ଟ୍ରୋଲ କରୁଥିବା ଲୋକଙ୍କୁ ପ୍ରେଗ୍ନେସୀ ଫଟୋସୁଟ କରି ଦେଲେ କଡ଼ା ଜବାବ

Advertisment

ପ୍ରେଗ୍ନେସୀ ଫଟୋସୁଟ କରି ଟ୍ରୋଲ କରୁଥିବା ‌ଲୋକଙ୍କ ମୁହଁ ଚୁପ କରାଇଦେଲେ ଦୀପିକା ଓ ରଣବୀର। ଚଳିତମାସ ଶେଷ ସୁଦ୍ଧା ହୋଇପାରେ ଦୀପିକାଙ୍କ ସନ୍ତାନ ପ୍ରସବ। ଦୀପବୀର କରିସାରିଛନ୍ତି ସମସ୍ତ ପ୍ରସ୍ତୁତି

ପ୍ରେଗ୍ନେସୀ ଫଟୋସୁଟ କରି ଟ୍ରୋଲ କରୁଥିବା ‌ଲୋକଙ୍କ ମୁହଁ ଚୁପ କରାଇଦେଲେ ଦୀପିକା ଓ ରଣବୀର। ଚଳିତମାସ ଶେଷ ସୁଦ୍ଧା ହୋଇପାରେ ଦୀପିକାଙ୍କ ସନ୍ତାନ ପ୍ରସବ। ଦୀପବୀର କରିସାରିଛନ୍ତି ସମସ୍ତ ପ୍ରସ୍ତୁତି

23

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଦମ୍ପତି  ଦୀପିକା ପାଦୁକୋନ ଓ ରଣବୀର ସିଂହ ଖୁବଶୀଘ୍ର ବାପା ଓ ମା’ ହେବାକୁ ଯାଉଛନ୍ତି।  ନିଜ ପ୍ରଥମ ଶିଶୁକୁ ସ୍ୱାଗତ କରିବା ଦୀପବୀର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। 

ନିକଟରେ ଦୀପିକା ଓ ରଣବୀର ଆକର୍ଷଣୀୟ ଏବଂ ସୁନ୍ଦର ପ୍ରେଗ୍ନେସୀ ଫଟୋସୁଟ ସେୟାର କରିଛନ୍ତି` ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ମାତୃତ୍ୱ ସୁଟର ଫଟୋ ସାମ୍ନାକୁ ଆସିବା ପରେ ଲୋକେ ଦୁହିଁଙ୍କୁ ଅଭିନନ୍ଦନ ଜଣାଇବା ସହିତ ସ୍ନେହ ବ୍ୟକ୍ତ କରିଛନ୍ତି।  ଦୀପବୀରଙ୍କ ପ୍ରଥମ ସନ୍ତାନ ଚଳିତ ମାସରେ ଜନ୍ମ ହେବାର ଆଶା କରାଯାଉଛି ।

ଦୀପିକା ଗର୍ଭବତୀ ନାହାନ୍ତି ବୋଲି ଯେଉଁମାନେ ଗୁଜବ ପ୍ରଚାର କରୁଥିଲେ ପ୍ରେଗ୍ନେସୀ ଫଟୋସୁଟ କରି ଅଭିନେତ୍ରୀ ସମସ୍ତଙ୍କ ମୁହଁ ଚୁପ କରାଯାଇ ଦେଇଛନ୍ତି। ଏଥିସହିତ  ସରୋଗେସି ମାଧ୍ୟମରେ ସନ୍ତାନ କରିବାର ଦାବି କରୁଥିବା ଲୋକଙ୍କୁ ଦୀପିକା କଡ଼ା ଜବାବ ଦେଇଛନ୍ତି। କେବଳ ଏତିକି ନୁହେଁ ଦୀପିକାଙ୍କ ସହ ରଣବୀରଙ୍କ ଫଟୋ ଦେଖି ଯେଉଁମାନେ ଦୀପବୀରଙ୍କ ସମ୍ପର୍କ ଭଲ ଚାଲି ନଥିବା ବୋଲି କହୁଥିଲେ ସେମାନଙ୍କୁ ବି ଉତ୍ତର ମିଳିଯାଇଛି।

ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ୨୦୧୮ରେ ଇଟାଲୀରେ ବିବାହ କରିଥିଲେ। ବିବାହର ୬ବର୍ଷ ପରେ ଦୀପିକା ମା’ ହେବାକୁ ଯାଉଥିବା ଖବର ମିଳିବା ପରେ ତାଙ୍କ ଫ୍ୟାନ୍ସମାନେ ଖୁସି ହୋଇଯିବା ସହିତ ନୂଆ ଅତିଥିଙ୍କ ଆଗମନ ପାଇଁ ଅପେକ୍ଷା କରି ରହିଛନ୍ତି। 

ଅଧିକପଢ଼ନ୍ତୁ:  ଛତିଶଗଡ଼ରେ ସୁରକ୍ଷା ବଳ ସହ ଏନ୍‌କାଉଣ୍ଟର୍‌ରେ ୯ ନକ୍ସଲ ମୃତ

ଅଧିକପଢ଼ନ୍ତୁ: ଘର ସାମ୍ନାରୁ ଚୋରି କରି ନେଲେ ଟ୍ରାକ୍ଟର, ସିସି ଟିଭିରେ କଏଦ ହେଲା ଦୃଶ୍ୟ

ଅଧିକପଢ଼ନ୍ତୁ: ରାତି ୩ଟା ସମୟରେ ଦୁଇଜଣ ଅପରିଚିତ ବ୍ୟକ୍ତିଙ୍କୁ ଦେଖି ଚକିତ ହୋଇ ଯାଇଥିଲେ ଟ୍ରେନି ଡାକ୍ତର

ଅଧିକପଢ଼ନ୍ତୁ:ଡାକ୍ତରଖାନାରୁ ବାହାରିବା ପୁର୍ବରୁ ଜଳିଗଲେ ଗର୍ଭବତୀ, ଗର୍ଭସ୍ଥ ଶିଶୁର ବି ଚାଲିଗଲା ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe