Advertisment

Actor Dies: ପୁଣେସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥା‌ରେ ମିିଳିଲା ଅଭିନେତାଙ୍କ ମୃତ‌ଦେହ

Advertisment

ଆତ୍ମହତ୍ୟାର ମାତ୍ରା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ବିଶେଷ କରି ଗ୍ଲାମର୍‌ କ୍ଷେତ୍ରରେ ଥିବା ଲୋକମାରନଙ୍କ ମଧ୍ୟରେ ଏ ପ୍ରବୃତି ବେଶି ଦେଖିବାକୁ ମିଳିଛି। ପୁଣି ଥରେ ଜୀବନ ପ୍ରତି ବିତସ୍ପୃହ ହୋଇ ଜୀବନ ହାରିଛନ୍ତି ଜଣେ ମରାଠୀ ଅଭିନେତା।

ଆତ୍ମହତ୍ୟାର ମାତ୍ରା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ବିଶେଷ କରି ଗ୍ଲାମର୍‌ କ୍ଷେତ୍ରରେ ଥିବା ଲୋକମାରନଙ୍କ ମଧ୍ୟରେ ଏ ପ୍ରବୃତି ବେଶି ଦେଖିବାକୁ ମିଳିଛି। ପୁଣି ଥରେ ଜୀବନ ପ୍ରତି ବିତସ୍ପୃହ ହୋଇ ଜୀବନ ହାରିଛନ୍ତି ଜଣେ ମରାଠୀ ଅଭିନେତା।

Untitled-20

ନୂଆଦିଲ୍ଲୀ: ଆତ୍ମହତ୍ୟାର ମାତ୍ରା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ବିଶେଷ କରି ଗ୍ଲାମର୍‌ କ୍ଷେତ୍ରରେ ଥିବା ଲୋକମାନଙ୍କ ମଧ୍ୟରେ ଏ ପ୍ରବୃତି ବେଶି ଦେଖିବାକୁ ମିଳିଛି। ପୁଣି ଥରେ ଜୀବନ ପ୍ରତି ବିତସ୍ପୃହ ହୋଇ ଜୀବନ ହାରିଛନ୍ତି ଜଣେ ମରାଠୀ ଅଭିନେତା।

କିଏ ସେହି ଅଭିନେତା

ମରାଠୀ ଅଭିନେତା ଜଣକ ହେଉଛନ୍ତି ସଚିନ ଚାନ୍ଦୱାଡେ। ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ହୋଇଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସଚିନ ଚାନ୍ଦୱାଡେ ନେଟଫ୍ଲିକ୍ସ ୱେବ୍ ସିରିଜ୍ ଜାମତାରା-୨ ରେ ଅଭିନୟ କରିଥିଲେ। 

ମହାରାଷ୍ଟ୍ର ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ୨୦୨୫ ମସିହା ଅକ୍ଟୋବର ୨୩  ତାରିଖରେ ତାଙ୍କ ପରିବାର ତାଙ୍କୁ ତାଙ୍କ ପୁଣେସ୍ଥିତ ଏକ ଫ୍ଲାଟରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଲେ। 

ଆହୁରି ପଢ଼ନ୍ତୁ: ଡିପ୍‌ଫେକର ଶିକାର ହୋଇ ପୁଲିସର ଦ୍ବାରସ୍ଥ ହେଲେ ସୁପର୍‌ଷ୍ଟାର୍‌ ଚିରଞ୍ଜୀବୀ

ତାପରେ ପରିବାର ଲୋକ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ। ସଚିନଙ୍କୁ ଜଳଗାଓଁର ତାଙ୍କ ପାରୋଲା ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଏହାପରେ ପରିବାର ତାଙ୍କୁ ଧୂଲେର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ୨୪ ଅକ୍ଟୋବର ରାତି ୧:୩୦ ରେ ତାଙ୍କର ଦେହାନ୍ତ ହୋଇଥିଲା।

ଅଭିନୟ ବ୍ୟତୀତ ଆଉ କ’ଣ କରନ୍ତି

ଆହୁରି ପଢ଼ନ୍ତୁ: ପଡ଼ିଲା ବାତ୍ୟାର ପ୍ରଭାବ ! ଭୁବନେଶ୍ବରରେ ବର୍ଷା-ପବନ, କଟକ ଆକାଶରେ ହଠାତ୍ ଘୋଟିଆସିଲା କଳାହାଣ୍ଡିଆ ମେଘ...

ଅଭିନୟ ବ୍ୟତୀତ, ସେ ପୁନେର ଆଇଟି ପାର୍କରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର ଭାବରେ କାମ କରୁଥିଲେ। ବନ୍ଧୁ ଏବଂ ପରିବାର ତାଙ୍କୁ ଜଣେ ଦୃଢ଼ ଏବଂ ସରଳ ବ୍ୟକ୍ତି ଭାବରେ ଜାଣନ୍ତି। ଯାହାଙ୍କର ପିଲାଦିନରୁ ଅଭିନୟ ପ୍ରତି ଆଗ୍ରହ ଥିଲା।

Film actor | lost life | south-cinema

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe