧ୍ୟ ଏକ ବାଧ୍ୟତାମୂଳକ ବିଶ୍ବବ୍ୟାପୀ ଅଭିଯାନ ଆରମ୍ଭ ହୋଇଯାଇଛି। ବର୍ତ୍ତମାନର ଶିଳ୍ପୋନ୍ନତ ଦେଶମାନେ ଯେତେବେଳେ ସେମାନଙ୍କର ବିକାଶ ଯାତ୍ରାରେ ଏଇ ଅବସ୍ଥା ଦେଇ ଗତି କରୁଥିଲେ, ସେତେବେଳେ ସେମାନେ ଅବାଧରେ କୋଇଲା, ପେଟ୍ରୋଲ, ଡିଜେଲ ଆଦି ଜୀବାଶ୍ମ ଇନ୍ଧନର ବ୍ୟବହାର କରି ସଂପଦ ଉତ୍ପାଦନ କରିପାରୁଥିଲେ। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ପରି ଶବ୍ଦମାନ ସେତେବେଳେ ଜନ୍ମଲାଭ କରି ନ ଥିଲେ। ସେମାନଙ୍କୁ ତେଣୁ ସେମାନଙ୍କର ବିକାଶ ଯାତ୍ରାରେ ଅଗ୍ରସର ହେବା ସମୟରେ କୌଣସି ସ୍ବଚ୍ଛ ଶକ୍ତି ବ୍ୟବହାର ରୂପକ ଅତିରିକ୍ତ ବୋଝ ବୋହିବାକୁ ପଡୁ ନ ଥିଲା।
ଏବେ ସମୟ ବଦଳି ଯାଇଛି; ଆମକୁ ବିକାଶ ସହିତ ପରିବେଶ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ- ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନ ସ୍ଥାନରେ ସ୍ବଚ୍ଛ ଶକ୍ତି ବ୍ୟବହାର କରିବାକୁ ପଡ଼ିବ। ଏହା ଅନୁସାରେ ୨୦୪୭ ସୁଦ୍ଧା ଆମେ ଏକ ବିକଶିତ ଅର୍ଥନୀତିରେ ପରିଣତ ହେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ, ସେଇ ସୁଦ୍ଧା ୧୦୦ ଗିଗାୱାଟ୍ ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବା ପାଇଁ ମଧ୍ୟ ସରକାର ଲକ୍ଷ୍ୟ ସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ ଯେ ସୌର ଶକ୍ତି, ବାୟୁ ଶକ୍ତି ଆଦି ଭଳି ଅନ୍ୟାନ୍ୟ ସ୍ବଚ୍ଛ ଶକ୍ତି ତୁଳନାରେ ଆଣବିକ ଶକ୍ତି ଏକ ଅଧିକ ସୁବିଧାଜନକ ତଥା ଭରସାଯୋଗ୍ୟ ସ୍ବଚ୍ଛ ଶକ୍ତି ରୂପେ ବିବେଚିତ ହୋଇଥିଲେ ହେଁ, ଭାରତରେ ବର୍ତ୍ତମାନ ଏହି ଶକ୍ତିର ଉତ୍ପାଦନ କ୍ଷମତା ମାତ୍ର ପ୍ରାୟ ୮ ଗିଗାୱାଟ୍ ମଧ୍ୟରେ ସୀମିତ ରହିଛି।
Editorial: ଢିଙ୍କିଶାଳରୁ ଢେଙ୍କାନାଳ: ‘‘ଗାନ୍ଧୀ’’ ବଦଳରେ ‘‘ରାମ’’
ଏହା ଜଣାଶୁଣା ଯେ ସୌର ଶକ୍ତି କିମ୍ବା ବାୟୁ ଶକ୍ତି ଯେଉଁଭଳି ପାଣିପାଗ ଦ୍ବାରା ପ୍ରଭାବିତ ହୋଇଥାଏ, ଆଣବିକ ଶକ୍ତି ସେଭଳି ପ୍ରତିବନ୍ଧକର ସମ୍ମୁଖୀନ ହୋଇ ନ ଥାଏ: ଧୂଳିଝଡ଼ କିମ୍ବା ମୌସୁମୀ ବାଦଲ ଦ୍ବାରା ଏହାର ଉତ୍ପାଦନ ପ୍ରଭାବିତ ହୋଇ ନ ଥାଏ। ପବନ କଳ କିମ୍ବା ସୋଲାର୍ ପ୍ୟାନେଲ୍ମାନଙ୍କ ଭଳି ଆଣବିକ ଶକ୍ତି କେନ୍ଦ୍ର ବିସ୍ତୀର୍ଣ୍ଣ ଅଞ୍ଚଳ ଦଖଲ କରି ନ ଥାଏ। ତା’ର ସାରା ଜୀବନ କାଳ ମଧ୍ୟରେ ଏକ ଆଣବିକ ଶକ୍ତି କେନ୍ଦ୍ରର ପ୍ରଦୂଷଣକାରୀ ନିର୍ଗମନ ସର୍ବନିମ୍ନ ସ୍ତରର ହୋଇଥାଏ।
ଆଣବିକ ଶକ୍ତିର ଏହି ବିଶେଷ ଗୁରୁତ୍ବ ହୃଦୟଙ୍ଗମ କରି ପ୍ରାୟ ଦୁଇ ଦଶନ୍ଧି ତଳେ ଭାରତର ତତ୍କାଳୀନ କ୍ଷମତାସୀନ ସରକାର ଲୋକସଭାରେ ନିଜର ସଂଖ୍ୟାଗରିଷ୍ଠତାକୁ ବାଜି ଲଗାଇ ଦେଶରେ ଆଣବିକ ଶକ୍ତି ଉତ୍ପାଦନରେ ବୃଦ୍ଧି ସାଧନରେ ସହାୟକ ହେବା ନିମିତ୍ତ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷରିତ କରିଥିଲେ। ‘ୟୁପିଏ’ ସରକାର ସେତେବେଳେ ଲୋକସଭାରେ ବିଶ୍ବାସ ଭୋଟ୍ ଜିଣିବାରେ ସଫଳ ହୋଇଥିଲେ, କିନ୍ତୁ ବିଭିନ୍ନ କାରଣରୁ ଦେଶରେ ସ୍ବଚ୍ଛ ଆଣବିକ ଶକ୍ତି ଉତ୍ପାଦନରେ ଏ ପର୍ଯ୍ୟନ୍ତ ଆଶା କରାଯାଉଥିବା ଭଳି କୌଣସି ଅଗ୍ରଗତି ଘଟି ପାରିନାହିଁ। ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ସରକାର ସେ ଦିଗରେ ଆଉ ଏକ ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଛନ୍ତି। ଏବେ ସଂସଦରେ ପାରିତ ହୋଇଥିବା ତଥାକଥିତ ‘ଶାନ୍ତି’ ବିଲ୍ (‘ଦି ସସ୍ଟେନେବ୍ଲ ହାର୍ନେସିଙ୍ଗ୍ ଆଣ୍ଡ୍ ଆଡ୍ଭାନ୍ସମେଣ୍ଟ ଅଫ୍ ନିଉକ୍ଲିଆର୍ ଏନର୍ଜି ଫର୍ ଟ୍ରାନ୍ସଫର୍ମିଙ୍ଗ୍ ଇଣ୍ଡିଆ’) ଏ ଦିଗରେ ଥିବା ପ୍ରତିବନ୍ଧକମାନ ହଟାଇବା, ଘରୋଇ ଉଦ୍ୟୋଗମାନଙ୍କୁ ଆକର୍ଷିତ କରିବା ଓ ବିଦେଶୀ ରିଆକ୍ଟର୍ ଯୋଗାଣକାରୀମାନଙ୍କୁ ଅଭୟ ପ୍ରଦାନ କରିବା ଦ୍ବାରା ଦେଶରେ ଆଣବିକ ଶକ୍ତି ଉତ୍ପାଦନକୁ ତ୍ବରାନ୍ବିତ କରିବା ନିମିତ୍ତ ଉଦ୍ଦିଷ୍ଟ।
ତେବେ ଆଣବିକ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସୃଷ୍ଟି ହୋଇଥିବା ଏହି ନୂତନ ଉତ୍ସାହ ଏହାର ବିକିରଣ ବିପଦ ପ୍ରତି ଆମର ସଚେତନତାକୁ ମଧ୍ୟ ପ୍ରଭାବିତ କରିବା ଉଚିତ ନୁହେଁ। ରିଆକ୍ଟର୍ ପରିଚାଳକମାନଙ୍କର ଦୁର୍ଘଟଣାଜନିତ ଦାୟିତ୍ବ ସୀମିତ କରିବା