Cinema: ନିର୍ବାକ୍‌ ସିନେମା ପ୍ରତି ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି

Advertisment

‘ଟଙ୍କା କଥା କହେ’- ଏ କଥାଟି ଏକ ଆପ୍ତବାକ୍ୟ ହୋଇସାରିଛି। ଆଉ ମହାତ୍ମା ଗାନ୍ଧୀଙ୍କ ଚିତ୍ରର ଉପସ୍ଥିତି ଯୋଗୁଁ ‘ଟଙ୍କା’ ଓ ‘ଗାନ୍ଧୀ’ ସମାନାର୍ଥବୋଧକ। ତେଣୁ ‘ଗାନ୍ଧୀ କଥା କହେ’ (‘ଗାନ୍ଧୀ ଟକ୍‌ସ’ର ଓଡ଼ିଆ ଅର୍ଥ) ଶୀର୍ଷକ ସହ, ସେ ଚିରଦିନ ପାଇଁ ନିରବ ହୋଇଯାଇଥିବା...

‘ଟଙ୍କା କଥା କହେ’- ଏ କଥାଟି ଏକ ଆପ୍ତବାକ୍ୟ ହୋଇସାରିଛି। ଆଉ ମହାତ୍ମା ଗାନ୍ଧୀଙ୍କ ଚିତ୍ରର ଉପସ୍ଥିତି ଯୋଗୁଁ ‘ଟଙ୍କା’ ଓ ‘ଗାନ୍ଧୀ’ ସମାନାର୍ଥବୋଧକ। ତେଣୁ ‘ଗାନ୍ଧୀ କଥା କହେ’ (‘ଗାନ୍ଧୀ ଟକ୍‌ସ’ର ଓଡ଼ିଆ ଅର୍ଥ) ଶୀର୍ଷକ ସହ, ସେ ଚିରଦିନ ପାଇଁ ନିରବ ହୋଇଯାଇଥିବା...

fshshffhfs

ଟଙ୍କା କଥା କହେ’- ଏ କଥାଟି ଏକ ଆପ୍ତବାକ୍ୟ ହୋଇସାରିଛି। ଆଉ ମହାତ୍ମା ଗାନ୍ଧୀଙ୍କ ଚିତ୍ରର ଉପସ୍ଥିତି ଯୋଗୁଁ ‘ଟଙ୍କା’ ଓ ‘ଗାନ୍ଧୀ’ ସମାନାର୍ଥବୋଧକ। ତେଣୁ ‘ଗାନ୍ଧୀ କଥା କହେ’ (‘ଗାନ୍ଧୀ ଟକ୍‌ସ’ର ଓଡ଼ିଆ ଅର୍ଥ) ଶୀର୍ଷକ ସହ, ସେ ଚିରଦିନ ପାଇଁ ନିରବ ହୋଇଯାଇଥିବା ଦିବସରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଏକ ନିର୍ବାକ୍‌ ଚଳଚ୍ଚିତ୍ର ହେବା ଏକ ବିଡ଼ମ୍ବିତ କିନ୍ତୁ ଶକ୍ତିଶାଳୀ ବାର୍ତ୍ତା ବହନ କରେ। ‘ଗାନ୍ଧୀ’(ବା ଟଙ୍କା) ହାସଲ କରିବା ଦୌଡ଼ରେ ଆମେ ସମସ୍ତେ ଗାନ୍ଧୀ ନୀତିରୁ କିପରି ଦୂରେଇ ଯାଉଛନ୍ତି ତାହା ଏହି କାହାଣୀରେ ଖୁବ୍ ପ୍ରଭାବଶାଳୀ ଢଙ୍ଗରେ ପ୍ରଦର୍ଶିତ ହୋଇଛି।

CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇରେ ମାଆ ସହିତ ରହୁଥିବା ବେରୋଜଗାର ମହାଦେବ(ବିଜୟ ସେତୁପତି) ନିଜର ପ୍ରେମିକା(ଆଦିତି ରାଓ ହୈଦରୀ)କୁ ପାଇବାକୁ ହେଲେ ଚାକିରିଟିଏ ଖୋଜିବାକୁ ପଡ଼ିବ। କିନ୍ତୁ ଚାକିରି ପାଇଁ ସରକାରୀ ଅଧିକାରୀ ‘୫୦,୦୦୦ ଗାନ୍ଧୀ’ ଦାବି କରୁଛି। ସେ ଦେଖୁଛି ଜଣେ ପକେଟମାର (ସିଦ୍ଧାର୍ଥ ଯାଦବ) କିପରି ଚୋରି କରି ଆରାମରେ ଜୀବନ କାଟୁଛି। ଏହି ପ୍ରକ୍ରିୟାରେ ମହାଦେବର ନୈତିକତା ଧୀରେଧୀରେ ଉଭେଇଯାଉଛି ଏବଂ ସେ ଲାଞ୍ଚ ଯୋଗାଡ଼ କରିବାକୁ ଚୋରି କରିବାର ଯୋଜନା କରୁଛି। ଯାହା ଘରୁ ସେ ଚୋରି କରିବାକୁ ଚାହୁଁଛି ସେ ହେଉଛି ଜଣେ ବଡ଼ ବ୍ୟବସାୟୀ ବସ୍‌ମ୍ୟାନ୍‌(ଅରବିନ୍ଦ ସ୍ବାମୀ)। ବିଳାସପୂର୍ଣ୍ଣ ଜୀବନ କାଟୁଥିବା ବସ୍‌ମ୍ୟାନ୍‌ ବିମାନ ଦୁର୍ଘଟଣାରେ ନିଜ ପତ୍ନୀ ଓ ଝିଅଙ୍କୁ ହରାଇବା ପରେ ତା’ ମାଆ ମଧ୍ୟ ଆରପାରିକୁ ଚାଲିଯାଉଛନ୍ତି।

ଜଣେ ମନ୍ତ୍ରୀଙ୍କ ଚକ୍ରାନ୍ତ ଯୋଗୁଁ ତା’ ବ୍ୟବସାୟ ମଧ୍ୟ ହାତରୁ ଚାଲିଯାଉଛି। ଏବେ ସେ ସର୍ବସ୍ବ ହରାଇବା ପୂର୍ବରୁ ଶେଷ କୌଶଳ ଆପଣାଇ ପରିସ୍ଥିତିରୁ ମୁକୁଳିବାକୁ ଉଦ୍ୟମ କରୁଛି। ଏହି ସମୟରେ ମହାଦେବ ଓ ଚୋର ତା’ ଘରେ ପ୍ରବେଶ କରୁଛନ୍ତି। କେତେବେଳେ ମଜାଳିଆ ତ କେତେବେଳେ କରୁଣ ଦୃଶ୍ୟ ସହିତ କାହାଣୀଟି ଅଗ୍ରସର ହୋଇଛି। କାହାଣୀର ଗତିଶୀଳତା ଓ ଚିତ୍ରନାଟ୍ୟକୁ ନେଇ କିଛିଟା ଅଭିଯୋଗ କରାଯାଇପାରେ କିନ୍ତୁ ମନୋରଂଜନ ସହିତ ନୈତିକତାକୁ ନେଇ ସତ୍ୟନିଷ୍ଠ ବାର୍ତ୍ତାର ଏଭଳି ମିଳନ ବିରଳ। ସମଗ୍ର ଚଳଚ୍ଚିତ୍ରରେ ଶବ୍ଦଟିଏ ବି ଉଚ୍ଚାରଣ ହୋଇ ନଥିବାରୁ ଏଥିରେ ବିଭିନ୍ନ ପ୍ରାନ୍ତର ଅଭିନେତାମାନଙ୍କୁ ସହଜରେ ଏକାଠି କରାଯାଇପାରିଛି, ଠିକ୍ ଯେମିତି ଅବିସ୍ମରଣୀୟ ନିର୍ବାକ୍‌ ଚଳଚ୍ଚିତ୍ର ‘ପୁଷ୍ପକ ବିମାନ’(୧୯୮୭)ରେ ନିର୍ଦେଶକ ସିଙ୍ଗୀତମ ଶ୍ରୀନିବାଶ ରାଓ କରିଥିଲେ।  ‘ଗାନ୍ଧୀ ଟକ୍‌ସ’ର କାହାଣୀରେ ‘ପୁଷ୍ପକ ବିମାନ’ର ପ୍ରେରଣା ସ୍ପଷ୍ଟ ବାରିହୋଇପଡ଼େ। ଏହାର କାରଣ ହେଲା ନିର୍ଦେଶକ କିଶୋର ଏହା ଜରିଆରେ ଭାରତୀୟ ସିନେମାର ମୂଳକୁ ଫେରିଯିବା ପାଇଁ ଉଦ୍ୟମ କରିଛନ୍ତି, ଶତାବ୍ଦୀରୁ ଅଧିକ ପୁରୁଣା ଭାରତୀୟ ସିନେ ଶିଳ୍ପ ଏବଂ ଏହାର ଜନକ ଦାଦାସାହେବ ଫାଲ୍‌କେଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। 

