ରେକର୍ଡ କରୁଛି ଭୁଲ୍ ଭୁଲେୟା-୩, ରୋଜଗାର କଲାଣି ଏତିକି ଟଙ୍କା

Advertisment

ବଲିଉଡ ଚଳଚ୍ଚିତ୍ର ଭୁଲ୍ ଭୁଲେୟା-୩ ବିଭିନ୍ନ କ୍ଷେତ୍ରରେ ରେକର୍ଡ ହାସଲ କରିଛି। ବିଶ୍ବବ୍ୟାପି ଏହି ଫିଲ୍ମ ଦର୍ଶକଙ୍କ ନିକଟରେ ଗ୍ରହଣୀୟ ହୋଇପାରିଛି, ଯେଉଁଥି ପାଇଁ ରେକର୍ଡ ସ୍ତରରେ ରୋଜଗାର ମଧ୍ୟ କରିଛି। ରୋଜଗାର କଥା ଯଦି କହିବା, ଏହି ଚଳଚ୍ଚିତ୍ର ଦେଶ-ବିଦେଶରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି।

ବଲିଉଡ ଚଳଚ୍ଚିତ୍ର ଭୁଲ୍ ଭୁଲେୟା-୩ ବିଭିନ୍ନ କ୍ଷେତ୍ରରେ ରେକର୍ଡ ହାସଲ କରିଛି। ବିଶ୍ବବ୍ୟାପି ଏହି ଫିଲ୍ମ ଦର୍ଶକଙ୍କ ନିକଟରେ ଗ୍ରହଣୀୟ ହୋଇପାରିଛି, ଯେଉଁଥି ପାଇଁ ରେକର୍ଡ ସ୍ତରରେ ରୋଜଗାର ମଧ୍ୟ କରିଛି। ରୋଜଗାର କଥା ଯଦି କହିବା, ଏହି ଚଳଚ୍ଚିତ୍ର ଦେଶ-ବିଦେଶରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି।

ମୁମ୍ବାଇ: ରିଲିଜ୍ର ଦ୍ବିତୀୟ ସପ୍ତାହ ଶେଷ ସୁଦ୍ଧା ବଲିଉଡ ଚଳଚ୍ଚିତ୍ର ଭୁଲ୍ ଭୁଲେୟା-୩ ବିଭିନ୍ନ କ୍ଷେତ୍ରରେ ରେକର୍ଡ ହାସଲ କରିଛି। ବିଶ୍ବବ୍ୟାପି ଏହି ଫିଲ୍ମ ଦର୍ଶକଙ୍କ ନିକଟରେ ଗ୍ରହଣୀୟ ହୋଇପାରିଛି, ଯେଉଁଥି ପାଇଁ ରେକର୍ଡ ସ୍ତରରେ ରୋଜଗାର ମଧ୍ୟ କରିଛି। ରୋଜଗାର କଥା ଯଦି କହିବା, କାର୍ତ୍ତିକ ଆର୍ୟନ ଅଭିନୀତ ଏହି ଚଳଚ୍ଚିତ୍ର ଦେଶ-ବିଦେଶରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି। ହରର କମେଡି ଆଧାରରେ ଏହି ଫିଲ୍ମ ଦର୍ଶକମାନଙ୍କର ମୁହଁରେ ପ୍ରଶଂସା ସାଉଁଟୁଛି। ଏଥି ପାଇଁ ପ୍ରତିଦିନ ଚଳଚ୍ଚିତ୍ରଟି ଭଲ ଆର୍ଥିକ ଲାଭ ହାସଲ କରୁଛି। 

ଏହି ଖବର ପଢ଼ନ୍ତୁ: ଅକ୍ଷୟଙ୍କ 'ଭୁଲ୍ ଭୁଲେୟା' ଗୀତରେ କୁନି ପିଲାର ନାଚ

ଏହାରି ମଧ୍ୟରେ ୱାର୍ଲ୍ଡୱାଇଡ୍ କଲେକଶନ ମାମଲାରେ ନିର୍ଦ୍ଦେଶକ ଅନୀସ ବଜ୍ମୀଙ୍କ ଭୁଲ୍ ଭୁଲେୟା-୩ ବିରଳ ରେକର୍ଡ ହାସଲ କରିଛି ଏବଂ ଏହି ରେକର୍ଡ କାର୍ତ୍ତିକଙ୍କ ନାମ ସହିତ ଯୋଡ଼ି ହୋଇଯାଇଛି। 

ଏହି ଖବର ପଢ଼ନ୍ତୁ: ମୁଁ ଗିରଫ ହେଲେ ଶାହରୁଖ-ସଲମାନ ଜାମିନ କରାଇଦେବେ

ସୂଚନାଯୋଗ୍ୟ, ଭୁଲ୍ ଭୁଲେୟା-୩ ଦୀପାବଳି ଉପଲକ୍ଷେ ନଭେମ୍ବର ୧ ତାରିଖ ଦିନ ବଡ଼ପରଦାରେ ଶୁଭମୁକ୍ତି କରିଥିଲା। ଏହି ଫିଲ୍ମ ରିଲିଜ ହେବା ଦିନଠାରୁ ପ୍ରତ୍ୟେକ ଦିନ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ରୋଜଗାର କରୁଛି। ସପ୍ତାହର କୌଣସି ଦିନ ରୋଜଗାର କମ୍ ହୋଇନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ବିଶ୍ବବ୍ୟାପି ଏହି ଫିଲ୍ମ ଧମାକାଦାର ପ୍ରଦର୍ଶନ କରୁଛି। ଏହି କାରଣରୁ ଭୁଲ୍ ଭୁଲେୟା-୩ ରୋଜଗାର ମାମଲାରେ ଇତିହାସ ରଚିଛି କୁହାଯାଉଛି। 

publive-image

ରିଲିଜର ପ୍ରଥମ ଦିନରେ ଭୁଲ୍ ଭୁଲେୟା-୩ ବିଶ୍ବବ୍ୟାପି ୧୩ କୋଟି ଟଙ୍କା ରୋଜଗାର କରିଥିଲା। କିନ୍ତୁ ୯ ଦିନ ଭିତରେ ବିଶ୍ବବ୍ୟାପି ଏହି ହରର କମେଡି ଫିଲ୍ମ ‘ଭୁଲ୍ ଭୁଲେୟା-୩’ ୩୦୦ କୋଟି ଟଙ୍କା ରୋଜଗାର ଅତିକ୍ରମ କରିଥିଲା। ଏଥି ସହିତ ଭୁଲ୍ ଭୁଲେୟା-୩ କାର୍ତ୍ତିକ ଆର୍ୟନଙ୍କ କ୍ୟାରିୟରର ଏଭଳି ପ୍ରଥମ ଫିଲ୍ମ ହୋଇପାରିଛି, ଯାହା ଅନ୍ତର୍ଜାତୀୟ ସ୍ତରରେ ୩୦୦ କୋଟି ଟଙ୍କା ଅତିକ୍ରମ କରିପାରିଛି।

ଏହି ଖବର ପଢ଼ନ୍ତୁ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଦଲ୍ଲା ଗିରଫ

ଏହା ପୂର୍ବରୁ ୨୦୨୨ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ଭୁଲ୍ ଭୁଲେୟା-୨ ବିଶ୍ବବ୍ୟାପି ୨୬୬ କୋନଟି ଟଙ୍କାର ବ୍ୟବସାୟ କରିଥିଲା। ତେଣୁ ଏବେ ଭୁଲ୍ ଭୁଲେୟା-୩ ଜରିଆରେ କାର୍ତ୍ତିକ ଆର୍ୟନ ଏକ ନୂଆ ଅନୁଭୂତି ସାଉଁଟିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଯେଉଁଭଳି ଭାବେ ଫିଲ୍ମଟି ରୋଜଗାର କରୁଛି, ଏହା ଏକ ନୂଆ ରେକର୍ଡ ହାସଲ କରିବାର ଆଶା ଦେଖାଯାଉଛି।

ଏହି ଖବର ପଢ଼ନ୍ତୁ: ନୂତନ ଗ୍ରାମପଞ୍ଚାୟତ ଗଠନ ଦାବିରେ ଜନ ଆନ୍ଦୋଳନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe