Junior NTR romance rumours: Sameera Reddy's life in darkness Photograph: (sambad.in)
ମୁମ୍ବାଇ: ଜୁନିଅର ଏନଟିଆର ଏକ ସୁଖୀ ବୈବାହିକ ଜୀବନ ବିତାଉଛନ୍ତି। ସେ ୨୦୧୧ ମସିହାରେ ବିବାହ କରିଥିଲେ, କିନ୍ତୁ ଏହାର କିଛି ବର୍ଷ ପୂର୍ବରୁ ସମୀରା ରେଡ୍ଡୀଙ୍କ ସହ ତାଙ୍କର ସମ୍ପର୍କର ଖବର ଆସିଥିଲା। ଯାହାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଦୁହେଁ ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର 'ଅଶୋକ'ରେ କାମ କରିଥିଲେ। ସେବେଠାରୁ ସେମାନଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା। ୨୦୨୦ ମସିହାରେ ସମୀରା ରେଡ୍ଡୀ ଏହାର ପ୍ରତିକ୍ରିୟା ଦେଇଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ଜୁନିଅର ଏନଟିଆରଙ୍କ ସହ ତାଙ୍କର କି ପ୍ରକାରର ସମ୍ପର୍କ ଥିଲା, ଏବଂ ଏହି ସମ୍ପର୍କର ଖବର ତାଙ୍କୁ କିପରି ପ୍ରଭାବିତ କରିଥିଲା।
ସମୀରା ରେଡ୍ଡୀ 'ପ୍ରେମା ଦି ଜର୍ଣ୍ଣାଲିଷ୍ଟ' ସହିତ ଏକ ଆଲୋଚନାରେ କହିଥିଲେ ଯେ, ଜୁନିଅର ଏନଟିଆରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା କରାଯାଇଥିଲା। ଏହା ଯୋଗୁ ଏକ ବଡ଼ ପ୍ରସଙ୍ଗ ସୃଷ୍ଟି ହୋଇଥିଲା। ସମୀରା କହିଥିଲେ, ସେ ଜଣେ ବହୁତ ବନ୍ଧୁତ୍ୱପୂର୍ଣ୍ଣ ଏବଂ ସରଳ ଝିଅ। ସେ ଜୁନିଅର ଏନଟିଆରଙ୍କ ସହ ତାଙ୍କ ସମ୍ପର୍କକୁ ବନ୍ଧୁତା ଭାବରେ ବର୍ଣ୍ଣନା କରିଥିଲେ।
ସମୀରା କହିଥିଲେ, ଜୁନିଅର ଏନଟିଆର ତାଙ୍କର ଘନିଷ୍ଠ ବନ୍ଧୁ। ସେ ଜଣେ ଭଲ ସହ-କଳାକାର, ଏବଂ ସେ ମତେ ବହୁତ କିଛି ଶିଖାଇଛନ୍ତି। ଜୁନିଅର ଏନଟିଆରଙ୍କ ସହ ସମ୍ପର୍କ ଗୁଜବ ଯୋଗୁ ଅତ୍ୟଧିକ ଚର୍ଚ୍ଚା ହୋଇଥିଲା। ଏହା ସମୀରାଙ୍କ ଜୀବନ ଏବଂ କାମକୁ ପ୍ରଭାବିତ କରିଥିଲା। ସମୀରାଙ୍କ ଜୀବନରେ ଅନ୍ଧାର ଘୋଟି ଯାଇଥିଲା।
ଅଧିକ ପଢ଼ନ୍ତୁ: ଖସିଥିବା ୫ ଜାହାଜ ବିଷୟରେ ସତ କୁହନ୍ତୁ ମୋଦୀ: ଅପରେସନ ସିନ୍ଦୂର ନେଇ ରାହୁଲଙ୍କ ପ୍ରଶ୍ନ
ସମୀରା ରେଡ୍ଡୀ କହିଥିଲେ, ଲୋକମାନେ କେବଳ ଆମ ବିଷୟରେ କଥା ହେଉଥିଲେ। ସେମାନେ ମୋ ଫିଲ୍ମ କିମ୍ବା ମୋର ଦକ୍ଷତା ବିଷୟରେ କଥା ହେଉ ନଥିଲେ। ସମସ୍ତ ଧ୍ୟାନ ସମୀରା ରେଡ୍ଡୀରୁ ସମୀରା ଏନଟିଆରଙ୍କ ଆଡ଼କୁ ଚାଲି ଯାଇଥିଲା। ସମୀରାଙ୍କ ଅନୁସାରେ, ତାଙ୍କ ପରିବାର ମଧ୍ୟ ଏହି ପ୍ରେମ ସମ୍ପର୍କର ଖବର ଦ୍ୱାରା ଖରାପ ଭାବରେ ପ୍ରଭାବିତ ହୋଇଥିଲେ। ତାଙ୍କ ବାପାଙ୍କୁ ତାଙ୍କ ସମ୍ପ୍ରଦାୟର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା। ଏହି କାରଣରୁ ସମୀରା ରେଡ୍ଡୀ ତେଲୁଗୁ ଫିଲ୍ମରୁ ନିଜକୁ ଦୂରେଇ ରଖିଥିଲେ ।
ସମୀରା ରେଡ୍ଡୀ କହିଥିଲେ, 'ଫିଲ୍ମ 'ଅଶୋକ' ପରେ, ମୁଁ ଜୁନିୟର ଏନଟିଆରଙ୍କ ଠାରୁ ଦୂରେଇ ଯାଇଥିଲି ଏବଂ ତାଙ୍କ ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରି ଦେଇଥିଲି। ଗୁଜବକୁ ଏଡାଇବା ପାଇଁ, ସମୀରା ରେଡ୍ଡୀ ତାମିଲ ଫିଲ୍ମ ଏବଂ ବଲିଉଡ଼ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିବା କହିଥିଲେ।
ଅଧିକ ପଢ଼ନ୍ତୁ: ଉଦ୍ଧବ ଝିଟିପିଟିଠାରୁ ମଧ୍ୟ ଶୀଘ୍ର ରଙ୍ଗ ବଦଳାଇ ପାରନ୍ତି: ସିନ୍ଦେଙ୍କ କଟାକ୍ଷ
Entertainment | Jr NTR | sameera-reddy
Follow Us