ଓଡ଼ିଆ ସଂଗୀତ ଜଗତର ବାଦଶାହ ଭାବେ ଜଣାଶୁଣା ସଂଗୀତଜ୍ଞ ଅକ୍ଷୟ ମହାନ୍ତି ଶୀର୍ଷକରେ ‘ବାଳୁଙ୍ଗା’ ଶବ୍ଦ ଥିବା ପ୍ରଥମ ଓଡ଼ିଆ ସିନେମା ‘ଦଣ୍ଡା ବାଳୁଙ୍ଗା’ରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନ୍ଙ୍କ ନିର୍ଦ୍ଦେଶିତ ଏହି ବ୍ଲକ୍ବଷ୍ଟର୍ ସିନେମାରେ ସେ ଟାଇଟଲ୍ ଗୀତ ‘ଏ ଦୁନିଆଁଟା ଡଙ୍ଗା ହେଲେ କାତ ମୋର ଠେଙ୍ଗା ମୁଁ ଦଣ୍ଡାବାଳୁଙ୍ଗା...’ରେ ବି
କଣ୍ଠଦାନ କରିଥିଲେ।
ଶିବଶଙ୍କର ଓଝା
ଗତ ମାସ ୨୫ ତାରିଖରେ ଅକାଳରେ ବିଦାୟ ନେଇଥିବା ଓଲିଉଡ୍ର ଜଣାଶୁଣା ସଂଗୀତକାର-କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ବି ଶୀର୍ଷକରେ ‘ବାଳୁଙ୍ଗା’ ଶବ୍ଦ ଥିବା ଏକାଧିକ ଓଡ଼ିଆ ଛବି ସହ ଜଡ଼ିତ ଥିଲେ। ଏଥିମଧ୍ୟରୁ ଦୁଇଟି ଚର୍ଚ୍ଚିତ ଛବି ହେଲା ପ୍ରଭାସ ରାଉତଙ୍କ ପ୍ରଯୋଜିତ ‘ବାଳୁଙ୍ଗା ଟୋକା’ ଓ ପୁପିନ୍ଦର ସିଂହଙ୍କ ପ୍ରଯୋଜିତ ‘ଡାହା ବାଳୁଙ୍ଗା’। ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଉଭୟ ସିନେମାର ଅଭିଜିତ ଥିଲେ ସ୍ବରକାର। ଏଥିମଧ୍ୟରୁ ‘ବାଳୁଙ୍ଗା ଟୋକା’ର ଟାଇଟଲ୍ ଗୀତ ଖୁବ୍ ଲୋକପ୍ରିୟ ହୋଇଥିଲା ଓ ତାହା ତାଙ୍କ କ୍ୟାରିୟର୍କୁ ମୋଡ଼ ଦେଇଥିଲା। ବଲିଉଡ୍ ଗାୟକ ବିନୋଦ ରାଠୋର୍ ଏଥିରେ କଣ୍ଠଦାନ କରିଥିଲେ। କୌତୂହଳର ବିଷୟ ହେଲା, ଶୀର୍ଷକରେ ବାଳୁଙ୍ଗା ଶବ୍ଦ ଥିବା ଆଉ ଏକ ଛବି ‘ଟୋଟାଲ୍ ବାଳୁଙ୍ଗା’ ସହ ବି ସେ ସଂଶ୍ଳିଷ୍ଟ ଥିଲେ। ଟି. ଗଣେଶଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିରେ ସେ ଶୀର୍ଷକ ଗୀତ ‘ଆମେ ସବୁ ଟୋଟାଲ୍ ବାଳୁଙ୍ଗା...’ ରେ କଣ୍ଠଦାନ କରିଥିଲେ। ତେବେ ଏହି ଛବିର ସଂଗୀତ ନିର୍ଦ୍ଦେଶକ ଅଭିଜିତ ନଥିଲେ, ଥିଲେ ବିରଜା ପ୍ରସାଦ। ଖୁବ୍ ଶୀଘ୍ର ଏହି ସିନେମାଟି ରିଲିଜ୍ ହେବ ଏବଂ ଦର୍ଶକ ଅଭିଜିତଦାଦାଙ୍କ ଗୀତରୁ ମଜା ଉଠାଇବେ ବୋଲି କହିଛନ୍ତି ଏହାର ନିର୍ଦ୍ଦେଶକ।
Weekly Horoscope 2026 Feb 1 To Feb 7: ଜାଣନ୍ତୁ ଏ ସପ୍ତାହର ରାଶିଫଳ
‘ବାଳୁଙ୍ଗା’ ଶବ୍ଦ ସହ ଅଭିଜିତ୍ଙ୍କ ସଂଯୋଗ ଏଇଠି ସରେ ନାହିଁ। ପ୍ରଯୋଜକ ବସନ୍ତ ନାୟକଙ୍କ ସୁପୁତ୍ର ସଞ୍ଜୟ ନାୟକ ୨୦୧୩ରେ ବ୍ଲକ୍ବଷ୍ଟର୍ ଛବି ‘ଦଣ୍ଡା ବାଳୁଙ୍ଗା’(୧୯୮୪)ର ରିମେକ୍ ଆରମ୍ଭ କରିଥିଲେ। ରଣଜିତ୍ ପଟ୍ଟନାୟକ ସଂଳାପ ଲେଖିଥିବା ବେଳେ ତାପସ ସରଘରିଆ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଥିଲେ। ଆଉ ଏହାର ସଂଗୀତ ନିର୍ଦ୍ଦେଶକ ଥିଲେ ଅଭିଜିତ ମଜୁମଦାର। ସେ ଦୁଇଟି ଗୀତର କଂପୋଜିସନ୍ ବି ସାରିଥିଲେ। ରବୀନ୍ଦ୍ର ବେହେରା ଥିଲେ ଏହାର ସିନେମାଟୋଗ୍ରାଫର୍। ଏହି ସିନେମାରେ ପ୍ରଥମେ ବାବୁସାନ୍ଙ୍କୁ ନେବାଲାଗି ଚିନ୍ତା କରାଯାଇଥିଲା। ମାତ୍ର ପରେ ଅରିନ୍ଦମଙ୍କୁ ନାୟକ ଭୂମିକାରେ ନିଆଯିବା ସ୍ଥିରୀକୃତ ହୋଇଥିଲା। କିନ୍ତୁ ସିନେମାଟି ଫ୍ଲୋର୍କୁ ଆସିପାରି ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/01/sfhhfhfhfs-2026-02-01-00-19-01.jpg)