ଏ ବି ଅଭିଷେକ…ଏହି ନାମଟି କ’ଣ ଆପଣଙ୍କର ପ୍ରକୃତ ନାମ ନା ଆପଣ ଇଣ୍ଡଷ୍ଟ୍ରି ପାଇଁ ଏଭଳି ନିଆରା ନାମ ରଖିଛନ୍ତି?
ଏଇଟା ମୋର ପ୍ରକୃତ ନାମ। ମୋ ମାଆଙ୍କ ନାମ ଅଞ୍ଜଳି ଓ ବାପାଙ୍କ ନାମ ବାବାଜୀ। ବାପାମାଆ ସେଥିପାଇଁ ମୋ ନାମ ପୂର୍ବରୁ ସେମାନଙ୍କ ନାମର ପ୍ରଥମ ଅକ୍ଷରକୁ ରଖିଛନ୍ତି।
MDM: ମଧ୍ୟାହ୍ଣ ଭୋଜନ ହେଲା ପିଏମ୍ ପୋଷଣ, ସୁଧୁରିନି ଭିତ୍ତିଭୂମି
ଗୀତ ରଚନାରୁ ଯାହା ଆୟ ହେଉଛି, ତାହା ଚଳିବା ପାଇଁ ଯଥେଷ୍ଟ?
ନା, ସମ୍ଭବ ନୁହେଁ। ମୁଁ ଭୁବନେଶ୍ବରରେ ଏକ ଏମ୍ଏନ୍ସିରେ ଚାକିରି କରିଛି। ଗୀତ ଲେଖିବା ମୋର ଏକ ସଉକ।
ଆଗକୁ ନୂଆବର୍ଷ ଆସୁଛି। ଏହି ଦିନଟିକୁ ଆପଣ କେମିତି ପାଳନ କରିବାକୁ ଭଲପାଆନ୍ତି?
କେବଳ ନୂଆବର୍ଷ ନୁହେଁ; ଅଧିକାଂଶ ଭଲ ଦିନଗୁଡ଼ିକୁ ମୁଁ ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମରେ କାଟେ। ଏହାଛଡ଼ା ପରିବାର ଲୋକ ଓ ସାଙ୍ଗସାଥୀଙ୍କ ମେଳରେ ଦିନ କାଟିବାକୁ ବି ମୋତେ ଭଲଲାଗେ।
କେବଳ ସାଙ୍ଗସାଥୀ? ଜୀବନରେ କେହି ବାନ୍ଧବୀ ନାହାନ୍ତି?
ମୋର କେହି ପସନ୍ଦ ଆସିନାହାନ୍ତି ବୋଲି କହିଲେ ଭୁଲ୍ ହେବ। ସମୟ ସମୟରେ କିଛି ଯୁବତୀ ମୋତେ ଭଲ ଲାଗିଛନ୍ତି। ହେଲେ ପରିବାର ଲୋକଙ୍କ ଭୟରେ କାହା ସହ ସଂପର୍କ ଗଢ଼ିପାରିନାହିଁ।
India vs South AfricaT20I: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦ ରନ୍ରେ ଜିତିଲା ଭାରତ
ସଂଗୀତ ପରି ଆଉ କେଉଁ କାମ କଲେ ମନକୁ ଶାନ୍ତି ମିଳେ?
ସଂଗୀତ ଯେପରି ଏକ ଚଞ୍ଚଳ ମନକୁ ଶାନ୍ତ କରିପାରେ, ସମାଜସେବା ବି ସେମିତି କରିପାରେ ବୋଲି ମୋର ମତ।
ଓଲିଉଡ୍ର କେଉଁ କଣ୍ଠଶିଳ୍ପୀ ଆପଣଙ୍କୁ ବହୁତ ଭଲଲାଗନ୍ତି?
ମୋତେ ହ୍ୟୁମାନ୍ଭାଇ ଓ ଅସୀମାଦିଦିଙ୍କ କଣ୍ଠ ବହୁତ ଭଲ ଲାଗେ। ମୁଁ ସେମାନଙ୍କ ସହ ଅନେକ କାମ ବି କରିଛି। ମୋ ହୃଦୟରେ ହ୍ୟୁମାନ୍ଭାଇଙ୍କ ସ୍ଥାନ କେହି ନେଇପାରିବେ ନାହିଁ।
ୟୁଟ୍ୟୁବ୍ରେ ଆପଣଙ୍କ ଗୀତଗୁଡ଼ିକର ବହୁତ ଭିୟୁ ଯାଇଛି? ପାରିଶ୍ରମିକ ଭିୟୁ ଅନୁସାରେ ମିଳେ କି?
ନାଇଁ। ଆମେ ତ ଗୀତ ବିକ୍ରି କରିଦେଉ। ଲାଭ ହେଲେ ପ୍ରଯୋଜକଙ୍କର, କ୍ଷତି ହେଲେ ବି ତାଙ୍କର। ଗୀତର ଭିୟୁ କେବଳ ଖୁସି ଦିଏ, ଅଧିକ ପାରିଶ୍ରମିକ ମିଳେନା ସେଥିପାଇଁ।
Follow Us