ସିନେମା ରିଲିଜକୁ ଅଟକାଇ ଦିଆଯିବା ସହିତ ମିଳୁଛି ହତ୍ୟା ଧମକ

ସିନେମା ରିଲିଜକୁ ଅଟକାଇ ଦିଆଯିବା ପରେ ଭାଙ୍ଗି ପଡ଼ିଛନ୍ତି କଙ୍ଗନା। ନିଜର ଦୁଃଖ ବ୍ୟକ୍ତି କରି କଙ୍ଗନା କହିଛନ୍ତି, ‘କ’ଣ କରିବି ଆଜ୍ଞା ବହୁତ କଷ୍ଟରେ ସିନେମା ନିର୍ମାଣ କରିଥିଲି।

`14

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମାରଜେନ୍ସି' ସେପ୍ଟେମ୍ବର୬ରେ ରିଲିଜ ହେବାର ଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ରିଲିଜର ୫ଦିନ ପୂର୍ବରୁ ଏହାକୁ ଅଟକାଇ ଦିଆଯାଇଛି। ରିଲିଜ ପାଇଁ 'ଏମାରଜେନ୍ସି'କୁ ‌କୌଣସି ପ୍ରକାର ସାର୍ଟିଫିକେଟ ମିଳିନାହିଁ।

ସିନେମା ରିଲିଜକୁ ଅଟକାଇ ଦିଆଯିବା ପରେ କଙ୍ଗନା ଭାଙ୍ଗି ପଡ଼ିଛନ୍ତି। ନିଜର ଦୁଃଖ ବ୍ୟକ୍ତି କରି କଙ୍ଗନା କହିଛନ୍ତି, ‘କ’ଣ କରିବି ଆଜ୍ଞା ବହୁତ କଷ୍ଟରେ ସିନେମା ନିର୍ମାଣ କରିଥିଲି। କିନ୍ତୁ ମୋର ସିନେମାକୁ ରିଲିଜ ହେବାକୁ ଦେଉ ନାହାନ୍ତି। ମୋତେ କ୍ରମାଗତ ଭାବେ ହତ୍ୟା ଧମକ ମିଳୁଛି। ଲୋକେ ମୋତେ କୃଷକଙ୍କ ବିରୋଧୀ, ଶିଖ ବିରୋଧୀ ବୋଲି କହୁଛନ୍ତି। ଯାହାର କିଛି ପ୍ରମାଣ ହିଁ ନାହିଁ। ଏମିତି କି ମୋତେ ବିମାନବନ୍ଦରରେ ସୁରକ୍ଷାକର୍ମୀ ମାଡ଼ ମାରିଥିଲେ। ଯାହାକୁ ନେଇ ଲୋକେ ଖୁସି ହେଲେ। କିଛି କହିବାକୁ ମୋ ପାଖରେ ଶବ୍ଦ ନାହିଁ। ସମ୍ପୂର୍ଣ୍ଣ ଭାବେ ନିରାଶ ହୋଇପଡ଼ିଛି। ସିନେମା ସେପ୍ଟେମ୍ବର୬ରେ ରିଲିଜ କରିବାକୁ ଖୁବ ପରିଶ୍ରମ କରିଥିଲି। ମୋର ସବୁ ପରିଶ୍ରମ ବୃଥା ଯିବ ବୋଲି ଜାଣି ନଥିଲି। 

ସେନ୍ସର ବୋର୍ଡକୁ ବି ଲୋକମାନେ ଧମକ ଦେଉଛନ୍ତି । ଆମ ଉପରେ ଚାପ ପକାଯାଉଛି କି, ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁକୁ , ଜରନୈଲ ସିଂ ଭିଣ୍ଡରାୱାଲେଙ୍କୁ ଓ ପଞ୍ଜାବ ଦଙ୍ଗାର ଦୃଶ୍ୟକୁ ସିନେମାରେ ନ ଦେଖାଇବାକୁ । ତେବେ ଆମେ କ’ଣ ଦେଖାଇବା ଉଚିତ୍? ମୋତେ କ୍ଷମା କର, ସୃଷ୍ଟି ହୋଇଥିବା ପରିସ୍ଥିତି ମୋ ପାଇଁ କଷ୍ଟକର ହୋଇପଡିଛି । ଏହି ସବୁ ଦେଶର ଗୋଟିଏ ରାଜ୍ୟରେ  ହିଁ ଘଟୁଛି ।

ସେପ୍ଟେମ୍ବର ୨ରେ ମଧ୍ୟପ୍ରଦେଶ ହାଇକୋର୍ଟ ଏହି ଚଳଚ୍ଚିତ୍ର ସମ୍ପର୍କରେ ଶିଖ ସଂଗଠନର ଆବେଦନ ଉପରେ ଶୁଣାଣି କରିବେ। ଶିଖ ସଂଗଠନର ଆବେଦନରେ କଙ୍ଗନା ରାଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଏମାରଜେନ୍ସି'ର ରିଲିଜକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।

ଅଭିଯୋଗକାରୀଙ୍କ ଓକିଲ ବରିଷ୍ଠ ଅଧିବକ୍ତା ଏନ.ଏସ ରୁପରାହ ଗତରବିବାର ସୂଚନା ଦେଇ କହିଥିଲେ, ‘ଜବଲପୁର ଶିଖ ସଙ୍ଗତ ଫିଲ୍ମ ବିରୋଧରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଏହି ମାମଲାର ଶୁଣାଣି ପାଇଁ ସିନେମା ରିଲିଜକୁ ଅଟକାଇ ଦିଆଯାଇଛି।’ 

ଅଧିକପଢ଼ନ୍ତୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ ଘଟିଛି ଶହେଟି ହତ୍ୟା

ଅଧିକପଢ଼ନ୍ତୁ: ସେନା ଶିବିରରେ ଆକ୍ରମଣ; ଜଣେ ଯବାନ ଆହତ

ଅଧିକପଢ଼ନ୍ତୁ:ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା: ଗଲାଣି ୧୯ ଜଣଙ୍କ ଜୀବନ

ଅଧିକପଢ଼ନ୍ତୁ: ଶବକୁ ମିଳିଲା ପରିଚୟ : ପ୍ରକୃତ ବାପାକୁ ପୁଅର ମୃତଦେହ ହସ୍ତାନ୍ତର କଲା ପୁଲିସ

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe