'I want children, not a husband': This is what the beautiful actress said about marriage Photograph: (sambad.in)
ମୁମ୍ବାଇ:ଭୋଜପୁରୀ ସିନେମାର କୁଉିନ୍ ଭାବେ ଜଣାଶୁଣା ଅଭିନେତ୍ରୀ ଆମ୍ରପାଲି ଦୁବେ ତାଙ୍କ ଅଭିନୟ ଏବଂ ନୃତ୍ୟ ଦ୍ୱାରା ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। ସେ ତାଙ୍କ କ୍ୟାରିଅରରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି ଏବଂ ତାଙ୍କୁ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ବିବେଚନା କରାଯାଇଥାଏ। ଆମ୍ରପାଲି ଦୁବେ ଏବେ ବିବାହ ପାଇଁ ପ୍ରସ୍ତୁତ। ଫିଲ୍ମ ବ୍ୟତୀତ ଆମ୍ରପାଲି ଦୁବେ ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ସମ୍ପ୍ରତି ଆମ୍ରପାଲି ବିବାହ ଏବଂ ପିଲାମାନଙ୍କ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି।
ସେ କହିଛନ୍ତି ଯେ, ମୁଁ ଏବେ ବିବାହ କରିବାକୁ ପ୍ରସ୍ତୁତ। ଆମ୍ରପାଲି ଦୁବେ ବିବାହ ବିଷୟରେ ୟୁଟ୍ୟୁବ୍ ଚ୍ୟାନେଲ୍ ବଟକୁଚନର ସାକ୍ଷାତକାରରେ ଏକ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି। ଯେତେବେଳେ ତାଙ୍କୁ ବିବାହ ବିଷୟରେ ପଚରାଗଲା, ସେ ହସି ହସି କହିଥିଲେ, ମୁଁ ଏବେ ଏହା କରିବାକୁ ଭାବୁଛି। ଏବେ ଏଥିପାଇଁ ବହୁତ ଡେରି ହୋଇଗଲାଣି। ମୁଁ ବିବାହ କରିବାକୁ ଚାହୁଁଛି କିନ୍ତୁ ସ୍ୱାମୀ ପାଇଁ ନୁହେଁ।
ଆମ୍ରପାଲି ଦୁବେ ସ୍ପଷ୍ଟ ଭାବରେ କହିଛନ୍ତି,ମୁଁ ଏବେ ସନ୍ତାନ ଚାହୁଁଛି। ତାଙ୍କର ଇନଷ୍ଟାଗ୍ରାମ ଏବେ ପିଲାମାନଙ୍କ ଭିଡିଓରେ ପରିପୂର୍ଣ୍ଣ। ସେ ପାରିବାରିକ କାର୍ଯ୍ୟକ୍ରମରେ ମଧ୍ୟ ପିଲାମାନଙ୍କ ସହିତ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି। ଏପରି ପରିସ୍ଥିତିରେ, ଆମ୍ରପାଲି ଦୁବେ ମଜାରେ କହିଥିଲେ, ଯଦି ମୋ ପରିବାର ସଦସ୍ୟ କହିବେ ଯେ, ଏ ହେଉଛନ୍ତି ଜଣେ ପୁଅ,ତାଙ୍କୁ ବିବାହ କର, ମୁଁ ତାହା କରିବି। ମୁଁ କେବଳ ଏକ ସନ୍ତାନ ଚାହୁଁଛି।
ଅଧିକ ପଢ଼ନ୍ତୁ:ଇତିହାସରେ ପ୍ରଥମ ଥର ପାଇଁ, ୪ ହଜାର କବର ଖନନ: ଖୋଲିବ ଆଇଏସଆଇଏସର ଅସଲ ଚେହେରା
ଆଲୋଚନା ସମୟରେ ଆମ୍ରପାଲି ଦୁବେ ଭୋଜପୁରୀ ଷ୍ଟାର ପବନ ସିଂହଙ୍କ ବିଷୟରେ ମଧ୍ୟ ଖୋଲାଖୋଲି କହିଥିଲେ। ସେ କହିଥିଲେ ଯେ, ପବନ ସିଂହ ପ୍ରାୟତଃ କୁହନ୍ତି, ତୁମେ ମୋର ପ୍ୟାମିଲି ଭର୍ସନ। ତୁମେ ମୋ ପରି ମଧ୍ୟ ପାଗଳ। ଆମର ଏକ ଉତ୍ତମ ସମ୍ପର୍କ ଅଛି। -ଆମ୍ରପାଲି ପବନ ସିଂହଙ୍କ ସ୍ୱଭାବକୁ ପିଲାଳିଆମି ବୋଲି କହିଥିଲେ। ସେ କହିଥିଲେ, ପବନ ଜୀ ଜଣେ ପିଲା ପରି। ତାଙ୍କ ସହିତ ତାଙ୍କରି ସ୍ବଭାବ ଅନୁସାରେ ବ୍ୟବହାର କରିବାକୁ ପଡିବ। ସମ୍ଭବତଃ କାହାର ତାଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ସମସ୍ୟା ଥାଇପାରେ, କିନ୍ତୁ ମୋ ସହିତ ସେ ସର୍ବଦା ଏକ ପିଲା ପରି ବ୍ୟବହାର କରିଥାନ୍ତି।
ସୂଚନା ଅନୁଯାୟୀ, ବହୁତ ଦିନ ପରେ, ଭୋଜପୁରୀ ଷ୍ଟାର ଯୋଡ଼ି ଦିନେଶ ଲାଲ ଯାଦବ ନିରହୁଆ ଏବଂ ଆମ୍ରପାଲି ଦୁବେ 'ବିଡି' ନାମକ ଏକ ଧମାକାଦାର ଗୀତ ନେଇ ଆସିଛନ୍ତି। ଗୀତଟି ରିଲିଜ୍ ହେବା ମାତ୍ରେ ୟୁଟ୍ୟୁବରେ ଚହଳ ସୃଷ୍ଟି କରିଛି। ଗୀତର ମ୍ୟୁଜିକକୁ ମଧ୍ୟ ପ୍ରଶଂସା କରାଯାଉଛି। ଗୀତର ଆଲବମର ନାମ ମଧ୍ୟ 'ବିଡି' ଯାହାକୁ ଦିନେଶ ଲାଲ ଯାଦବ ନିରହୁଆ ଏବଂ ଆମ୍ରପାଲି ଦୁବେ ଗାଇଛନ୍ତି। ଗୀତଟି ମଧ୍ୟ ଏହି ଦୁଇଜଣଙ୍କୁ ନେଇ ସୁଟିଂ କରାଯାଇଛି।
ଅଧିକ ପଢ଼ନ୍ତୁ:ବୁଲା କୁକୁର କାମୁଡ଼ାରେ ଗଲା ଜୀବନ, ୪ମାସର ଚିକିତ୍ସାରେ ୮ଲକ୍ଷ ଖର୍ଚ୍ଚ କରିଥିଲେ ପରିବାର
amrapali-dubey | bhojpuri-queen
Follow Us