ରାଜନେତା, ପୁଲିସ, ବ୍ୟବସାୟୀ ଓ ସାମ୍ବାଦିକଙ୍କ ଭ୍ରଷ୍ଟାଚାରକୁ ଏଥିରେ ଯଥାର୍ଥ ଭାବରେ ବିଦ୍ରୂପ କରାଯାଇଛି। ନାୟକର ଅସହାୟବୋଧ, ହତାଶା, ଲଜ୍ଜା, ପ୍ରେମ ଭଳି ଭାବନାକୁ ବିଜୟ ଚମତ୍କାର ଢଙ୍ଗରେ ପ୍ରଦର୍ଶନ କରିଛନ୍ତି। ଅଦିତି ଓ ଅରବିନ୍ଦ ମଧ୍ୟ ସଂଳାପ ବିନା ନିଜ ଭାବଭଙ୍ଗୀ ଓ ବିଶେଷ କରି ଆଖି  ଜରିଆରେ ଅଭିନୟର ପାରଦର୍ଶିତା ଦେଖାଇଛନ୍ତି। ନିରବତା ଭିତରେ ଆବେଗକୁ କାବ୍ୟିକ ଗତିରେ ବାଟ କଢ଼ାଇବାର ଗୁରୁଦାୟିତ୍ବ ନିର୍ବାହ କରିଛି ଏ. ଆର୍‌. ରହମାନଙ୍କ ପୃଷ୍ଠଭୂମି ସଂଗୀତ ଓ ଗୀତ। ନିକଟରେ ସିନେମା ଜଗତରୁ ଅବସର ଘୋଷଣା କରିଥିବା ଅରିଜିତ ସିଂହଙ୍କ ‘ସୁନହରୀ କିରନେ’ ଗୀତଟି ମରୁଭୂମିରେ ଥଣ୍ଡା ପାଣିର ଅନୁଭବ ଦେଲା। ପ୍ରକୃତରେ ଚଳଚ୍ଚିତ୍ରର ତିନିଟିଯାକ ଗୀତ ହୃଦୟସ୍ପର୍ଶୀ ହୋଇଛି। 

Mohan Charan Majhi: ଗଂଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଭେଟି ଦେଲେ ରାଜ୍ୟ ସରକାର

ଏହି କାହାଣୀର ସରଳ ନିଷ୍କର୍ଷ ହେଉଛି ଗାନ୍ଧୀଙ୍କ ଏକ ପ୍ରସିଦ୍ଧ ଉକ୍ତି- ତୁେମ ଦୁନିଆରେ ଯେଉଁ ପରିବର୍ତ୍ତନ ଦେଖିବାକୁ ଚାହଁ, ତାହା ନିଜ ଠାରୁ ଆରମ୍ଭ କର। ସେହି ଧାରାରେ ଏକ ସକାରାତ୍ମକ ଦୃଶ୍ୟ ସହିତ ସିନେମାଟି ସମାପ୍ତ ହୋଇଛି। ନିର୍ବାକ୍‌ ଚଳଚ୍ଚିତ୍ରର ଐତିହ୍ୟ ଯେତେବେଳେ ବିସ୍ମୃତପ୍ରାୟ, ସେତେବେଳେ ନିର୍ଦେଶକ କିଶୋରଙ୍କ ଏହି ଚଳଚ୍ଚିତ୍ର ଯେତିକି ଅଭିନବ ତା’ ଠାରୁ ଅଧିକ ସାହସିକ। ଏଥିପାଇଁ ସିନେପ୍ରେମୀମାନେ ତାଙ୍କୁ କରତାଳି ସହିତ ଉତ୍ସାହିତ କରିବା ଉଚିତ।

‘ଗାନ୍ଧୀ ଟକ୍‌ସ’
ନିର୍ଦେଶକ: କିଶୋର ପାଣ୍ଡୁରଙ୍ଗ ବେଲେକର
ମୁଖ୍ୟ ଚରିତ୍ରରେ: ବିଜୟ ସେତୁପତି, ଅଦିତି ରାଓ ହୈଦରୀ, ଅରବିନ୍ଦ ସ୍ବାମୀ, ସିଦ୍ଧାର୍ଥ ଯାଦବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe