hospital-employee-arrested filming-dharmendra Photograph: (@social media)
ମୁମ୍ବାଇ: ବଲିଉଡର ସୁପରଷ୍ଟାର ଧର୍ମେନ୍ଦ୍ର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ସମ୍ପର୍କୀୟମାନଙ୍କ ଠାରୁ ଆରମ୍ଭ କରି ପ୍ରଶଂସକମାନେ ନିରାଶ ହୋଇଯାଇଥିଲେ।
ସମସ୍ତେ ଧର୍ମେନ୍ଦ୍ରଙ୍କ ଆଶୁ ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଡାକ ଶୁଣିଥିଲେ ଭଗବାନ। ଚିକିତ୍ସା ପରେ ଧର୍ମେନ୍ଦ୍ରଙ୍କୁ ନଭେମ୍ବର ୧୨ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଏସବୁ ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଧର୍ମେନ୍ଦ୍ର ହସ୍ପିଟାଲ ବିଛଣାରେ ଶୋଇଥିବା ଥିବା ବେଳେ ସମଗ୍ର ଦେଓଲ ପରିବାର କାନ୍ଦୁଥିବାର ଶୁଣିବାକୁ ମିଳୁଛି।
ଧର୍ମେନ୍ଦ୍ରଙ୍କ ଭିଡିଓ ଭାଇରାଲ ପରେ ଗିରଫ ହେଲେ ହସ୍ପିଟାଲ କର୍ମଚାରୀ
ଅଧିକପଢ଼ନ୍ତୁ:ଲୋକ ଆମକୁ ବୁଝିବାରେ ଫେଲ ହୋଇଗଲେ: ପ୍ରଶାନ୍ତ କିଶୋରଙ୍କ ଦଳ
ଭିଡିଓରେ ଧର୍ମେନ୍ଦ୍ରଙ୍କ ହସ୍ପିଟାଲ ବିଛଣା ପାଖରେ ଠିଆ ହୋଇଥିବା ତାଙ୍କ ପୁଅ ବବି ଦେଓଲ୍ ଏବଂ ସନି ଦେଓଲଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଅତ୍ୟନ୍ତ ଭାବପ୍ରବଣ ଥିବା ଦେଖିବାକୁ ମିଳୁଛି। କ୍ଲିପରେ ସନ୍ନିଙ୍କ ପୁଅ କରଣ ଦେଓଲ୍ ଏବଂ ରାଜବୀର ଦେଓଲ୍ ମଧ୍ୟ ନଜର ଆସୁଛନ୍ତି। ଏହି ସମୟରେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର ତାଙ୍କ ପାଖରେ ବସି କାନ୍ଦୁଥିବା ଦେଖିବାକୁ ମିଳୁଛି।
ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରି ଅସୁସ୍ଥ ଧର୍ମେନ୍ଦ୍ରଙ୍କର ଯିଏ ବି ଏଭଳି ଭିଡିଓ ରେକର୍ଡ କରିଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୁଲିସ ଘଟଣାକୁ ଗମ୍ଭୀରତା ସହ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଧର୍ମେନ୍ଦ୍ରଙ୍କ ଭିଡିଓ ରେକର୍ଡ କରିଥିବା ହସ୍ପିଟାଲ କର୍ମଚାରୀଙ୍କୁ ଗିରଫ କରିଛି।
ଅଧିକପଢ଼ନ୍ତୁ:ନୂଆପଡ଼ାର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଲୋକେ ବିଜେପି ଉପରେ ଭରସା କରିଛନ୍ତି: ମନମୋହନ ସାମଲ
Follow Us