Dangal Girl Married Photograph: (Sambad.in)
ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ସୁପରଷ୍ଟାର ଆମିର ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ଦଙ୍ଗଲରେ ଅଭିନୟ କରିଥିବା ଜାୟରା ୱାସିମ। ୨୦୧୯ମସିହାରେ ଧାର୍ମିକ କାରଣ ଦର୍ଶାଇ ସେ ବଲିଉଡ ଛାଡିଥିଲେ। ଏବେ, ଜାୟରା ବିବାହ କରିଥିବା ଖବର ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଇନଷ୍ଟାଗ୍ରାମରେ ତାଙ୍କ ବିବାହ ଉତ୍ସବର ଫଟୋ ସେୟାର କରି ସମସ୍ତଙ୍କୁ ଏବିଷୟରେ ଜଣାଇଥିଲେ ପୂର୍ବତନ ଅଭିନେତ୍ରୀ। ତେବେ ସେ କାହାକୁ ବିବାହ କରିଛନ୍ତି, ତାହା ସାମ୍ନାକୁ ଆସିନାହିଁ।
ଆହୁରି ପଢ଼ନ୍ତୁ: ଦିଲ୍ଲୀର ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଏକାଧିକ ସାଂସଦଙ୍କର ରହିଛି ଘର
ଜାୟରା ତାଙ୍କ ବିବାହ ଉତ୍ସବର ଦୁଇଟି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ, ସେ ଏକ କଲମ ଧରି ହସ୍ତାକ୍ଷର କରୁଥିବାର ଦେଖାଯାଉଛି। ଦ୍ୱିତୀୟ ଫଟୋରେ, ଜାୟରା ଏବଂ ତାଙ୍କ ସ୍ୱାମୀ ଏକାଠି ଜହ୍ନକୁ ଚାହିଁ ରହିଥିବାର ଦେଖାଯାଇଛି। ଏଥିରେ ସେମାନଙ୍କ ମୁହଁ ଦେଖାଯାଉନାହିଁ।
ଆହୁରି ପଢ଼ନ୍ତୁ: ଏଭଳି ଢ଼ଙ୍ଗରେ କୁବେରଙ୍କ ଗର୍ବ ଭାଙ୍ଗିଥିଲେ ପ୍ରଭୁ ଶ୍ରୀଗଣେଶ
ଜାୟରା ୱାସିମଙ୍କ ଫିଲ୍ମ କ୍ୟାରିୟର
ଜାୟରା ୱାସିମ ୧୬ ବର୍ଷ ବୟସରେ ଆମିର ଖାନଙ୍କ ଫିଲ୍ମ ଦଙ୍ଗଲ (୨୦୧୬)ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଏହି ଫିଲ୍ମରେ ସେ କୁସ୍ତିଯୋଦ୍ଧା ଗୀତା ଫୋଗଟଙ୍କ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଅଭିନୟ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହା ପରେ ସେ ସିକ୍ରେଟ୍ ସୁପରଷ୍ଟାର (୨୦୧୭) ରେ ଆଉ ଏକ ପ୍ରଭାବଶାଳୀ ଭୂମିକାରେ ଅଭିନୟ କରିଥିଲେ, ଯାହା ତାଙ୍କୁ ବଲିଉଡର ସବୁଠାରୁ ପ୍ରତିଭାଶାଳୀ ଯୁବ ଅଭିନେତ୍ରୀ ଭାବରେ ଆହୁରି ସୁଦୃଢ଼ ​​କରିଥିଲା।
ଆହୁରି ପଢ଼ନ୍ତୁ: ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ତାଙ୍କର ଶେଷ ଫିଲ୍ମ ଥିଲା "ଦି ସ୍କାଏ ଇଜ୍ ପିଙ୍କ", ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ଏବଂ ଫରହାନ ଅଖତର ଅଭିନୟ କରିଥିଲେ। ଏତେ ସଫଳତା ପରେ ସେ ୨୦୧୯ ମସିହାରେ ଅଭିନୟ ତାଙ୍କ ଧର୍ମର ବିପରୀତ ବୋଲି କହି ଚଳଚ୍ଚିତ୍ର ଶିଳ୍ପ ଛାଡିବାର ନିଷ୍ପତ୍ତି ଘୋଷଣା କରିଥିଲେ।
Dangal | Aamir Khan
Follow Us