ସମୟେର ଏହା ମଧ୍ୟ ନିଶ୍ଚିତ କରିବାକୁ ହେବ, ତାହା ଯେପରି ସେମାନଙ୍କୁ ବିକିରଣ ବିପଦ ଟାଳିବା ନିମିତ୍ତ ଆବଶ୍ୟକ ପଦକ୍ଷେପ ନେବାରୁ ନିବୃତ୍ତ ନ କରେ- ଅର୍ଥାତ୍ ତାହା ଅତି କଠୋର କିମ୍ବା ଅତି କୋହଳ େହବା ଉଚିତ ନୁହେଁ। ଯେଉଁ ନିୟନ୍ତ୍ରଣ ବ୍ୟବସ୍ଥା ଏବେ କାର୍ଯ୍ୟକାରୀ ହେବ, ତାହା ମଧ୍ୟ ସୂଚନାର ତତ୍କ୍ଷଣାତ ପ୍ରବାହ ନିଶ୍ଚିତ କରିବା ଜରୁରି। କୌଣସି ଦୁଃସମ୍ବାଦ ଯେପରି ସାଙ୍ଗେ ସାଙ୍ଗେ ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କ ଠାରେ ପହଞ୍ଚି ଯାଏ, ତାହା ନିଶ୍ଚିତ କରାଯାଇ ପାରିଲେ ୧୯୮୬ରେ ରୁଷିଆର ଚେର୍ନୋବିଲ୍ ଠାରେ ଘଟିଥିବା ବିକିରଣ ବିପର୍ଯ୍ୟୟ ଭଳି ବିପଦକୁ ସୀମିତ କରି ଦିଆଯାଇ ପାରିବ। ନିୟନ୍ତ୍ରକମାନଙ୍କୁ ଯଦି ଶକ୍ତି ଉତ୍ପାଦନକାରୀ ସଂସ୍ଥା ନିଜର ନିୟନ୍ତ୍ରଣରେ ରଖିଥାଏ, ତେବେ ପରିଣତି କିଭଳି ହୋଇପାରେ, ତାହାର ଭୟାନକ ଉଦାହରଣ ଦେଖିବାକୁ ମିଳିଥିଲା ୨୦୧୧ରେ ଜାପାନରେ ଘଟିଥିବା ଫୁକୁସିମା ବିପର୍ଯ୍ୟୟରେ। ବର୍ତ୍ତମାନ ‘ଶାନ୍ତି’ ଆକ୍ଟ ୨୦୨୫ ପୂର୍ବର ‘ଆଟମିକ୍ ଏନର୍ଜି ଆକ୍ଟ ୧୯୬୨’ ଓ ‘ସିଭିଲ୍ ଲାଏବିଲିଟି ଫର୍ ନିଉକ୍ଲିଆର୍ ଡାମେଜ୍ ଆକ୍ଟ ୨୦୧୦’ର ସ୍ଥାନ ନେବାକୁ ଯାଉଥିବା ବେଳେ ଆଣବିକ ଶକ୍ତିର ଏହି ଗୁରୁତ୍ବପୂର୍ଣ୍ଣ ନିରାପତ୍ତା ଦିଗ ଉପରୁ ସାମାନ୍ୟତମ ଧ୍ୟାନ ହଟାଇବା ଉଚିତ ହେବ ନାହିଁ।
ଅବଶ୍ୟ ଏହା ମଧ୍ୟ ସତ ଯେ ‘ଥ୍ରି ମାଇଲ୍ ଆଇଲାଣ୍ଡ୍’, ‘ଚେର୍ନୋବିଲ୍’ ଓ ‘ଫୁକୁସିମା’ ଦୁର୍ଘଟଣାମାନ ପରଠାରୁ ରିଆକ୍ଟର୍ ଡିଜାଇନ୍ ଓ ମାଟେରିଆଲ୍ ଟେକ୍ନୋଲୋଜିର ନିରାପତ୍ତା ଦିଗ ସବୁରେ ଉଲ୍ଲେଖନୀୟ ଉନ୍ନତି ସାଧନ କରାଯିବାରେ ଲାଗିଛି। ଏହି ଉନ୍ନତ ରିଆକ୍ଟର୍ମାନଙ୍କର ନିର୍ମାତାମାନେ ବର୍ତ୍ତମାନ ଭାରତୀୟ ବଜାରରେ ପ୍ରବେଶ ନିମିତ୍ତ ‘ଶାନ୍ତି’ ଆଇନ ଦ୍ବାର ଉନ୍ମୁକ୍ତ କରିଦେବାକୁ ଯାଉଛି। ଏଥି ସହିତ ଆଣବିକ ଶକ୍ତି ଉତ୍ପାଦନକାରୀ କଂପାନିମାନେ ଓ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାତାମାନେ ମଧ୍ୟ ଭାରତରେ ପ୍ରବେଶ କରିବେ। ଉପରୋକ୍ତ ୨୦୧୦ର ସିଭିଲ୍ ଲାଏବିଲିଟି ଆଇନ ବସ୍ତୁତଃ ଆନ୍ତର୍ଜାତିକ ରିଆକ୍ଟର୍ ବିକ୍ରେତାମାନଙ୍କୁ ଭାରତରେ ପ୍ରବେଶ କରିବାକୁ ଦେଉ ନ ଥିଲା କହିଲେ ଚଳେ। ସେଇ ଆଇନ ଅନୁସାରେ କୌଣସି ଏକ ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟିଜନିତ ହୋଇ ନ ଥିଲେ ମଧ୍ୟ, ରିଆକ୍ଟର୍ ନିର୍ମାତାମାନଙ୍କୁ ସେଥିପାଇଁ ଦାୟୀ କରାଯାଇ ସେମାନଙ୍କ ଠାରୁ କ୍ଷତିପୂରଣ ଆଦାୟ କରାଯିବା ନିମିତ୍ତ ବ୍ୟବସ୍ଥା କରାଯାଇଥିଲା। ଏଇ କାରଣରୁ ଫ୍ରାନ୍ସ, ଆମେରିକା ଓ ଜାପାନର ପ୍ରମୁଖ ନିର୍ମାତାମାନେ ଭାରତକୁ ରିଆକ୍ଟର୍ ଯୋଗାଇବାକୁ କୁଣ୍ଠିତ ହେଉଥିଲେ। ‘ଶାନ୍ତି’ ବିଲ୍ରେ ରହିଥିବା ବ୍ୟବସ୍ଥା ଅନୁସାରେ କ୍ଷତିପୂରଣକୁ ଆଇନଭିତ୍ତିକ କରାଯିବା ପରିବର୍ତ୍ତେ ଚୁକ୍ତିଭିତ୍ତିକ କରାଯାଇଛି, ଯାହା ଫଳରେ ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସଂପାଦିତ ହେବା ସମୟରେ ସେଥିରେ ସମସ୍ତ ସମ୍ଭାବ୍ୟ ଆପଦ-ବିପଦଜନିତ କ୍ଷତି ଭରଣା ସଂପର୍କରେ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଥିବ।
ସେମାନଙ୍କର ପୁଞ୍ଜିସଘନ ଚରିତ୍ର ଯୋଗୁଁ ଆଣବିକ ଶକ୍ତି କେନ୍ଦ୍ରମାନ ପ୍ରାୟ ୭୦-୮୦ ଶତାଂଶ ଋଣ ଉପରେ ନିର୍ଭର କରିଥାନ୍ତି। ‘ଶାନ୍ତି’ ବିଲ୍ରେ କରାଯାଇଥିବା ୩,୦୦୦ କୋଟି ଟଙ୍କା ସର୍ବୋଚ୍ଚ ସୀମାର ବୀମା ବ୍ୟବସ୍ଥା ଯୋଗୁଁ ବାଣିଜ୍ୟିକ ବ୍ୟାଙ୍କ୍ ଓ ଅନ୍ୟାନ୍ୟ ଆନୁଷ୍ଠାନିକ ଋଣଦାତାମାନେ ଆଣବିକ ଶକ୍ତି ପ୍ରକଳ୍ପମାନଙ୍କୁ ଋଣ ପ୍ରଦାନ କରିବାକୁ ଆଗେଇ ଆସିବେ।
ବର୍ତ୍ତମାନ ‘ଏଆଇ’ର ଦ୍ରୁତ ପ୍ରସାର ଯେଉଁଭଳି ବିଦ୍ୟୁତ୍ ଶକ୍ତି ପାଇଁ ଆସୁରିକ କ୍ଷୁଧା ସୃଷ୍ଟି କରିବାରେ ଲାଗିଛି, ସେଇ ପରିପ୍ରେକ୍ଷୀରେ ଆମକୁ ଏଣିକି ଯେଉଁ ବିଶାଳ ପରିମାଣର ସ୍ବଚ୍ଛ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବାକୁ ପଡ଼ିବ, କେବଳ ଆଣବିକ ଶକ୍ତି ଉତ୍ପାଦନ ଦ୍ବାରା ହିଁ ତାହା ସମ୍ଭବ ହେବ। ‘ଶାନ୍ତି’ ଆଇନ ତାହା ନିଶ୍ଚିତ କରିବା ନିମିତ୍ତ ଅଭିପ୍ରେତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)