ପୁଣି ପରଦାକୁ ଆସୁଛି ଖିଲାଡୀ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର 'କେସରୀ ଚାପ୍ଟର ୨'

ପୁଣି ପରଦାକୁ ଆସୁଛି ଖିଲାଡୀ କୁମାରଙ୍କ ଦମଦାର୍ ଚଳଚ୍ଚିତ୍ର 'କେସରୀ ଚାପ୍ଟର ୨'। ନିକଟରେ ଏହି ଚଳଚ୍ଚିତ୍ରର ଟିଜର ରିଲିଜ୍ ହୋଇଥିଲା, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।

Kesari chapter 2

Kesari chapter 2 Photograph: (sambad.in)

ମୁମ୍ବାଇ: ପୁଣି ପରଦାକୁ ଆସୁଛି ବଲିଉଡ୍‌ର ଆକ୍ସନ ମାଷ୍ଟର ଅକ୍ଷୟ କୁମାରଙ୍କ ଦମଦାର୍ ଚଳଚ୍ଚିତ୍ର 'କେସରୀ ଚାପ୍ଟର ୨'। ନିକଟରେ ନିର୍ମାତା ଚଳଚ୍ଚିତ୍ରର ଏକ ଛୋଟ ଝଲକ ସେୟାର କରିଥିଲେ ଯାହା ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଥିଲା। ଚଳଚ୍ଚିତ୍ରର ଟିଜର ରିଲିଜ୍ ହେବା ପରେ ଏବେ ଧର୍ମା ପ୍ରଡକ୍ସନ୍ ମୋସନ୍ ପୋଷ୍ଟର ରିଲିଜ୍ କରିଛି।

ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର 'କେସରୀ ଚାପ୍ଟର ୨' ଏକ ଐତିହାସିକ ଚଳଚ୍ଚିତ୍ର, ଯାହା ୧୯୧୯ ମସିହାର ଜାଲିଆନ୍‌ୱାଲା ବାଗ ହତ୍ୟାକାଣ୍ଡର ହୃଦୟସ୍ପର୍ଶୀ କାହାଣୀ ଉପରେ ଆଧାରିତ। ଅକ୍ଷୟଙ୍କ ବ୍ୟତୀତ, 'କେସରୀ ଚାପ୍ଟର ୨'ରେ ଆର. ମାଧବନ୍ ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ଅଛନ୍ତି। 

ଅଧିକ ପଢ଼ନ୍ତୁ: ରାମମନ୍ଦିର ପ୍ରତୀକ ଥିବା ଘଡ଼ି ପିନ୍ଧି ବିବାଦରେ ସଲମାନ

'କେସରୀ ଚାପ୍ଟର ୨'ରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଜଣେ ଓକିଲ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଦିଲରୀତ ଗିଲଙ୍କ ଭୂମିକାରେ ନଜର ଆସିବେ। ଧର୍ମା ପ୍ରଡକ୍ସନ୍ ଇନଷ୍ଟାଗ୍ରାମରେ ଅନନ୍ୟାଙ୍କ ପ୍ରଥମ ପୋଷ୍ଟର ରିଲିଜ୍ କରି କ୍ୟାପସନରେ ଲେଖିଛନ୍ତି, 'ଦୟାରେ ପରିପୂର୍ଣ୍ଣ, ନ୍ୟାୟ ଦ୍ୱାରା ଅନୁପ୍ରାଣିତ, 'କେସରୀ ଚାପ୍ଟର ୨'।   

ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ମଧ୍ୟ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି। ସେ ଜଣେ ନିର୍ଭୀକ ଓକିଲ ଭାବରେ ସି.ଶଙ୍କରନ୍ ନାୟରଙ୍କ ଭୂମିକାରେ ନଜର ଆସିବେ। ଏଥିସହ କୋର୍ଟରେ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଲଢ଼େଇ ଲଢ଼ୁଥିବାର ଅକ୍ଷୟଙ୍କୁ ଦେଖିବାକୁ ମିଳିବ।  

ଅଧିକ ପଢ଼ନ୍ତୁ: ମ୍ୟାମାର ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୧୦୦୨କୁ ବୃଦ୍ଧି

ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର 'କେସରୀ' ୨୦୧୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏବେ ଏହି ଚଳଚ୍ଚିତ୍ରର ସିକ୍ୱେଲ୍‌ 'କେସରୀ ଚାପ୍ଟର ୨' ୧୮ ଏପ୍ରିଲ ୨୦୨୫ରେ ମୁକ୍ତିଲାଭ କରିବାର ଯୋଜନା ରହିଛି। 

ଅଧିକ ପଢ଼ନ୍ତୁ: ତାମିଲ, ତେଲୁଗୁ ସିନେମାମୁହାଁ ମାଲୟାଲୀ ଶିଳ୍ପ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe