Second Cousin Wedding: ମାଧୁରୀଙ୍କୁ ପସନ୍ଦ କରୁଥିଲେ; ନିଜ ସଂପର୍କୀୟ ଭଉଣୀଙ୍କୁ ବିବାହ କରିଥିଲେ ଅଭିନେତ୍ରୀଙ୍କ ବାପା

Advertisment

ଆମ ହିନ୍ଦୁ ଧର୍ମରେ ଭାଇଭଉଣୀର ବନ୍ଧନକୁ ଏକ ପବିତ୍ର ବନ୍ଧନ ବୋଲି ବିବେଚନା କରାଯାଏ। ଆମ ଧର୍ମରେ ଭାଇଭଉଣୀଙ୍କ ବିବାହ ପ୍ରଥା ନାହିଁ। ତଥାପି ଆମେ ଆଜି ଜଣେ ଏଭଳି ବଲିଉଡ୍‌ ତାରକାଙ୍କ ବିଷୟରେ କହିବୁ, ଯାହାଙ୍କ ବାପା ତାଙ୍କ ସଂପର୍କୀୟା ଭଉଣୀଙ୍କୁ ବିବାହ କରିଥିବା କଥା ନିଜେ ଏକ ସାକ୍ଷାତ୍‌କାରରେ କହିଥିଲେ।

ଆମ ହିନ୍ଦୁ ଧର୍ମରେ ଭାଇଭଉଣୀର ବନ୍ଧନକୁ ଏକ ପବିତ୍ର ବନ୍ଧନ ବୋଲି ବିବେଚନା କରାଯାଏ। ଆମ ଧର୍ମରେ ଭାଇଭଉଣୀଙ୍କ ବିବାହ ପ୍ରଥା ନାହିଁ। ତଥାପି ଆମେ ଆଜି ଜଣେ ଏଭଳି ବଲିଉଡ୍‌ ତାରକାଙ୍କ ବିଷୟରେ କହିବୁ, ଯାହାଙ୍କ ବାପା ତାଙ୍କ ସଂପର୍କୀୟା ଭଉଣୀଙ୍କୁ ବିବାହ କରିଥିବା କଥା ନିଜେ ଏକ ସାକ୍ଷାତ୍‌କାରରେ କହିଥିଲେ।

Untitled-14 (2)

ନୂଆଦିଲ୍ଲୀ: ଆମ ହିନ୍ଦୁ ଧର୍ମରେ ଭାଇଭଉଣୀର ବନ୍ଧନକୁ ଏକ ପବିତ୍ର ବନ୍ଧନ ବୋଲି ବିବେଚନା କରାଯାଏ। ଆମ ଧର୍ମରେ ଭାଇଭଉଣୀଙ୍କ ବିବାହ ପ୍ରଥା ନାହିଁ। ତଥାପି ଆମେ ଆଜି ଜଣେ ଏଭଳି ବଲିଉଡ୍‌ ତାରକାଙ୍କ ବିଷୟରେ କହିବୁ, ଯାହାଙ୍କ ବାପା ତାଙ୍କ ସଂପର୍କୀୟା ଭଉଣୀଙ୍କୁ ବିବାହ କରିଥିବା କଥା ନିଜେ ଏକ ସାକ୍ଷାତ୍‌କାରରେ କହିଥିଲେ।

ସେ ଆଉ କେହି ନୁହନ୍ତି; ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବାପା ପ୍ରକାଶ ପାଦୁକୋନ। ତେବେ ଦୀପିକାଙ୍କ ମାଆ ହେଉଛନ୍ତି ପ୍ରକାଶଙ୍କର ସେକେଣ୍ଡ୍‌ କଜିନ୍‌ ବା ସଂପର୍କୀୟ ଭଉଣୀ। 

ଆମେ ଜାଣନ୍ତି ଯେ ପ୍ରକାଶ ଜଣେ ଅବସରପ୍ରାପ୍ତ ବ୍ୟାଡମିଣ୍ଟନ ଖେଳାଳି। ଏକ ପୁରୁଣା ସାକ୍ଷାତକାରରେ ପ୍ରକାଶ କହିଥିଲେ ଯେ ସେ ତାଙ୍କର ‘ସେକେ‌ଣ୍ଡ୍‌ କଜନ’ଙ୍କୁ ବିବାହ କରିଥିଲେ, ଯିଏ ଅନ୍ୟ କେହି ନୁହଁନ୍ତି ବରଂ ଦୀପିକା ପାଦୁକୋନଙ୍କ ମାଆ ଉଜ୍ଜଳା ପାଦୁକୋନ।

ରିପୋର୍ଟ ଅନୁସାରେ, ଦୀପିକାଙ୍କ ପିତା ପ୍ରକାଶ ଏକ ସମୟକୁ ମନେ ପକାଇଥିଲେ। ଯେତେବେଳେ ସେ ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ହେବା ସତ୍ତ୍ୱେ ଜାତୀୟ ଚାମ୍ପିଅନସିପ୍ ହାରିଥିଲେ। ନଅ ବର୍ଷ ମଧ୍ୟରେ ତାହା ଥିଲା ତାଙ୍କର ପ୍ରଥମ ଥରର ପରାଜୟ। ଏହା ତାଙ୍କୁ ଗଭୀର ନିରାଶ କରିଥିଲା। ତଥାପି ସେ ଶୀଘ୍ର ନିଜକୁ ଦୃଢ଼ କଲେ ଏବଂ ଅନୁଭବ କଲେ ଯେ ଜିତିବା ଓ ହାରିବା ଖେଳର ଏକ ଅଂଶ।

ଆହୁରି ପଢ଼ନ୍ତୁ: ଲୋମଟାଙ୍କୁରା ମନ୍ଦିର ଭିତରର ଦୃଶ୍ୟ; ଆଖିରେ ଲୁହ ଆଣିଦବ, ଛା‌ତି ଥାରାଇବ

ପ୍ରକାଶ ପାଦୁକୋନ ୧୯୮୯ ମସିହାରେ ବ୍ୟାଡମିଣ୍ଟନରୁ ଅବସର ନେଇଥିଲେ

ପ୍ରକାଶ ପାଦୁକୋନ ଆହୁରି ବି ବ୍ୟାଖ୍ୟା କରିଥିଲେ ଯେ ସେ ତାଙ୍କର ସଂପର୍କୀୟା ଭଉଣୀ ଉଜ୍ଜ୍ବଳାଙ୍କୁ ବିବାହ କରିଥିଲେ ଏବଂ ତା’ପରେ ଡେନମାର୍କର କୋପେନହେଗନ୍ ଚାଲିଯାଇଥିଲେ; ଯେଉଁଠାରେ ତାଙ୍କର ଚାକିରି ଥିଲା। ସେ ୧୯୮୬ ପର୍ଯ୍ୟନ୍ତ ସେଠାରେ ରହିଥିଲେ, ସେହି ବର୍ଷ ଦୀପିକା ଜନ୍ମ ହୋଇଥିଲେ।  ତା’ପ‌ରେ ୧୯୮୯ ମସିହାରେ ସେ ବ୍ୟାଡ୍‌ମିଣ୍ଟନ୍‌ରୁ ଅବସର ଗ୍ରହଣ କଲେ।

ପ୍ରକାଶ ପାଦୁକୋନ ମାଧୁରୀ ଦୀକ୍ଷିତଙ୍କ ପ୍ରତି ଏକ ପ୍ରେମୀ ଥିଲେ

୨୦୧୬ରେ ଏକ ସାକ୍ଷାତକାରରେ ଦୀପିକା ପାଦୁକୋଣ ପ୍ରକାଶ କରିଥିଲେ ଯେ ତାଙ୍କ ପିତା ପ୍ରକାଶ ପାଦୁକୋନଙ୍କର ମାଧୁରୀ ଦୀକ୍ଷିତଙ୍କ ପ୍ରତି ପ୍ରବଳ ଭଲପାଇବା ଥିଲା। ଦୀପିକା ପ୍ରକାଶ କରିଥିଲେ ଯେ ଯେତେବେଳେ ତାଙ୍କ ପିତା ମାଧୁରୀ ଦୀକ୍ଷିତଙ୍କ ବିବାହ ବିଷୟରେ ଜାଣିବାକୁ ପାଇଲେ, ସେ ନିଜକୁ ବାଥରୁମରେ ବନ୍ଦ କରିଦେଇଥିଲେ। ଦୀପିକା ମଜା କରି ଆହୁରି କହିଥିଲେ ଯେ ଏହି ଘଟଣା ଦୀର୍ଘ ଦିନ ଧରି ସେମାନଙ୍କ ପରିବାରରେ ଏକ ମଜାଦାର ମାହାଲୋ ସୃଷ୍ଟି କରିଥିଲା।

ଆହୁରି ପଢ଼ନ୍ତୁ: ବରଗଡ଼ରୁ ଆସିଲା ଛାତିଥରା ଖବର, ଝୁଲି ପଡ଼ିଲେ ବୃଦ୍ଧ ଦମ୍ପତି ଓ ପ୍ରେମୀ ଯୁଗଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe