ଐଶ୍ୱର୍ଯ୍ୟା-ଅଭିଷେକ ଅଲଗା ହେବାର ପ୍ରମାଣ ଦେଲେ ବଚ୍ଚନ ପରିବାର!: ସ୍ୱାମୀଙ୍କ ଏହି କାର୍ଯ୍ୟ ଦାମ୍ପତ୍ୟ ଝଡ଼କୁ ସ୍ପଷ୍ଟ କଲା

ନଭେମ୍ବର ୧ରେ ଐଶ୍ୱର୍ଯ୍ୟା ୫୧ତମ ଜନ୍ମଦିନ ପାଳନ କରିଥିଲେ। ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ବଚ୍ଚନ ପରିବାରର କୌଣସି ସଦସ୍ୟଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଆସି ନ ଥିଲା। ଫଳରେ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ ଫିକାଫିକା ରହିଥିବା ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା ହେଉଛି...

ଅଦ୍ୟତନ ହୋଇଛି
WhatsApp Image 2024-11-02 at 6.54.55 PM

ମୁମ୍ବାଇ: ନଭେମ୍ବର ୧ରେ ଐଶ୍ୱର୍ଯ୍ୟା ରାୟ ତାଙ୍କର ୫୧ତମ ଜନ୍ମଦିନ ପାଳନ କରିଥିଲେ। ଅଭିନେତ୍ରୀଙ୍କ ଅନେକ ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାଜୋଭ ଏବଂ ରକୁଲ ପ୍ରୀତ ସିଂ ମଧ୍ୟ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ। ତେବେ ବଚ୍ଚନ ପରିବାରର କୌଣସି ସଦସ୍ୟଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଆସି ନ ଥିଲା। ଫଳରେ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ ଫିକାଫିକା ରହିଥିବା ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା ହେଉଛି। 

7amzmnx\a

କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅମିତାଭ ବଚ୍ଚନ, ଜୟା ବଚ୍ଚନ କିମ୍ବା ସ୍ୱାମୀ ଅଭିଷେକ ବଚ୍ଚନ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ନାହାନ୍ତି। ଏଭଳି ପରିସ୍ଥିତିରେ ବଚ୍ଚନ ପରିବାରର ଏହି ଆଚରଣ ଐଶ୍ୱର୍ଯ୍ୟାଙ୍କ ଶାଶୁଘର ସହ ମତଭେଦ ସମ୍ପର୍କରେ ପ୍ରଶଂସକମାନଙ୍କୁ ପ୍ରମାଣ ଦେଇଥିବା ଚର୍ଚ୍ଚା ହେଉଛି।

ସମସ୍ତେ କହୁଛନ୍ତି ଯେ ଐଶ୍ୱର୍ଯ୍ୟା ତାଙ୍କ ପରିବାରଠାରୁ ଦୂରେଇ ଯାଇଛନ୍ତି। ସେଥିପାଇଁ ପରିବାରର କୌଣସି ସଦସ୍ୟ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ନାହାନ୍ତି।

7aanapzs

ଅମିତାଭ ବଚ୍ଚନଙ୍କ ଜନ୍ମଦିନରେ ଐଶ୍ୱର୍ଯ୍ୟା ଆରାଧ୍ୟା ଏବଂ ବିଗ୍ ବିଙ୍କ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଏହା ପରେ କ୍ୟାପସନରେ ଲେଖିଥିଲେ ଜନ୍ମଦିନର ଶୁଭେଚ୍ଛା। କିନ୍ତୁ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନରେ ସେ ବିଗ୍ ବିଙ୍କ ପକ୍ଷରୁ ଜନ୍ମଦିନର କୌଣସି ଅଭିନନ୍ଦନ ଆସି ନ ଥିଲା। ଏଥି ସହିତ ଅଭିଷେକ ମଧ୍ୟ ତାଙ୍କ ସୋସିଆଲ ମିଡିଆରେ ଯେକୌଣସି ସ୍ଥାନରେ ତାଙ୍କ ପତ୍ନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ନ ଥିଲେ। ଅଭିଷେକଙ୍କ ଏଭଳି କାର୍ଯ୍ୟ ଦାମ୍ପତ୍ୟ ଝଡ଼କୁ ସ୍ପଷ୍ଟ କରିଥିବା ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ:

ଆତଙ୍କବାଦୀ ଆକ୍ରମଣ ପଛରେ ଗୁପ୍ତଚର ଏଜେନ୍ସି: ଫାରୁକ୍ ଅବଦୁଲ୍ଲା

ଏସବୁ ଏକ ସମୟରେ ଘଟିଛି ଯେତେବେଳେ ସେମାନଙ୍କ ଛାଡପତ୍ର ଖବର ଆଗକୁ ବଢ଼ିଚାଲିଛି। ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡପତ୍ର ଖବର ଜୋରସୋରରେ ଚାଲିଛି। ତେବେ ବଚ୍ଚନ ପରିବାର କିମ୍ବା ଦମ୍ପତି ଏ ବିଷୟରେ କିଛି କହି ନାହାନ୍ତି। ସେମାନେ ନୀରବତା ଅବଲମ୍ବନ କରିୁଛନ୍ତି। କିନ୍ତୁ ପ୍ରଶଂସକମାନେ ଚାହାନ୍ତି ଯେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ହେବା ଉଚିତ୍ ଏବଂ ସେମାନେ ଏହିପରି କିଛି ଶୁଣିବାକୁ ଚାହୁଁ ନାହାନ୍ତି। 

7bamnznp01

ଗତ କିଛି ଦିନ ହେବ ଗୁଜବ ହେବାରେ ଲାଗିଛି  ଯେ ନିମ୍ରତ କୌର ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ସମ୍ପର୍କ ମଧ୍ୟରେ ବାଧା ସୃଷ୍ଟି କରୁଛନ୍ତି। କେବଳ ଏହି କାରଣରୁ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଛି।

7caabzx

ଗତ କିଛି ଦିନ ହେବ ଅଭିଷେକଙ୍କ ସହ ନିମ୍ରତଙ୍କ ନାମ ଯୋଡି ହୋଇ ରହିଥିଲା। ଜୟା ବଚ୍ଚନଙ୍କ ଜନ୍ମଦିନ ଅବସରରେ ଯେତେବେଳେ ଅଭିଷେକ ତାଙ୍କ ମା’ଙ୍କ ଫଟୋ ପୋଷ୍ଟ କରିଥିଲେ, ନିମ୍ରତ ମଧ୍ୟ ସେହି ଫଟୋ ଉପରେ ମନ୍ତବ୍ୟ ଦେଇଥିଲେ। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ପୁନର୍ବାର ଏ ବିଷୟରେ କହିବା ଆରମ୍ଭ କରିଥିଲେ। 

ଅଧିକ ପଢ଼ନ୍ତୁ:

ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ: ପିତାଙ୍କ ବିରୋଧରେ ମଇଦାନରେ ପୁଅ-ଝିଅ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe