୨୦୨୬ରେ ଆଗଧାଡ଼ିର ନାୟକ ଅନୁଭବଙ୍କ ଅଭିନୀତ ‘ଛକିଶୂନ’, ‘ବିଗୁଲ୍ ୨’ ଓ ‘ରାବଣ’ ରିଲିଜ୍ ହେବ ବୋଲି ଆଶା କରାଯାଉଛି। ଏସବୁ ଫିଲ୍ମକୁ ନେଇ ତାଙ୍କ ଫ୍ୟାନ୍‌ମାନେ ଯେଭଳି ଉତ୍ସାହିତ, ଠିକ୍‌ ସେଭଳି ତା’ର ବ୍ୟାବସାୟିକ ସଫଳତାକୁ ନେଇ ଓଲିଉଡ୍ ଉତ୍କଣ୍ଠିତ। ଏଣେ ବାବୁସାନ୍ ୨୦୨୬ରେ କେଉଁ ସିନେମାରେ ନଜର ଆସିବେ ଏବଂ ତା’ର ଟାଇଟଲ୍‌ କ’ଣ ରହିଛି, ଅନେକଙ୍କର ତା’ ଉପରେ ନଜର। ତାଙ୍କର ‘ଅନ୍ତର୍ଯ୍ୟାମୀ’ ବି ଆସିପାରେ ଏ ବର୍ଷ। ତେଣେ ସବ୍ୟସାଚୀ ଏ ବର୍ଷ ‘ଲ୍ୟାଣ୍ଡଫଲ୍’ରେ ଆସିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଠିକ୍ ସେହିପରି ୨୦୨୫ରେ ଅନୁପସ୍ଥିତ ତାଲିକାଭୁକ୍ତ ନାୟକ ଆକାଶଙ୍କୁ ଏ ବର୍ଷ ‘ଜୟହିନ୍ଦ୍’ରେ ଦେଖିବାକୁ ମିଳିବ ବୋଲି ଦର୍ଶକ ଆଶା ବାନ୍ଧିଛନ୍ତି।  

Advertisment

IKKISH: ହିଟ ହେବା ପାଇଁ 'ଇକୀସ'କୁ ଏତିକି ଟଙ୍କା ଆୟ କରିବାକୁ ପଡିବ

ବେଶ୍‌ କେତୋଟି ଓଡ଼ିଆ ଚଳଚ୍ଚିତ୍ର ୨୦୨୬ରେ ରିଲିଜ୍‌ ହେବାକୁ ଅପେକ୍ଷା କରିଛି। ପୁଣି କେତେକ ଛବି ଚଳିତ ବର୍ଷ ରିଲିଜ୍‌ ହେବା ଲକ୍ଷ୍ୟରେ ଫ୍ଲୋର୍‌କୁ ଯାଉଛି। ଆସନ୍ତୁ ପରଖିବା କେଉଁ ନାୟକଙ୍କ କେଉଁ କେଉଁ ଛବି ଏ ବର୍ଷ ମୁକ୍ତିଲାଭ କରିବ। 

ଅମ୍ଳାନଙ୍କ ନୂଆ ସିନେମା ‘ମଙ୍ଗଳପୁର ଡାଏରୀ’ ତ ରିଲିଜ୍ ପାଇଁ ସଜବାଜ ହେଉଛି। ତେଣେ ସ୍ବରାଜଙ୍କ ‘ସ୍ବାଗ୍ ରାଜା’, ଶୈଳେନ୍ଦ୍ରଙ୍କ ‘ଉତ୍ପାତ’ ବି ଏ ବର୍ଷ ପରଦାକୁ ଆସିବ। ଦୀପକ ବି ଗତବର୍ଷ ଆସିପାରି ନଥିବା ତାଙ୍କ ଅଭିନୀତ  ‘ପବିତ୍ର ବନ୍ଧନ’, ‘ହିଟଲର୍’ ଓ ‘ଆଶିକ୍ ଦିୱାନା’ର ରିଲିଜକୁ ଅପେକ୍ଷା କରିଛନ୍ତି। ୨୦୨୬ର ସବୁଠାରୁ ଚର୍ଚ୍ଚିତ ସିନେମା ହୋଇପାରେ ‘ରାମରାଜ୍ୟ’। ଏହା ଏକ ପ୍ୟାନ୍ ଇଣ୍ଡିଆ ଛବି। ଏଥିରେ ବଲିଉଡ୍‌ରେ ସକ୍ରିୟ ଥିବା ପ୍ରେମ ପରିଜା ଡେବ୍ୟୁ କରୁଛନ୍ତି। ତେଣେ ଆଉ ଜଣେ ବଲିଉଡ୍‌ରେ କାମ କରୁଥିବା ଓଡ଼ିଆ ଦେବେଶ ରଂଜନଙ୍କ ‘କାନତରାଟି’ ବି ଏ ବର୍ଷ ମୁକ୍ତିଲାଭ କରିବ। ସମ୍ବିତଙ୍କ ‘ଲାଇନ‌ବାଲା’ ୨୦୨୬ର ଏକ ଭିନ୍ନସ୍ବାଦର ସିନେମା ହେବ ବୋଲି ଚର୍ଚ୍ଚା ହେଉଛି। ନାୟକ ଜ୍ୟୋତି ବି ‘ପରୀ’ର ରିଲିଜ୍‌କୁ ଚାହିଁ ବସିଛନ୍ତି। ଅଭିଷେକ ପଣ୍ଡା ‘ଦି ମିଲେଟ୍ ଡାଏରୀ’, ‘ଛକିଶୂନ’, ‘ଅହମ୍’, ‘ରାମରାଜ୍ୟ’ ଓ ଅଭିଷେକ ଗିରି ‘ରକ୍ତଗୋଲାପ’ ଭଳି ସିନେମାରେ ନଜର ଆସିବେ। ମଣ୍ଟୁଙ୍କୁ ‘ଚକ୍ରାନ୍ତ’ ଓ ‘ଦେବକନ୍ୟା’ରେ ଦେଖିବାକୁ ମିଳିବ। ଏଣେ ନାୟକ ସନୋଜ, ମନ୍ମୟ ଓ ସାର୍ଥକ ଭରଦ୍ୱାଜ ‘ମନ୍ତ୍ରମୁଗ୍ଧ’ର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ସେହିପରି ଦୀପନ୍ବିତ ‘ରକ୍ତଲୀଳା’ ଓ ‘ମନ୍ତ୍ରମୁଗ୍ଧ’ ପରି ଛବିକୁ ନେଇ ଆଶାବାଦୀ ଅଛନ୍ତି।

Horoscope 2026 January 03: ଜାଣନ୍ତୁ ଆଜିର ରାଶିଫଳ

ତେଣେ ଗତବର୍ଷ ଭଳି ଏ ବର୍ଷ ଅରିନ୍ଦମ୍ କୌଣସି ଓଡ଼ିଆ ଛବିରେ କାମ କରିବେ କି ନାହିଁ, ତାକୁ ନେଇ ଉତ୍କଣ୍ଠା ଲାଗି ରହିବ। ଏଣେ ବୁଦ୍ଧାଦିତ୍ୟ ଆକସ୍ମିକ ଭାବେ ଯଦି କୌଣସି ଛବିରେ ନଜର ଆସନ୍ତି, ତେବେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ସିଦ୍ଧାନ୍ତ ବର୍ତ୍ତମାନ ଅଭିନୟ ଅପେକ୍ଷା ରାଜନୀତିରେ ଅଧିକ ସକ୍ରିୟ। ତଥାପି ତାଙ୍କ ଅଭିନୀତ ‘ଦି ମିଲେଟ୍ ଷ୍ଟୋରି’ ୨୦୨୬ରେ ମୁକ୍ତିଲାଭ କରିବାର ଆଶା ରହିଛି।
-ଶିବଶଙ୍କର ଓଝା